ଗୃହ ସ୍ୱଭାବିକ ହେବା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଅବକାରୀ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇ ପାରିତ ହୋଇଛି । ବିଧାନସଭାରେ ପାରିତ ହେଲା ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି । ରାଜସ୍ୱ ବିଭାଗର 1278 କୋଟି 51 ଲକ୍ଷ 31 ହଜାର କୋଟି ଟଙ୍କାର ଖର୍ଚ୍ଚ ଦାବି ପାରିତ ହେଲା । ସେପଟେ ଅବକାରୀ ବିଭାଗର 128 କୋଟି 60 ଲକ୍ଷ 78 ହଜାର ଟଙ୍କାର ଖର୍ଚ୍ଚ ଦାବି ପାରିତ । ଆଜି ପ୍ରଥମଥର ପାଇଁ ଗୃହରେ ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଥିଲା ।
15 ମିନିଟ ପାଇଁ ଗୃହ ମୁଲତବୀ, ଗୃହ ଚଳେଇବା ପାଇଁ ହାତଯୋଡି ଅନୁରୋଧ କଲେ ଅର୍ଥମନ୍ତ୍ରୀ - ବଜେଟ ଅଧିବେଶନ
19:31 March 19
ବିଧାନସଭାରେ ପାରିତ ହେଲା ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି
16:41 March 19
ଗୃହ ଚଳେଇବା ପାଇଁ ହାତଯୋଡି ଅନୁରୋଧ କଲେ ଅର୍ଥମନ୍ତ୍ରୀ
ଗୃହ ଚଳେଇବା ପାଇଁ ସମସ୍ତ ସଦସ୍ୟଙ୍କୁ ହାତଯୋଡି ଅନୁରୋଧ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପ୍ରଥମେ ଗୃହର କାର୍ଯ୍ୟ ୨୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା ପରେ ପୁଣି ଥରେ 15 ମିନିଟ୍ ଯାଏଁ ହେଲା ଗୃହ ମୁଲତବୀ ।
16:10 March 19
କଳାପତକା ବାନ୍ଧି ଗୃହରେ ମଧ୍ୟ ଭାଗରେ ବସିଲେ ବିଜେପି ବିଧାୟକ
ମୁହଁରେ କଳାପଟି ବାନ୍ଧି ବାଚସ୍ପତିଙ୍କ ପୋଡ଼ିୟମ ତଳେ ବସିଲେ ବିଜେପି ବିଧାୟକ । ଗୃହରେ ବିରୋଧୀ ଦଳ ନେତାଙ୍କୁ କହିବାକୁ ବାଚସ୍ପତି ସୁଯୋଗ ଦେଇ ନଥିବାରୁ ଓ ଯୋଗାଣ ମନ୍ତ୍ରୀଙ୍କ ରିପିଟି ଟେଲିକାଷ୍ଟ ଉତ୍ତରକୁ ନେଇ ବସିଲେ ବିଜେପି ସଦସ୍ୟ ମାନେ । ଗୃହରେ ବିରୋଧୀ ଦଳ ନେତା ଆଣିଥିବା ଅଭିଯୋଗ ଉପରେ ବାଚସ୍ପତିଙ୍କ ଉତ୍ତର ରଖିଛନ୍ତି । ଅପରାହ୍ଣ ଅଧିବେଶନରେ କିଛି ଭୁଲ ବୁଝାମଣା ଯୋଗୁ ଏମିତି ହୋଇଛି ।
14:56 March 19
ବିଧାନସଭା ବଜେଟ ଅଧିବେଶନ
ଷଷ୍ଠ ଦିନ ପରେ ଆଜି ବିଧାନସଭାର ପ୍ରଶ୍ନକାଳ ସ୍ୱଭାବିକ ହୋଇଥିଲା । ପ୍ରଶ୍ନକାଳ ଶେଷ ହେଉ ହେଉ ବାଚସ୍ପତିଙ୍କ ପୂର୍ବ ନିର୍ଦ୍ଦେଶ କ୍ରମେ ଗୃହରେ ଧାନ କିଣା ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିବୃତି ରଖିଥିଲେ । ଏହା ଉପରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକ ମାନେ କକ୍ଷ ତ୍ୟାଗ କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ଗୁରୁବାର ବିଜେଡ଼ି ଓ ବିଜେପିର ହାଇଡ୍ରାମାକୁ ନେଇ କଟାକ୍ଷ କରିଥିଲେ ।
