ETV Bharat / city

ଦଲାଲଙ୍କ ହାତରେ ଆରଟିଓ, ଲାଇସେନ୍ସ ପାଇଁ ଲୁଟୁଛନ୍ତି ମୋଟାଟଙ୍କା - bhubaneswar news

ଦଲାଲଙ୍କ ହାତରେ ଆରଟିଓ, ଲାଇସେନ୍ସ ପାଇଁ ନେଉଛନ୍ତି ମୋଟା ଅଙ୍କର ଟଙ୍କା । ପରିବହନ ସଚିବଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନାହାନ୍ତି ଆରଟିଓ । ଯାହାର ଫାଇଦା ନେଉଛନ୍ତି ଦଲାଲ।

ଡିଜାଇନ ଫଟୋ
author img

By

Published : Sep 13, 2019, 5:52 PM IST

ଭୁବନେଶ୍ବର: ଦଲାଲଙ୍କ ହାତରେ ଆରଟିଓ, ଲାଇସେନ୍ସ ପାଇଁ ନେଉଛନ୍ତି ମୋଟା ଅଙ୍କର ଟଙ୍କା। ପରିବହନ ସଚିବଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନାହାନ୍ତି ଆରଟିଓ । ଯାହାର ଫାଇଦା ନେଉଛନ୍ତି ଦଲାଲ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମୋଟରଯାନ ଆଇନ-2019 ଲାଗୁ ହେଲା ପରେ ପୋଲିସ ଓ ଆରଟିଓ ପକ୍ଷରୁ କଡାକଡି ଯାଞ୍ଚ କରାଯାଇଥିଲା। ତେବେ ପରେ 3 ମାସ ଭିତରେ କାଗଜପତ୍ର ଠିକ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାରୁ କାଗଜପତ୍ର ପାଇଁ ଆରଟିଓ ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି ।

ସେପଟେ ଏହି ଲାଇନର ଫାଇଦା ଉଠାଉଛନ୍ତି ଦଲାଲ । କିଏ ନିଜ ଲାଇସେନ୍ସ କରାଇବାକୁ ଅସୁଥିବାବେଳେ କିଏ ଗାଡି କାଗଜପତ୍ର ପାଇଁ ଆସୁଛନ୍ତି । ତେବେ ଏତେ ଲମ୍ବାଲାଇନ ଥିବାରୁ କେବେ କାଗଜପତ୍ର ମିଳିବ ସେନେଇ ଆଶଙ୍କାରେ ପଡୁଛନ୍ତି । ଯାହାର ଫାଇଦା ନେଇ ଦଲାଲ ମାନେ ମାତ୍ର 3 ଦିନରେ ସବୁ କରିଦେବେ କହି ଲୋକଙ୍କଠୁ ମୋଟା ଅଙ୍କର ଟଙ୍କା ନେଉଛନ୍ତି । ଲୋକମାନେ ବି କମ ସମୟରେ ପାଇବାକୁ ଖୁସିରେ ଖୁସିରେ ଟଙ୍କା ଦେଇଦେଉଛନ୍ତି । ଏପରି ଦେଖିବାକୁ ମିଳିଛି ଖୋଦ୍‌ ରାଜଧାନୀର ଆରଟିଓରେ ।

ଏହି ଦଲାଲ ମାନେ ଲୋକଙ୍କଠୁ ପ୍ରଥମେ ଟଙ୍କା ଓ ଲାଇସେନ୍ସ କରିବା ପାଇଁ ଗାଡିର କାଗଜପତ୍ର ମାଗିନେଉଛନ୍ତି । ତିନିଦିନ ପରେ ଆସିବା ପାଇଁ କହିବା ସହ ଟେଷ୍ଟଡ୍ରାଇଭ କରିବା ପାଇଁ ଆସିବାକୁ କୁହାଯାଉଛି। ଏମିତି କି ଅନେକ ଲୋକ ଦଲାଲଙ୍କୁ ହାତ କରି ନିଜର ଲାଇସେନ୍ସ କରାଉଥିବା ଦେଖିବାକୁ ମିଳୁଛି।

