ETV Bharat / city

ରାଜଧାନୀରେ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ - ଭୁବନେଶ୍ବର ଖବର

ରାଜଧାନୀରେ ଭରତପୁର ଅଞ୍ଚଳରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର । ସ୍ପେସିଆଲ ସ୍କ୍ୱାଡ ଓ ଭରତପୁର ଥାନା ପୋଲିସ ମିଳିତ ଭାବରେ ଚଢାଉ କରି ୨ ଧଳାଜହର ବେପାରୀଙ୍କୁ ଗିରଫ କରିଛନ୍ତି ।

Commissionerate Police seized brown Sugar:  ରାଜଧାନୀରେ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

author img

By

Published : Nov 25, 2021, 10:43 PM IST

ଭୁବନେଶ୍ବର: ରାଜଧାନୀରେ ଭରତପୁର ଅଞ୍ଚଳରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର(Brown sugar seized in Bhubaneswar) । ସ୍ପେସିଆଲ ସ୍କ୍ୱାଡ ଓ ଭରତପୁର ଥାନା ପୋଲିସ ମିଳିତ ଭାବରେ ଚଢାଉ କରି ୨ ଧଳାଜହର ବେପାରୀଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ହେଲେ ସେହି ଅଞ୍ଚଳର ପ୍ରଦୀପ ଓ ସରୋଜ(Tow drugs peddler arrested in bhubaneswar) । ବ୍ରାଉନସୁଗାରର ପରିମାଣ ୧୦୦ ଗ୍ରାମ ହେବ ବୋଲି ଜଣାପଡିଛି । କମିଶନରେଟ ପୋଲିସର ବସ୍ତିକୁ ଚାଲ ଅଭିଯାନରେ ନିୟୋଜିତ ଥିବା ବସ୍ତିମିତ୍ରଙ୍କ ତଥ୍ୟ ଆଧାରରେ ଅଭିଯୁକ୍ତଙ୍କୁ ଧରିଛି ପୋଲିସ ।

Commissionerate Police seized brown Sugar: ରାଜଧାନୀରେ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ରାଜଧାନୀ ବସ୍ତିକୁ ଅପରାଧ ମୁକ୍ତ କରିବାକୁ ପୋଲିସ ଚଲାଇଛି ‘ବସ୍ତିକୁ ଚାଲ’ ଅଭିଯାନ । ଏହି ଅଭିଯାନ ଜରିଆରେ ଆରମ୍ଭ ହୋଇଛି ଅପରେସନ ହ୍ବାଇଟ୍ ସ୍ପାଇଡର । ଅପରେସନ ହ୍ବାଇଟ ସ୍ପାଇଡର ଟାର୍ଗେଟରେ ରହିଛନ୍ତି ଡ୍ରଗ୍ସ ମାଫିଆ ।

ତେବେ ଅପରେସନ ହ୍ବାଇଟ୍ ସ୍ପାଇଡର ଜରିଆରେ ବର୍ତ୍ତମାନ ସୁଦ୍ଧା ସାଢେ ୩ କିଲୋ ବ୍ରାଉନସୁଗାର ଜବତ କରି ସାରିଲାଣି କମିଶନରେଟ ପୋଲିସ । ଗତ ଅଗଷ୍ଟ ମାସରୁ ଆଜି ସୁଦ୍ଧା ୫୨ ଜଣ ଡ୍ରଗ୍‌ସ ବେପାରୀ ଗିରଫ ହୋଇଛନ୍ତି । ଗତ ୧୯ ତାରିଖରେ ୧୦୭ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ୩ ଜଣ ବେପାରୀଙ୍କୁ ଧରିଥିଲା ତମାଣ୍ଡୋ ପୋଲିସ ।

ନିଶା କାରବାର ରୋକ୍‌ ଲଗାଇବା ପାଇଁ ସେଣ୍ଟ୍ରାଲାଇଜ ମନିଟରିଂ ୟୁନିଟ୍‌ ଗଠନ କରାଯିବ । NDPS ମାମଲାରେ ସମସ୍ତ ଡାଟା ରଖାଯିବ । ଜେଲ୍‌ ଯାଇଥିବା ଅଭିଯୁକ୍ତମାନଙ୍କ ତାଲିକା କରାଯିବ । ଜେଲରୁ ବାହାରିବା ପରେ ସେମାନଙ୍କ ଉପରେ ପୋଲିସ ନଜର ରଖିବ । ଏହାସହ ଅଭିଯୁକ୍ତଙ୍କ ଜିଲ୍ଲା ଓ ରାଜ୍ୟ ବହାରର ନେଟୱର୍କ ଉପରେ ପୋଲିସ ଟାର୍ଗେଟ କରିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.