ETV Bharat / city

ବଦଳିବ କ୍ୟାପିଟାଲ ହସ୍ପିଟାଲ ରୂପରେଖ, ପ୍ରତି ବେଡ଼କୁ ହେବ ଅକ୍ସିଜେନ ସଂଯୋଗ

author img

By

Published : May 26, 2022, 8:33 PM IST

ବଦଳିବ କ୍ୟାପିଟାଲ ହସ୍ପିଟାଲ ରୂପରେଖ । 760 ବେଡ଼କୁ ହେବ ଅକ୍ସିଜେନ ସଂଯୋଗ ନେଇ ସୂଚନା ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ

ବଦଳିବ କ୍ୟାପିଟାଲ ହସ୍ପିଟାଲ ରୂପରେଖ, ପ୍ରତି ବେଡ଼କୁ ହେବ ଅକ୍ସିଜେନ ସଂଯୋଗ
ବଦଳିବ କ୍ୟାପିଟାଲ ହସ୍ପିଟାଲ ରୂପରେଖ, ପ୍ରତି ବେଡ଼କୁ ହେବ ଅକ୍ସିଜେନ ସଂଯୋଗ

ଭୁବନେଶ୍ବର: ବଦଳିବ କ୍ୟାପିଟାଲ ହସ୍ପିଟାଲର ରୂପରେଖ । ପ୍ରତି ବେଡ଼କୁ ହେବ ଅକ୍ସିଜେନ ସଂଯୋଗ । ଆଜି(ଗୁରୁବାର) କ୍ୟାପିଟାଲ ହସ୍ପିଟାଲରେ ରୋଗୀ କଲ୍ୟାଣ ସମିତି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । କ୍ୟାପିଟାଲ ହସ୍ପିଟାଲା କିଭଳି ଭାବରେ ବେଷ୍ଟ ହସ୍ପିଟାଲ ଭାବରେ ରହିବ ସେନେଇ ବୈଠକରେ ବିଶେଷ ଆଲୋଚନା ହୋଇଛି ।

କ୍ୟାପିଟାଲ ହସ୍ପିଟାଲରେ ରୋଗୀ କଲ୍ୟାଣ ସମିତି ବୈଠକରେ ହସ୍ପିଟାଲର ବିଭିନ୍ନ ଦିଗକୁ ଲକ୍ଷ୍ୟ ରଖି ଆଲୋଚନା କରାଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ, '15 ମାସ ପରେ ଏହି ବୈଠକ ହୋଇଛି । କୋଭିଡ ପାଇଁ ଏହା ବନ୍ଦ ଥିଲା । କ୍ୟାପିଟାଲ ହସ୍ପିଟାଲରୁ ଯେଉଁ ସେବା ପାଉଛନ୍ତି ରୋଗୀମାନେ ତାହା ବଲବତ୍ତର ରହୁ । ରୋଗୀମାନେ ଭଲହୋଇ ଫେରନ୍ତୁ, ଏହାହିଁ ବଡ ଲକ୍ଷ୍ୟ ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ ।'

ସେ ଆହୁରି ମଧ୍ୟ କହିଛନ୍ତି ଯେ, 11 ଟି ନିର୍ଣ୍ଣାୟକ ପ୍ରସ୍ତାବ ରଖାଯାଇଛି । ରୋଗୀ କଲ୍ୟାଣ ସମିତର ଯେଉଁ ଫଣ୍ଡ ଅଛି ତାକୁ ନେଇ ବଡି କ୍ୟାରିୟର ୟୁନିଟ କରାଯିବ । ଗୋଟିଏ କ୍ବାଲିଟି ସର୍ଭେ କରାଯିବ । ରୋଗୀ ସନ୍ତୁଷ୍ଟ ହେଉଛନ୍ତି କି ନହିଁ, ତାହା ସର୍ଭେ କରାଯିବ । ପ୍ରତି ମାସରେ ଏହି ସର୍ଭେ କରାଯିବ । 16 ଟି ଆଇସିୟୁ ବେଡ଼ ରହି ଥିବାବେଳେ ଆଗକୁ ବେଡ୍ ସଂଖ୍ୟା ବୃଦ୍ଧିପାଇବ । ଡାଇଲସିସି ୟୁନିଟ ପାଇଁ 21 ଟି ବେଡ଼ ରହିଛି । ଏହାକୁ ମଧ୍ୟ ବଢ଼ାଯିବ ବୋଲି ସାଂସଦ କହିଛନ୍ତି ।

ପୂର୍ବରୁ 150ଟି ବେଡକୁ ଅକ୍ସିଜେନ ସଂଯୋଗ ରହି ଥାବାବେଳେ ଆଗକୁ 760 ଟି ବେଡକୁ ଅକ୍ସିଜେନ ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି । କ୍ୟାପିଟାଲ ହସ୍ପିଟାଲକୁ ବହୁ ସଂଖ୍ୟାରେ ରୋଗୀ ଆସୁଛନ୍ତି । ତେଣୁ ଆଉ 4 ଟି ରେଜିଷ୍ଟ୍ରେସନ କାଉଣ୍ଟର କରାଯିବ । 8 ରୁ 10 ସିଟ ଥିବା ଆଇ-ରିକ୍ସା କରାଯିବ । କେବଳ ରୋଗୀଙ୍କ ଚଳାଚଳ ପାଇଁ ଏହା ଉପଲବ୍ଧ ରହିବ । ଶିଶୁ ହେଲଥ ୟୁନିଟ ରହିଛି, ଯାହା 100 ବେଡ଼ ବିଶିଷ୍ଟ ଅଟେ । ଏହାକୁ 200 ବେଡ଼ କରାଯିବ । ପିଜି, କ୍ୟାନସର ଇନ୍‌ଷ୍ଟିଚ୍ୟୁଟ୍‌ ସହ ଟ୍ରମା କେୟାର ସେଣ୍ଟର ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ୨୮୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ମାଷ୍ଟର ପ୍ଳାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏବେ ଧିରେ ଧିରେ ବ୍ୟବସ୍ଥାରେ ପରିବର୍ତ୍ତନ ଆସି ଥିବାବେଳେ ବେଡ୍‌ ସଂଖ୍ୟା ମଧ୍ୟ ବୃଦ୍ଧିହେବ ବୋଲି ସାଂସଦ ଅପରାଜିତା କହିଛନ୍ତି ।

ସେପଟେ ମଇ ଶେଷ କିମ୍ବା ଜୁନ ପ୍ରଥମ ସପ୍ତାହ ସୁଦ୍ଧା ନ୍ୟାସନାଲ ମେଡିକାଲ କାଉନସିଲ ଟିମ୍ ପରିଦର୍ଶନ ପରେ ପିଜି ପାଠପଢା ପାଇଁ ଅନୁମୋଦନ ଅପେକ୍ଷାରେ ହସ୍ପିଟାଲ କର୍ତ୍ତୃପକ୍ଷ । ଦୁଇ ବର୍ଷ ଭିତରେ ଆରମ୍ଭ ହେବ ପିଜି ପାଠପଢା । ଆସନ୍ତା ଦୁଇ ବର୍ଷ ମଧ୍ୟରେ ୧୫ଟି ବିଷୟରେ ୬୦ ଜଣ ଛାତ୍ରଛାତ୍ରୀ ପିଜି ପାଠ୍ୟକ୍ରମ ପଢିବେ । ବୈଠକରେ ଭୁବନେଶ୍ୱର ସଂସାଦ, ମେୟର, କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ହସ୍ପିଟାଲର ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.