ETV Bharat / city

ରାଜଧାନୀରେ ବ୍ରିଟିଶ ଅମଳର ଥାନା, ବୁଲି ଦେଖିବାକୁ ଲାଗୁଛି ଭିଡ - police station special story

କାନ୍ଥରେ ନିଆରା କାରିଗରୀ । ଆଉ ପାଖରେ କୃତ୍ରିମ ଝରଣାର ସରୁ ଧାର। ବୁଦ୍ଧଦେବଙ୍କ ପ୍ରତିମୃତ୍ତି ସହ ସବୁଠି ଝଲସୁଛି ଓଡିଶାର ସଂସ୍କୃତି ଓ ପରମ୍ପରାର ଛାପ । ରଙ୍ଗବେରଙ୍ଗ ଫୁଲକୁଣ୍ଡରେ ଫୁଟିଛି ଭଳିକି ଭଳି ଫୁଲ । ଏହା କୌଣସି ପାର୍କ ବା ମ୍ଯୁଜିୟମର ନୁହେଁ ବରଂ ଥାନା ପରିସର ଦୃଶ୍ୟ । ଅଧିକ ପଢନ୍ତୁ...

ରାଜଧାନୀରେ ବ୍ରିଟିଶ ଅମଳର ଥାନା, ଦେଖିବାକୁ ଲାଗୁଛି ଭିଡ

author img

By

Published : Feb 3, 2021, 8:03 PM IST

Updated : Feb 3, 2021, 10:19 PM IST

ଭୁବନେଶ୍ବର: ଚାରିଆଡେ କୁସୁମିତ ଫୁଲର ଭଣ୍ଡାର । ଏହା ସହିତ କୁଳୁକୁଳୁ କୃତ୍ରିମ ଝରଣାର ପାଣି ଧାର । ବୁଦ୍ଧଦେବଙ୍କ ପ୍ରତିମୃତ୍ତି ସହ ରଙ୍ଗବେରଙ୍ଗର ଫୁଲ । କିଏ ଭାବୁଛି ଏହା ପାର୍କ ତ କିଏ ଭାବୁଛି ମ୍ଯୁଜିୟମ । କିନ୍ତୁ ଇଏ ହେଉଛି ରାଜଧାନୀର ସର୍ବପୁରାତନ ଥାନା ଚନ୍ଦକା ଥାନା ।

ବ୍ରିଟିଶ ଅମଳରୁ 1868 ମସିହାରୁ ଏହି ଥାନା ଅବସ୍ଥାପିତ । ୯ଟି ପଞ୍ଚାୟତର ଦାୟିତ୍ବରେ ଥିବା ଏହି ଥାନା ଯେପରି ଅଭିଯୋଗକରିବାକୁ ଆସୁଥିବା ଲୋକଙ୍କ ମନର କଷ୍ଟକୁ ଲାଘବ କରିବ ପାଇଁ ଥାନା ବାବୁ ପରିସରରେ ଏହି ସୌନ୍ଦର୍ଯ୍ୟକରଣ କରିଛନ୍ତି । ଯାହାକି ଥାନା କମ ବରଂ ପାର୍କ ବା ମ୍ଯୁଜିୟମର ଭ୍ରମ ସୃଷ୍ଟି କରୁଛି ।

ରାଜଧାନୀରେ ବ୍ରିଟିଶ ଅମଳର ଥାନା, ବୁଲି ଦେଖିବାକୁ ଲାଗୁଛି ଭିଡ

ଏହାକୁ ବୁଲି ଦେଖିବାକୁ ଅନେକ ଲୋକ ଦୂରଦୂରାନ୍ତରୁ ଆସୁଛନ୍ତି । ଏପରିକି କିଛି ପୂର୍ବତନ ସରକାରୀ କର୍ମଚାରୀ ସହ ପୋଲିସ ଅଧିକାରୀ ଟିକେ ଫୁରସତ୍‌ ପାଇଲେ ଥାନା ଆଡକୁ ବୁଲିବାକୁ ଚାଲି ଆସୁଛନ୍ତି ।

ତେବେ ଚନ୍ଦକା ଥାନାର ସୌନ୍ଦର୍ଯ୍ୟକରଣ ପରେ ଏବେ ଅନ୍ୟ ଥାନା ଏପରି ପଥ ଅନୁସରଣ କରିଛନ୍ତି । କାରଣ ଅନେକ ସମୟରେ ଥାନା ପରିସରରେ ଚୋରି ଓ ଦୁର୍ଘଟଣାଗ୍ରସ୍ତ ଗାଡି ପଡି ରହି ଅପରିଷ୍କାର ଯୋଗୁ ଏଥିପାଇଁ ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି ଅନେକ ଥାନା ବାବୁ।

ଏହି କ୍ରମରେ ଏୟାରଫିଲଡ ଥାନାର ଫୁଲର ଭଣ୍ଡାର ଓ ଆକ୍ବାରିୟମ । ଖଣ୍ଡଗିରି ଥାନାର ୱାଟର ଫାଉଣ୍ଟେନ ଓ ତ୍ରିରଙ୍ଗା ଢଙ୍ଗର ଫୁଲଗଛର ସାଜସଜା ଏବେ ବେଶ ଆକୃଷ୍ଟ କରିଛି । ସେହିପରି କ୍ଯାପିଟାଲ, ମହିଳାଥାନା ପରି ସହିଦନଗର ଓ ଏୟାରପୋର୍ଟ ଥାନା ମଧ୍ଯ ଏଭଳି ପନ୍ଥା ଆପଣାଇଛନ୍ତି । ଯାହା ଥାନାକୁ ଆସୁଥିବା ଲୋକଙ୍କୁ ବେଶ ପ୍ରଭାବିତ କରୁଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 3, 2021, 10:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.