କହିଥିଲେ ବହାଘର ବରଯାତ୍ରୀ ଭଳି ନବୀନ ନିବାସ ଆଡେ ଯାଇଥିଲେ ବିଜେପି ବିଧାୟକ । କର୍ତାଭଳି ମୁଖ୍ୟମନ୍ତ୍ରୀ ପାଛୋଡ଼ି ନେଇଥିଲେ । ଫୁଲ ଚନ୍ଦନ ଲଗାଇ, ହୁଳହୁଳି ଓ ଶଙ୍ଖନାଦ କରି ଭଉଣୀମାନେ ମଧ୍ୟ ସ୍ୱାଗତ କରିଥିଲେ । ମନ୍ତ୍ରୀମାନେ ମଧ୍ୟ ନବୀନ ନିବାସ ଅପେକ୍ଷା କରିଥିଲେ। ବିଜେଡି ବିଧାୟକମାନେ ବଡ଼ିଗାର୍ଡ ଭଳି ତାଙ୍କ ପଛେପଛେ ଯାଇଥିଲେ । ବିଜେଡି ବିଜେପି ଭାଇ ଭାଇ ଆଗରୁ କହିଥଲୁ । କାଲି (ଗୁରୁବାର) ପ୍ରମାଣିତ ହୋଇଗଲା ।
ତେବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଉତ୍ତରରେ ଅସନ୍ତୋଷ ଓ ଗୃହରେ କହିବାକୁ ସୁଯୋଗ ନମିଳିବାରୁ କଂଗ୍ରେସ ବିଧାୟକ ଦଳ ନେତା ଓ ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟ ଭାଗରେ ବସିଥିଲେ । ଏହାପରେ ବିଜେପି ସଦସ୍ୟମାନେ ଗୃହକୁ ଆସିଲେ । ବିରୋଧୀ ଦଳ ନେତା ଗୃହରେ ବିବୃତି ରଖି କହିଲେ ।
1 - ଧାନ କିଣା ପ୍ରସଙ୍ଗରେ ନବୀନ ବାବୁ ଆମକୁ ପ୍ରତାରଣା କରିଛନ୍ତି ଆଉ ଠକିଛନ୍ତି । ଖାଦ୍ୟ ଯୋଗାଣମନ୍ତ୍ରୀ ଧାନ କିଣା ନେଇ ବିବୃତି ଦେବା ପରେ ଏକଥା ସ୍ପଷ୍ଟ ହୋଇଛି ।
2 - ଗୃହରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାପ ଧୋଇବା ପ୍ରସଙ୍ଗକୁ ନେଇ କଡା ଭାଷାରେ ନିନ୍ଦା କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କହିଲେ ଆମେ କଣ ପାପୀ । ସରକାରଙ୍କ ଜଣେ କ୍ୟାବିନେଟ ମନ୍ତ୍ରୀ ଆମକୁ ଏପରି ଅପମାନିତ କରିବେ । ମନ୍ତ୍ରୀଙ୍କ ବୟାନ ପରେ ଆମେ ନବୀନ ନିବାସ ଭିତରକୁ ଯିବାକୁ ଚାହୁଁ ନଥିଲୁ । ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ଯାଇଥିଲୁ । ତା ପରେ ବି ଆମକୁ ନବୀନ ବାବୁ ଠକିଛନ୍ତି ।
ଆଉ ଏହା ପରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ମାନେ ପ୍ରବଳ ହଟ୍ଟଗୋଳ କରିଥିଲେ । ପୁଣି ଥରେ ବାଚସ୍ପତି ଡାକିଥିଲେ ସର୍ବଦଳୀୟ ବୈଠକ । ପ୍ରଥମେ 10 ମିନିଟ ଓ ପରେ 15 ମିନିଟ ଓ 15 ମିନିଟ ପାଇଁ ଗୃହ ମୁଲତବୀ ହୋଇଛି ।
12:23 March 19
ଯୋଗାଣ ମନ୍ତ୍ରୀଙ୍କ ଉତ୍ତର ପରେ ପୁଣି ହଟ୍ଟଗୋଳ
ଯୋଗାଣ ମନ୍ତ୍ରୀଙ୍କ ଉତ୍ତର ପରେ ପୁଣି ହଟ୍ଟଗୋଳ । ଗୃହର ମଧ୍ୟ ଭାଗରେ ବସିଲେ କଂଗ୍ରେସ ବିଧାୟକ । 10 ମିନିଟ ଗୃହକୁ ମୁଲତବୀ ରଖିବା ପରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ।