ଗୋଟେ ଦୁଇ ଚକିଆ ଲାଇସେନ୍ସ କରାଇବାକୁ ଦେବାକୁ ପଡୁଛି ଦୁଇ ହଜାରରୁ 5 ହଜାର ଟଙ୍କା। ସେପଟେ ଘଟଣାକୁ ନେଇ ଆରଟିଓ କର୍ତୃପକ୍ଷ କହିଛନ୍ତି,‘ଦଲାଲଙ୍କ ଉପରେ ଆମର ନଜର ରହିଛି। ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କି ସମସ୍ତେ ଅନଲାଇନରେ ଫର୍ମ ଭରନ୍ତୁ ଓ ଲାଇସେନ୍ସ ପାଇଁ ଆବେଦନ କରନ୍ତୁ। ଆରଟିଓ ଭିତରେ ଥିବା କୌଣସି ବ୍ୟକ୍ତି ବିଶେଷଙ୍କୁ କୌଣସି କାମ ପାଇଁ ଟଙ୍କା ଦିଅନ୍ତୁ ନାହିଁ। ଧୈର୍ଯ୍ୟର ସହ ଧାଡି ରେ ରହି କାର୍ଯ୍ୟ ସାରନ୍ତୁ ।’

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:

ଦଲାଲଙ୍କ ହାତରେ ଆରଟିଓ, ଲାଇସେନ୍ସ ପାଇଁ ନେଉଛନ୍ତି ମୋଟା ଅଙ୍କର ଟଙ୍କା।

ପରିବହନ ସଚିବଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରୁନାହାନ୍ତି ଆରଟିଓ । ଯାହାର ଫାଇଦା ନେଉଛନ୍ତି ଦଲାଲ। ମୋଟର ଜାନ ଆଇନ 2019 ଲାଗୁ ହେଲା ପରେ ପୋଲିସ ଓ ଆରଟିଓ ପକ୍ଷରୁ କଡା କଡୀ ଯାଂଚ କରାଯାଇଥିଲା। ଯାହାକୁ ନେଇ ଛାନିଆ ଗାଡି ଚାଳକ।ଖୁବ ଶୀଘ୍ର ସେମାନେ ଗାଡିର କରଗଜ ପତ୍ର କରିବା ପାଇଁ ଆରଟିଓ ଅଫିସ ରେ ଲମ୍ବା ଲାଇନ ଲଗାଇଛନ୍ତି।

Body:

ସାଧାରଣ ଲୋକ ଲାଇସେନ୍ସ କରାଇବାକୁ ଦୀର୍ଘ ସମୟ ଲାଗୁଛି। ଅଟେ ସମୟ ଧରି ଲାଇନ ରେ ଛିଡା ହେବାକୁ ସେମାନେ ଉଚିତ ମନେ କରୁନାହାନ୍ତି। ବାଧ୍ୟ ହୋଇ ସେମନେ ଦଲାଲଙ୍କ ସହଯୋଗ ଲୋଡୁଛନ୍ତି। ଦଲାଲ 3 ଦିନ ଭିତରେ କରାଇ ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି। କେବଳ ଆରଟିଓ କାର୍ଯ୍ୟାଳୟର ଚରୁପାଶ୍ୱରରେ ଘରେ ହୋଇ ବସିଛନ୍ତି। ଲୋକଙ୍କୁ ଖୁବ ଶୀଘ୍ର ଲାଇସେନ୍ସ କରାଇ ଦେବାକୁ କହି ଦୁଇ ରୁ ପାଞ୍ଚ ହଜାର ଭିତରେ ଦାବି କରୁଛନ୍ତୁ। ସ୍ୱଳ୍ପ ସମୟ ଭିତରେ କରିଦେବାକୁ ପ୍ରତିଶ୍ରୁୟୀ ଦେଇ ଆରଟିଓ। ରେ ବିଭିନ୍ନ କାର୍ଯ୍ୟ କରାଉଛନ୍ତି।
ଗ୍ରାହକଙ୍କ ଠାରୁ ପ୍ରଥମେ ଟଙ୍କା ଓ ଲାଇସେନ୍ସ କରିବା ପାଇଁ ଗାଡିର କାଗଜପତ୍ର ମାଗିନେଉଛନ୍ତି। ତିନିଦିନ ପରେ ଆସିବା ପାଇଁ କହିବା ସହ ଟେଷ୍ଟ କରିବା ପାଇଁ ଆସିବାକୁ କୁହାଯାଉଛି। ଯଦି ଜଣେ ଗାଡି ଚାଳକ ଟ୍ରାଫିକ ସିଗନାଲ ଓ ଅନ୍ୟ ନୀତିନିୟମ ବିଷୟରେ ଜାଣିନଥିଲେ ମଧ୍ୟ ଏହି ଦଲାଲ ମନେ ସେମାନଙ୍କୁ ଫିଟ କରାଇଦେଉଛନ୍ତି। ଆରଟିଓ ଅଫିସ ରେ ଥୁବା ଅଧିକାରୀ ମାନଙ୍କ ମୋଟଆଙ୍କର ଟଙ୍କା ଦେଇ ହାତରେ ରଖିଛନ୍ତି।
ଏମିତି କି ଅନେକ ଲୋକ ଦଲାଲ ଙ୍କ ହାତ କରି ନିଜର ଲାଇସେନ୍ସ କରାଉଛନ୍ତି। କିଭଳି ଆରଟିଓ ୱେବ ସାଇଟ ରେ ଲାଇସେନ୍ସ ପାଇଁ ଆବେଦନ କରାଯିବ ସେନେଇ ଅନେକ ମଧ୍ୟ ଜାଣିନାହାନ୍ତି। ସେଥିପାଇଁ ଆରଟିଓ କାର୍ଯ୍ୟାଳୟକୁ ଆସି ଅଫଳାଇନ ରେ ଆବେଦନ କରୁଛନ୍ତି। ତେବେ ଏହାର ଫାଇଦା ନେଉଛନ୍ତି ଦଲାଲ। ଗୋଟେ ଦୁଇ ଚକିଆ ଲାଇସେନ୍ସ କରାଇବାକୁ ବେଳେ ଦେବାକୁ ପଡୁଛି ଦୁଇ ହଜାର ଟଙ୍କା ଠାରୁ 5 ହଜାର ଟଙ୍କା ପର୍ଯ୍ୟନ୍ତ। ଯେଉଇଁ ଠି କମ ଟଙ୍କା କହୁଛନ୍ତି ସେଠି ଲାଇସେନ୍ସ ଆବେଦନ ପାଇଁ ଟଙ୍କା ଦେଉଛନ୍ତି ବୋଲି କହିଛନ୍ତି ଆୟୁଷମାନ ପ୍ରଧାନ କହିଛନ୍ତି।
ଦଲାଲ ଙ୍କ ସକ୍ରିୟ କୁ ନେଇ ପ୍ରଭାତ କୁମାର ଦଣ୍ଡିଆ କହିଛନ୍ତି ନିଜର ଲାଇସେନ୍ସ ପାଇଁ ଆରଟିଓ କୁ ଅସିଥିଲେ। ଯାହା ଫଳରେ ଅନେକ ଲମ୍ବା ଲାଇନ ଲାଗିଥିବା ରୁ ଭାଙ୍ଗିପଡିଥିଲେ। ହେଲେ ଦଲାଲ ଏହାର ସୁଯୋଗ ନେଇ ଗାଡି ଲାଇସେନ୍ସ ବନାଇବା ପାଇଁ ତାଙ୍କ ଠାରୁ ୧୨ ଶହ ଟଙ୍କା ବଦଳରେ ୨୫ ଶହ ଟଙ୍କା ନେଇଥିଲା ବୋଲି କହିଛନ୍ତି।

ଏହି ଘଟଣା କୁ ନେଇ ଆରଟିଓ ପ୍ରଦୀପ କୁମାର ମହାନ୍ତି କହିଛନ୍ତି ଯେ ଦଲାଲ ଙ୍କ ଉପରେ ଆମର ନଜର ରହିଛି। ସନସ୍ତ ଜନସାଧାରଣଙ୍କୁ ଅନୁରୋଧ କି ସମସ୍ତେ ଅନଲାଇନ ରେ ଫର୍ମ ଭରନ୍ତୁ ଓ ଲାଇସେନ୍ସ ପାଇଁ ଆବେଦନ କରନ୍ତୁ। ଆରଟିଓ କାର୍ଯ୍ୟାଳୟ ଭିତରେ ଥିବା କୌଣସି ବ୍ୟକ୍ତି ବିଶେଷଙ୍କୁ କୌଣସି କାମ ପାଇଁ ଟଙ୍କା ଦିଅନ୍ତୁ ନାହିଁ। ଧର୍ଯ୍ୟର ସହ ଧାଡି ରେ ରହି କାର୍ଯ୍ୟ ସାରନ୍ତୁ ବୋଲି କହିଛନ୍ତି।

Byte- ଆୟୁଷମାନ ପ୍ରଧାନ
Byte-ପ୍ରଭାତ କୁମାର ଦଣ୍ଡିଆ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.