ଭୁବନେଶ୍ବର: ରାଜଧାନୀରେ ବ୍ରାଉନ ସୁଗାର କାରବାର । 1 କେଜି ବ୍ରାଉନ ସୁଗାର ଜବତ କରିଲା ଏସଟିଏଫ । ଯାହାର ଆନୁମାନିକ ବଜାର ମୂଲ୍ୟ କୋଟିଏ ଟଙ୍କ ହେବା ନେଇ ଅନୁମାନ କରାଯାଉଛି । ଘଟଣାର ମାଷ୍ଟର ମାଇଣ୍ଡ ଫୋରାର ହୋଇଯାଇଥିବା ବେଳେ ସହଯୋଗୀକୁ ବାନ୍ଧିଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ମାଛ ବେପାରି ପୁଅ ଉମେଶ ବେହେରା ।
କିଛି ଦିନ ଧରି ରାଜଧାନୀରେ ବ୍ରାଉନସୁଗାର ବେପାର ଚାଲିଥିବା ବେଳେ ନେଇ କୌଣସି ସୁତ୍ରରୁ ଖବର ପାଇଥିଲା ଏସଟିଏଫ । ଭୁବନେଶ୍ବର ବାହାରୁ ବ୍ରାଉନସୁଗାର ଆଣି ରାଜଧାନୀରେ କାରବାର କରୁଥିବା ଖବରପାଇ ମଙ୍ଗଳବାର ଅତର୍କିତ ଚଢାଉ କରିଥିଲା ଏସଟିଏଫ । ସୁନ୍ଦରପଦା-ଜଟଣୀ ରାସ୍ତାର ହାଇଟେକ୍ ପ୍ଲାଜା ଠାରେ ଏକ କାର୍କୁ ପୁଲିସ ଅଟକାଇଥିଲା । ହେଲେ କାର୍ ଚଳାଉଥିବା ଚାଳକ ତଥା ଗାଡ଼ି ମାଲିକ କୌଶଳ କ୍ରମେ ଘଟଣା ସ୍ଥଳରୁ ଖସି ପଳାଇଥିଲା ।
ଏହା ମଧ୍ୟ ପଢନ୍ତୁ: ନିଆଳି ପାଲଟିଛି ଅବକାରୀ ହବ, ମାଫିଆଙ୍କୁ ଅବକାରୀ ବିଭାଗର ଚେତାବନୀ
ତେବେ କାରରେ ଥିବା ଉମେଶ ନାମକ ବ୍ୟକ୍ତିକୁ ପୋଲିସ କାବୁ କରି ନେଇଥିଲା । ତେବେ ଉମେଶ ଚଳନ୍ତା କାରରୁ ଡେଇଁ ପଡି ସୁନ୍ଦରପଦ ହାଇଟେକ ପ୍ଲାଜା ନିକଟ ବିଲ ଭିତରେ ଦୌଡି ଖସି ପଳାଇଥିଲା । ପୋଲିସ ଉମେଶକୁ କାବୁ କରିବା ସହ ୧ କେଜି ବ୍ରାଉନସୁଗାର ଜହତ କରିଛି । ଏହା ସହ ଫେରାର ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପ୍ରୟାସ କରଯାଉଛି ବୋଲି ସୂଚନା ଦେଇଛନ୍ତି ଏସଟିଏଫ୍ ଏସପି କେକେ ପାଣିଗ୍ରାହି । ସୂଚନା ଅନୁସାରେ, ଉମେଶ ଭୁବନେଶ୍ବରର ଫରେଷ୍ଟ ପାର୍କ ଅଞ୍ଚଳରେ ରହୁଥିବା ବେଳେ ଉମେଶଙ୍କ ବାପା ମାଛ ବେପାର କରୁଥିଲେ ।
ଏହା ମଧ୍ୟ ପଢନ୍ତୁ: STF ପଞ୍ଝାରେ ବ୍ରାଉନ୍ସୁଗାର ବେପାରୀ, ୧ କେଜିରୁ ଅଧିକା ବ୍ରାଉନସୁଗାର ଜବତ
ଏଠାରେ ସୂଚନା ଥାଉକି, ଗତ ସେପ୍ଟେମ୍ବର ୮ ତାରିଖରେ ରାଜଧାନୀରୁ ପ୍ରାୟ ୧ କେଜି ୩୮୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଗିରଫ ବେପାରୀଙ୍କ ନାମ ଏସ କେ ରାଫିକ୍ୟୁ ଓରଫ ରୁଗା । ବାଲେଶ୍ଵର ପୋଲିସ ସହାୟତାରେ ବାଲେଶ୍ଵର ମସଜିଦ ଗଳିରୁ ରୁଗାକୁ ଗିରଫ କରାଯାଇଥିଲା । ରୁଗା ୱେଷ୍ଟ ବେଙ୍ଗଲରୁ ବ୍ରାଉନସୁଗାର ଆଣି ଓଡ଼ିଶାରେ ବିକ୍ରି କରୁଥିବା ନେଇ ତଦନ୍ତ ବେଳେ ଜଣା ପଡିଥିଲା । ଅଭିଯୁକ୍ତ ନିକଟରୁ 1 କେଜି 380 ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିଲା । ଯାହାର ଆନୁମାନିକ ବଜାର ମୂଲ୍ୟ 1 କୋଟିରୁ ଅଧିକ ଟଙ୍କା ହେବା ନେଇ ଆକଳନ ହୋଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର