ETV Bharat / city

Brajarajnagar Bypoll: ବିଜେଡି ପ୍ରାର୍ଥୀ ନେଇ ବଢୁଛି ସସପେନ୍ସ

author img

By

Published : May 8, 2022, 3:43 PM IST

Updated : May 8, 2022, 4:03 PM IST

ବ୍ରଜରାଜନଗର ଉପନିର୍ବାଚନକୁ ନେଇ ବଢୁଛି ଉଷ୍ମତା । ଏପଟେ ଶାସକ ବିଜେଡିର ପ୍ରାର୍ଥୀ ହେବା ନେଇ ବଢୁଛି ସସପେନ୍ସ । ସେପଟେ କଂଗ୍ରେସ ଏକ କମିଟି ଗଠନ କରି ପ୍ରାର୍ଥୀ ଘୋଷଣା କରିବା ନେଇ ରଣନୀତି କରିଛି । ଅଧିକ ପଢନ୍ତୁ

Brajarajnagar Bypoll: ବିଜେଡି ପ୍ରାର୍ଥୀ ନେଇ ବଢୁଛି ସସପେନ୍ସ
Brajarajnagar Bypoll: ବିଜେଡି ପ୍ରାର୍ଥୀ ନେଇ ବଢୁଛି ସସପେନ୍ସ

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନକୁ ନେଇ ବଢୁଛି ଉଷ୍ମତା । ଏପଟେ ଆଜି(ରବିବାର) ବିରୋଧୀ ବିଜେପି ପୂର୍ବତନ ବ୍ରଜରାଜନଗରର ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ ଶାସକ ବଜେଡି ଓ କଂଗ୍ରେସ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରି ନାହାନ୍ତି । ସେପଟେ କଂଗ୍ରେସ ଏକ କମିଟି ଗଠନ କରି ପ୍ରାର୍ଥୀ ଘୋଷଣା କରିବା ନେଇ ରଣନୀତି ଆରମ୍ଭ କରିଥିବାବେଳେ ଶାସକ ବିଜେଡି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର ରଖିଛି ।

ସେହିପରି ଉପନିର୍ବାଚନରେ ସାଙ୍ଗଠନିକ କ୍ଷେତ୍ରରେ ବିଜେଡି ତୃଣମୂଳ ସ୍ତରରେ ନିଜର ସ୍ଥିତି ବଜାୟ ରଖିଛି ବୋଲି ଝାରସୁଗୁଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୁବାସ ସିଂ କହିଛନ୍ତି । ବିଜେଡି ଖୁବଶୀଘ୍ର ପ୍ରାଥୀଙ୍କ ନାମ ଘୋଷଣା କରିବ ବୋଲି ସେ କହିଛନ୍ତି । ଦଳ ଭିତରେ କୌଣସି ଅନ୍ତଃଦ୍ଵନ୍ଦ ନାହିଁ ବୋଲି ସେ କହିବା ସହ ଯାହା ଚର୍ଚ୍ଚା ହେଉଛି, କେବଳ ଗଣ ମାଧ୍ୟମରେ କରାଯାଉଛି ବୋଲି ସୁବାସ କହିଛନ୍ତି ।

ଏହା ବି ପଢନ୍ତୁ: Brajarajnagar Bypoll: ରାଧାରାଣୀ ପଣ୍ଡା ହେଲେ ବିଜେପି ପ୍ରାର୍ଥୀ

ଏଥିସହ ସର୍ବସମ୍ମତି କ୍ରମେ ଆମର ସଂକଳ୍ପ ପ୍ରସ୍ତାଵ ପାରିତ ହୋଇଛି ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ ଭାବେ ଘୋଷଣା କରିବେ ଆମେ ତାଙ୍କ ପାଇଁ ଲଢ଼ିବୁ । ଆକଳନ ଅନୁଯାୟୀ, ଆମେ ୫୬ ହଜାର ୩୦୦ ଭୋଟରେ ଆଗୁଆ ଅଛୁ, ଏହି ବ୍ୟବଧାନକୁ କେତେ ଆଗକୁ ବଢେଇବୁ ସେ ପ୍ରକ୍ରିୟା ଚାଲୁ ରହିଛି । ଏପଟେ ଝାରସୁଗୁଡାର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତି ଟିକେଟ ପାଇବା ନେଇ ଆଲୋଚନା ହେଉଥିବାବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳୀ ଦାସଙ୍କୁ ବିଜେଡିରୁ ପ୍ରାର୍ଥୀନୀ କରେଇବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି ନବ ଦାସ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଅନ୍ୟପଟେ କଂଗ୍ରେସ ମଧ୍ୟ ପଛରେ ନଥିବା ଜଣାପଡିଛି । ତେବେ ଉପନିର୍ବାଚନରେ କଂଗ୍ରେସରୁ ବରିଷ୍ଠ ନେତା କିଶୋର ପଟେଲଙ୍କ ନାଁ ଚର୍ଚ୍ଚାରେ ରହିଛି । କିଶୋରଙ୍କୁ ପ୍ରାର୍ଥୀ କରିବା ନେଇ ଏକ ପ୍ରକାର କଂଗ୍ରେସ ପକ୍ଷରୁ ଜଣାପଡିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : May 8, 2022, 4:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.