12:10 March 19
ବିଜେପିର ହାଇଡ୍ରାମାକୁ କଟାକ୍ଷ କଲା କଂଗ୍ରେସ
ବିଜେପିର ହାଇଡ୍ରାମାକୁ କଟାକ୍ଷ କଲା କଂଗ୍ରେସ । ବାହାଘର ବରଯାତ୍ରୀ ଭଳି ନବୀନ ନିବାସ ଆଡେ ଯାଇଥିଲେ। କର୍ତ୍ତା ଭଳି ମୁଖ୍ୟମନ୍ତ୍ରୀ ପାଛୋଟି ନେଇଥିଲେ। ଫୁଲ ଚନ୍ଦନ ଲଗାଇ, ହୁଳହୁଳି ଓ ଶଙ୍ଖନାଦ କରି ଭଉଣୀମାନେ ମଧ୍ୟ ସ୍ୱାଗତ କରିଥିଲେ। ମନ୍ତ୍ରୀମାନେ ମଧ୍ୟ ନବୀନ ନିବାସରେ ଅପେକ୍ଷା କରିଥିଲେ । ବିଜେଡି- ବିଧାୟକ ମାନେ ବଡ଼ିଗାର୍ଡ ଭଳି ତାଙ୍କ ପଛେପଛେ ଯାଇଥିଲେ। ବିଜେଡି ବିଜେପି ଭାଇ ଭାଇ ଆଗରୁ କହିଥିଲୁ ତାହା କାଲି ପ୍ରମାଣିତ ହୋଇଗଲା ବୋଲି ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।
11:58 March 19
ଧାନ କିଣା ପ୍ରସଙ୍ଗରେ ମନ୍ତ୍ରୀଙ୍କ ଉତ୍ତର; ଅସନ୍ତୋଷ ପ୍ରକାଶ କରି ବିଜେପିର କକ୍ଷତ୍ୟାଗ
ଭୁବନେଶ୍ବର: ଧାନ କିଣା ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ଓ ଖାଉଟି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ରାଜ୍ୟରେ ଧାନ କ୍ରୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା 61 ଲକ୍ଷ 24 ହଜାର ମେଟ୍ରିକ ଟନ ଧାନ କିଣାଯାଇଛି । ମାର୍ଚ୍ଚ 31 ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣା ଯିବ ବୋଲି ବିଭାଗୀୟ ମନ୍ତ୍ରୀ ନିଜ ବିବୃତିରେ କହିଛନ୍ତି । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକଙ୍କ କକ୍ଷତ୍ୟାଗ କରିଛନ୍ତି ।
11:43 March 19
ଏସଡିଆରଏଫ ବାବଦକୁ ରାଜ୍ୟ ୬୨୦କୋଟି ୫୦ ଲକ୍ଷ କମ ପାଇଛି
ଭୁବନେଶ୍ବର: ଛଅ ଦିନ ପରେ ସ୍ବାଭାବିକ ଚାଲିଛି ଗୃହକାର୍ଯ୍ୟ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଚତୁର୍ଦ୍ଦଶ ଅର୍ଥ କମିସନ ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରୁନାହାଁନ୍ତି । ଫଳରେ ରାଜ୍ୟ ଉପରେ ଅଯଥା ବୋଝ ପଡୁଛି । ଏନେଇ ଆଜି ପ୍ରଶ୍ନ କାଳରେ ଘମାଘୋଟ ଆଲୋଚନା ହୋଇଛି । ଚତୁର୍ଦ୍ଦଶ ଅର୍ଥ କମିସନ ସୁପାରିଶ କ୍ରମେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିର କେନ୍ଦ୍ରର 90 ଓ ରାଜ୍ୟର 10 ପ୍ରତିଶତ ଅଂଶ ରହିଛି । ହେଲେ 2017ରେ କେନ୍ଦ୍ର ଜିଏସଟି ଲାଗୁ ପରେ କେନ୍ଦ୍ର ସରକାର ଏସଡିଆରଏଫ ଅଂଶ ଧନକୁ 75 ଓ 25 ପ୍ରତିଶତ ନିୟମ କରିଛନ୍ତି। ଏଥିପାଇଁ 2015-16 ଓ 19-20 ଆର୍ଥିକ ବର୍ଷରେ ଏସଡିଆରଏଫ ବାବଦକୁ ରାଜ୍ୟ 620 କୋଟି 50 ଲକ୍ଷ କମ ପାଇଛି ବୋଲି ଆଜି ଗୃହରେ ଗୃହରେ ବିଧାୟକ ଅମର ଶତପଥୀ ଓ ପ୍ରଦୀପ ଅମାତ ପ୍ରଶ୍ନ ଉଠାଇଥିଲେ ।
11:35 March 19
ଧାନ ମଣ୍ଡି ପ୍ରସଙ୍ଗରେ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ
ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ସପ୍ତମ ଦିନ ଗୃହକାର୍ଯ୍ୟ । 6 ଦିନ ପରେ ସ୍ବାଭାବିକ ଗୃହକାର୍ଯ୍ୟ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ଗୃହରେ ରାଜ୍ୟର ମଣ୍ଡି ଓ ଧାନକିଣା ସମ୍ପର୍କରେ ବିବୃତ୍ତି ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
10:53 March 19
ଗୃହରେ ପ୍ରଶ୍ନୋତ୍ତୋର ଜାରି
ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ସପ୍ତମ ଦିନ । ପ୍ରଶ୍ନକାଳରେ ଫନୀ ସହାୟତା ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଲେ ରାଜ୍ୟର ଫନୀ ଯୋଗୁଁ 14 ଜିଲ୍ଲା ହୋଇଛି ପ୍ରଭାବିତ । ସମସ୍ତଙ୍କୁ ସହାୟତା ଦେବାକୁ ଉଦ୍ୟମ କରାଯାଇଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ।
10:39 March 19
ସ୍ବାଭାବିକ ଭାବେ ଚାଲିଛି ଗୃହକାର୍ଯ୍ୟ
ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ସପ୍ତମ ଦିନ । 6 ଦିନ ଧରି ଅଚଳାବସ୍ଥା ପରେ ସ୍ବାଭାବିକ ହେଲା ଗୃହକାର୍ଯ୍ୟ । ଚାଲିଛି ପ୍ରଶ୍ନକାଳ । ଆଜି ଦିନ 11.30 ରେ ରାଜ୍ୟର ମଣ୍ଡି ଓ ଧାନକିଣା ସମ୍ପର୍କରେ ବିବୃତ୍ତି ରଖିବେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
10:17 March 19
ବିଧାନସଭା ବଜେଟ ଅଧିବେଶନ; ଆଜି ସ୍ବାଭାବିକ ହୋଇପାରେ ଗୃହକାର୍ଯ୍ୟ
ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ସପ୍ତମ ଦିନ ଗୃହକାର୍ଯ୍ୟ ଆରମ୍ଭ । 6 ଦିନ ଧରି ଗୃହରେ ଲାଗି ରହିଥିବା ଅଚଳାବସ୍ଥା ଆଜି ସ୍ବାଭାବିକ ହୋଇପାରେ । ଗତକାଲି ଅପରାହ୍ନରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ପରେ ଏନେଇ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ଗୃହରେ ପୂର୍ବାହ୍ନ 11.30ରେ ରାଜ୍ୟର ମଣ୍ଡି ଓ ଧାନକିଣା ସମ୍ପର୍କରେ ବିବୃତ୍ତି ରଖିବେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।