ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ଏସଟିଏଫର ବଡ ଅପରେସନ । ଥାନା କଡରେ ବ୍ରାଉନସୁଗାର ଡିଲ ବେଳେ ମାଡିବସିଲା ଏସଟିଏଫ । ବାଲେଶ୍ବର ସହଦେବଖୁଣ୍ଟା ଥାନା ନିକଟ ନୟାବଜାର ଅଣ୍ଟରପାସ୍ ନିକଟରୁ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ।
ତେବେ ୬୦ ଲକ୍ଷ ଟଙ୍କାର ୬୨୯ ଗ୍ରାମ ବ୍ରାଉନସୁଗାର ସହ ଦୁଇଜଣଙ୍କୁ ଗିରଫ କରିଛି ଏସଟିଏଫ ଟିମ୍ । ଦୁଇ ବ୍ୟବସାୟୀ ଭଦ୍ରକ ବାଆଁସଡା ଘଣ୍ଟେଶ୍ବରର ସୁଶାନ୍ତ ସେଠୀ ଓ ବାଲେଶ୍ବର ସହଦେବଖୁଣ୍ଟା ଅଣ୍ଡରପାସର ଏସ.କେ ସାହିଦକୁ ଗିରଫ କରିଛନ୍ତି ଏସଟିଏଫ ଅଧିକାରୀ ।
ପଶ୍ଚିମବଙ୍ଗର ମୁର୍ଷିଦାବାଦ ଓ ଗୋଲବଜାର ଅଞ୍ଚଳରୁ ଏପରି ବ୍ରାଉନସୁଗାର ଆସୁଥିବା କହିଛନ୍ତି ଡିଆଇଜି ଜେଏନ ପଙ୍କଜ। ଏହାସହ ଏଯାବତ ୧୬ଟି ମାମଲାରେ ୨୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୨ କେଜି ୨୭୮ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇ । ସେହିପରି ୧୩ ଲକ୍ଷ ୨୧ହଜାର ଟଙ୍କା, ଦୁଇଟି କାର ଓ ୯ଟି ବାଇକ ଜବତ ହୋଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