ETV Bharat / city

2020-21 ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତି ଆରମ୍ଭ

author img

By

Published : Oct 22, 2019, 4:47 AM IST

2020-21 ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସମସ୍ତ ବିଭାଗକୁ ଚିଠି ଲେଖାଯାଇ ୫ ବର୍ଷିଆ ଯୋଜନାକୁ ଗୁରୁତ୍ବ ଦେଇଛି ଅର୍ଥ ବିଭାଗ । ଅଧିକ ପଢ଼ନ୍ତୁ...

2020-21 ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ବଜେଟ୍ ପ୍ରସ୍ତୁତି ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥର ବଜେଟ ଭିନ୍ନ ହେବ। ଅର୍ଥ ବିଭାଗ ଏନେଇ ସବୁ ବିଭାଗକୁ ଚିଠି ଲେଖିଛି, ଯେଉଁଥିରେ ସରକାର ୫ ବର୍ଷିଆ ଯୋଜନାକୁ ଗୁରୁତ୍ବ ଦେଇଛନ୍ତି। ଦାରିଦ୍ର୍ୟ ଦୂରୀକରଣ, କୃଷକଙ୍କ ଆୟ ବୃଦ୍ଧି, ସମସ୍ତଙ୍କୁ ପାନୀୟ ଜଳ, ସ୍ବାସ୍ଥ୍ୟସେବା ସୁବିଧା, ଶିକ୍ଷା ଏବଂ ଦକ୍ଷତା ବିକାଶ ଉପରେ ଜୋର ଦିଆଯାଇଛି।

କେଉଁ କ୍ଷେତ୍ରରେ ଖର୍ଚ୍ଚକୁ ଗୁରୁତ୍ବ ଦିଆଯିବ ତାହା ମଧ୍ୟ ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁଁ ଏହାର ପ୍ରଭାବ ରାଜ୍ୟର ଟିକସ ଭାଗ ଉପରେ ମଧ୍ୟ ପଡ଼ିବ। ଯଦିଓ ଏବେ ଯାଏ ସେଭଳି କିଛି ପରିଲକ୍ଷିତ ହୋଇ ନାହିଁ ତେବେ ଆଗକୁ ପଡିପାରେ ବୋଲି ସୂଚନା ରହିଛି।

୨୦୧୯-୨୦ ଆର୍ଥିକ ବର୍ଷର ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟ ଜିଏସଟି ଆଦାୟ ରାଶିରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି। ଜିଏସଟି ଆଦାୟ ବାବଦ କ୍ଷତିପୂରଣ ରାଜ୍ୟକୁ ଯଦିଓ ଚଳିତବର୍ଷ ମଳିଯିବ ତେବେ ଆସନ୍ତା ୨୦୨୨ ଜୁନ ପରଠାରୁ ଏ ବାବଦ କ୍ଷତିପୂରଣ ରାଶି ଆଉ ମିଳିବ ନାହିଁ। ଏଥିସହିତ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଯାହା ରହିଛି ତାହାକୁ ବିଚାରକୁ ନେଲେ ରାଜସ୍ବ ଅଭିବୃଦ୍ଧି ମଧ୍ୟ ସେତେଟା ଉତ୍ସାହଜନକ ନହୋଇ ମଧ୍ୟମ ଧରଣର ରହିବ ବୋଲି କୁହାଯାଇଛି।

ନୂଆ ବଜେଟ୍ ପ୍ରସ୍ତୁତି ବେଳେ ଅନ୍ତର୍ଜାତୀୟ ସ୍ତରର ଉତ୍ତମ ବ୍ୟବସ୍ଥାକୁ ଗ୍ରହଣ କରାଯିବ। ସରକାର ଯେଉଁସବୁ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ତାହାକୁ କିଭଳି ଉପଲବ୍ଧ ସମ୍ବଳରେ କାର୍ଯ୍ୟକାରୀ କରାଯାଇ ପାରିବ ତାହାକୁ ବଜେଟ ପ୍ରସ୍ତୁତି ବେଳେ ଧ୍ୟାନ ଦେବାକୁ ବିଭାଗମାନଙ୍କୁ କୁହାଯାଇଛି।

