ଭୁବନେଶ୍ବର: ଏମର୍ଜେନ୍ସି ସର୍ଭିସ ଆଳରେ ବ୍ରାଉନସୁଗାର ସପ୍ଲାଏ । ଡାକ୍ତର ଓ ପୋଲିସ ବେଶରେ ସପ୍ଲାଏ କରୁଥିଲେ ସ୍ମଗଲର । ପୋଲିସ ଓ ଅବକାରୀ ହାବୁଡରେ ଧରାନପଡିବାକୁ ଆପଣାଇଥିଲେ ଭିନ୍ନ କୌଶଳ । କୋଟିଏ ଟଙ୍କାର ବ୍ରାଉନସୁଗାର ଚାଲାଣ ବେଳେ ଧରାପଡିଲା କୋଟିଏ ଟଙ୍କାର ବ୍ରାଉନସୁଗାର । ବରମୁଣ୍ଡାରୁ ଜବତ ହେଲା ୧ କେଜି ୨୩୮ ଗ୍ରାମର ବ୍ରାଉନସୁଗାର, ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ । ଏଥିରେ ଦୁଇ ଅଭିଯୁକ୍ତ ପଶ୍ଚିମବଙ୍ଗର କପିଳେନ୍ଦ୍ର ମଜୁମଦାର ଓ ଖୋର୍ଦ୍ଧାର ରଶ୍ମିରଜନ ଭୋଳକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ ।
ଏନେଇ ଏସଟିଏଫ୍ ଚେକ ବେଳେ ଜଣାପଡିଥିଲା ପୋଲିସକୁ ଚକମା ଦେବାକୁ କିଭଳି ଆପଣାଇଥିଲେ ଭିନ୍ନ ଭିନ୍ନ ତରିକା ତାହା ସାମ୍ନାକୁ ଆସିଛି । ସେମାନଙ୍କ ଠାରୁ ତାଙ୍କର ପୋଲିସ ଡ୍ରେସରେ ଥିବା ଫଟୋ, ଏମ୍ସ ଡକ୍ଟର ନାଁରେ ଫେକ ଆଇଡି କାର୍ଡ, ଏପରିକି ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାର ଆଇଡି କାର୍ଡ ସହ ଏକ ବୁଲେଟ ମଧ୍ୟ ଜବତ ହୋଇଛି, ଯେଉଁଥିରେ ପୋଲିସର ଲୋଗୋ ବ୍ୟବହାର କରୁଥିଲେ । ଏନେଇ କ୍ରାଇମବ୍ରାଞ୍ଚ ଏସଟିଏଫ୍ ସେମାନଙ୍କୁ ଗିରଫ ପରେ ସେମାନଙ୍କର ଭୂମିକା ନେଇ ତଦନ୍ତ ଚଳାଇଛି ।
![ଖାକିର ଚେହେରାରେ ବ୍ରାଉନସୁଗାର ସପ୍ଲାୟ, ବରମୁଣ୍ଡାରୁ ହେଲା ଜବତ](https://etvbharatimages.akamaized.net/etvbharat/prod-images/od-bbs-02-stf-seized-avb-7203832_28052022132902_2805f_1653724742_408.jpg)
ତେବେ ଏନେଇ ଏସଟିଏଫ୍ ଡିଏସପି ସଚିଦାନନ୍ଦଙ୍କ ସୂଚନା କ୍ରମେ ଏମାନଙ୍କୁ ଗିରଫ କରାଯାଇଛି । କପିଳେନ୍ଦ୍ର ମଜୁମଦାର ଯେକି ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଓଡିଶାକୁ ଆଣୁଥିଲା, ପରେ ଖୋର୍ଦ୍ଧାର ରଶ୍ମିରଞ୍ଜନ ତା’ଠାରୁ ନେଇ ଏଭଳି ସପ୍ଲାଏ କରୁଥିଲା । ନିଶା କାରବାର ରୋକିବା ନେଇ ଏସଟିଏଫ ସ୍ବତନ୍ତ୍ର ଡ୍ରାଇଭ ଜାରି ରଖିଛି । ୨୦୨୦ରୁ ଏଯାବତ ୫୨ କେଜି ବ୍ରାଉନସୁଗାର ସହ ୨୦୨ ଗ୍ରାମର କୋକେନ ଓ ୯୩ କ୍ବିଣ୍ଟାଲ ଗଞ୍ଜେଇ ସହ ୭୫୦ ଗ୍ରାମର ଅଫିମ ସହ ୧୪୬ ଜଣ ନିଶା ବ୍ୟବସାୟୀଙ୍କୁ ଗିରଫ କରିଛି ଏସଟିଏଫ୍ ଟିମ ।
![ଖାକିର ଚେହେରାରେ ବ୍ରାଉନସୁଗାର ସପ୍ଲାୟ, ବରମୁଣ୍ଡାରୁ ହେଲା ଜବତ](https://etvbharatimages.akamaized.net/etvbharat/prod-images/od-bbs-02-stf-seized-avb-7203832_28052022132902_2805f_1653724742_200.jpg)
![ଖାକିର ଚେହେରାରେ ବ୍ରାଉନସୁଗାର ସପ୍ଲାୟ, ବରମୁଣ୍ଡାରୁ ହେଲା ଜବତ](https://etvbharatimages.akamaized.net/etvbharat/prod-images/od-bbs-02-stf-seized-avb-7203832_28052022132902_2805f_1653724742_967.jpg)
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