୨୦୨୦-୨୧ ବର୍ଷ ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ନୂଆ ବଜେଟ୍ ପ୍ରସ୍ତୁତିରେ ୨୦୧୯ ଡିସେମ୍ବର ୧୫ ସୁଦ୍ଧା‌ ବ୍ୟୟ ଅଟକଳ ପ୍ରସ୍ତୁତ କରିବା ସୁଯୋଗ ବିଭାଗ ଗୁଡ଼ିକୁ ଦିଆଯିବ। ଏହାସହ କାର୍ଯ୍ୟକ୍ରମ ବ୍ୟୟ ପାଇଁ ଗୋଟିଏ ବଜେଟ୍ ସାର୍କୁଲାର ଦିଆଯିବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ବଜେଟ୍ ପ୍ରସ୍ତୁତି ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥର ବଜେଟ ଭିନ୍ନ ହେବ। ଅର୍ଥ ବିଭାଗ ଏନେଇ ସବୁ ବିଭାଗକୁ ଚିଠି ଲେଖିଛି, ଯେଉଁଥିରେ ସରକାର ୫ ବର୍ଷିଆ ଯୋଜନାକୁ ଗୁରୁତ୍ୱ ଦେଇଛନ୍ତି। ଦାରିଦ୍ର୍ୟ ହ୍ରାସ, କୃଷକଙ୍କ ଆୟ ବୃଦ୍ଧି, ସମସ୍ତଙ୍କୁ ପାନୀୟ ଜଳ, ସ୍ବାସ୍ଥ୍ୟସେବା ସୁବିଧା, ଶିକ୍ଷା ଏବଂ ଦକ୍ଷତା ବିକାଶ ଉପରେ ଜୋର ଦିଆଯାଇଛି।

କେଉଁ କ୍ଷେତ୍ରରେ ଖର୍ଚ୍ଚକୁ ଗୁରୁତ୍ବ ଦିଆଯିବ ତାହା ମଧ୍ୟ ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁଁ ଏହାର ପ୍ରଭାବ ରାଜ୍ୟର ଟିକସ ଭାଗ ଉପରେ ମଧ୍ୟ ପଡ଼ିବ। ଜଫିଓ ଏବେ ଯାଏ ସେଭଳି କିଛି ପରିଲକ୍ଷିତ ହୋଇ ନାହିଁ ତେବେ ଆଗକୁ ପଡିପାରେ।

୨୦୧୯-୨୦ ଆର୍ଥିକ ବର୍ଷର ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟ ଜିଏସଟି ଆଦାୟ ରାଶିରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି। ଜିଏସଟି ଆଦାୟ ବାବଦ କ୍ଷତିପୂରଣ ରାଜ୍ୟକୁ ଯଦିଓ ଚଳିତବର୍ଷ ମଳିଯିବ ତେବେ ଆସନ୍ତା ୨୦୨୨ ଜୁନ ପରଠାରୁ ଏ ବାବଦ କ୍ଷତିପୂରଣ ରାଶି ଆଉ ମିଳିବ ନାହିଁ। ଏଥିସହିତ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଯାହା ରହିଛି ତାହାକୁ ବିଚାରକୁ ନେଲେ ରାଜସ୍ବ ଅଭିବୃଦ୍ଧି ମଧ୍ୟ ସେତେଟା ଉତ୍ସାହଜନକ ନରହି ମଧ୍ୟମ ଧରଣର ରହିବ ବୋଲି କୁହାଯାଇଛି।

ନୂଆ ବଜେଟ୍ ପ୍ରସ୍ତୁତି ବେଳେ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣ କରାଯାଇଥିବା ଉତ୍ତମ ବ୍ୟବସ୍ଥାକୁ ଗ୍ରହଣ କରାଯିବ। ସରକାର ଯେଉଁସବୁ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ତାହାକୁ କିଭଳି ଉପଲବ୍ଧ ସମ୍ବଳରେ କାର୍ଯ୍ୟକାରୀ କରାଯାଇ ପାରିବ ତାହାକୁ ବଜେଟ ପ୍ରସ୍ତୁତି ବେଳେ ଧ୍ୟାନ ଦେବାକୁ ବିଭାଗମାନଙ୍କୁ କୁହାଯାଇଛି।

୨୦୨୦-୨୧ ବର୍ଷ ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ନୂଆ ବଜେଟ୍ ପ୍ରସ୍ତୁତିରେ ୨୦୧୯ ଡିସେମ୍ବର ୧୫ ସୁଦ୍ଧା‌ ବ୍ୟୟ ଅଟକଳ ପ୍ରସ୍ତୁତ କରିବା ସୁଯୋଗ ବିଭାଗ ଗୁଡ଼ିକୁ ଦିଆଯିବ। ଆସନ୍ତା ବଜେଟ୍ ପାଇଁ ଯେଉଁସବୁ ସଂଶୋଧନ କାର୍ଯ୍ୟକାରୀ ହେବ ତାହା ହେଲା ପ୍ରଶାସନିକ ଏବଂ କାର୍ଯ୍ୟକ୍ରମ ବ୍ୟୟ ପାଇଁ ଗୋଟିଏ ବଜେଟ୍ ସର୍କୁଲାର ଦିଆଯିବ।

Body:KConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.