ETV Bharat / city

ବ୍ଲାକ ଫଙ୍ଗସ୍ ପରେ ବୋନ ଡେଥ ଚିନ୍ତା, ଆଣ୍ଠୁ ଗଣ୍ଠି ଉପରେ ପଡୁଛି ପ୍ରଭାବ: ସ୍ବାସ୍ଥ୍ୟ ବିଶେଷଜ୍ଞ

କୋରୋନା ପରେ ବ୍ଲାକ ଫଙ୍ଗସ ଏବେ ପୁଣି ଚିନ୍ତା ବଢାଇଲାଣି ବୋନ୍ ଡେଥ୍ । ସତର୍କ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ । ଅଧିକ ପଢନ୍ତୁ...

ବ୍ଲାକ ଫଙ୍ଗସ୍ ପରେ ବୋନ ଡେଥ ଚିନ୍ତା, ଆଣ୍ଠୁ ଗଣ୍ଠି ଉପରେ ପଡୁଛି ପ୍ରଭାବ: ସ୍ବାସ୍ଥ୍ୟ ବିଶେଷଜ୍ଞ
ବ୍ଲାକ ଫଙ୍ଗସ୍ ପରେ ବୋନ ଡେଥ ଚିନ୍ତା, ଆଣ୍ଠୁ ଗଣ୍ଠି ଉପରେ ପଡୁଛି ପ୍ରଭାବ: ସ୍ବାସ୍ଥ୍ୟ ବିଶେଷଜ୍ଞ
author img

By

Published : Jul 7, 2021, 2:31 PM IST

ଭୁବନେଶ୍ବର: କୋରେନାର ଦ୍ବିତୀୟ ଲହର ଏକ ପ୍ରକାରର ଭୟ ସୃଷ୍ଟି କରିଛି । ମହାମାରୀରୁ ସୁସ୍ଥ ହେଉଥିଲେ ମଧ୍ୟ ଅନ୍ୟାନ୍ୟ ରୋଗ ଶରୀରରେ ସୃଷ୍ଟି ହେଉଛି । କୋରୋନା ପରେ ବ୍ଲାକ୍ ଫଙ୍ଗସର କାୟା ବିସ୍ତାର ହେଉ ଥିବାବେଳେ ଏବେ ଚିକିତ୍ସକମନଙ୍କ ପାଇଁ ଚିନ୍ତା ବଢ଼ିଛି ନୂଆ ରୋଗ ବୋନ୍ ଡେଥ୍ । କୋଭିଡ଼ ପରେ ଶରୀର ପ୍ରତି ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ବ୍ଲାକ ଫଙ୍ଗସ୍ ପରେ ବୋନ ଡେଥ ଚିନ୍ତା, ଆଣ୍ଠୁ ଗଣ୍ଠି ଉପରେ ପଡୁଛି ପ୍ରଭାବ: ସ୍ବାସ୍ଥ୍ୟ ବିଶେଷଜ୍ଞ
କୋରୋନାରୁ ସୁସ୍ଥ ହୋଇଥିବା କିଛି ରୋଗୀ ଏହି ‘ବୋନ୍ ଡେଥ୍’ର ଶିକାର ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଏନେଇ ଦେଶରେ 3ଟି ମାମଲା ଦେଖାଯାଇଛି । ସମସ୍ତଙ୍କ ବୟସ ପାଖାପାଖି ୪୦ ବର୍ଷରୁ କମ । ହିପ ଓ ଆଣ୍ଠୁ ହାଡ଼ରେ ପ୍ରବଳ ଯନ୍ତ୍ରଣା ହେବା ଏକ ଲକ୍ଷଣ ଦେଖାଯାଉଛ । ତେବେ ଜଣାପଡ଼ିଥିଲା ଯେ, ସେମାନେ ‘ବୋନ୍ ଡେଥ୍’ର ଶିକାର ହୋଇଛନ୍ତି । ଏହା ଦ୍ୱରା ଅସ୍ଥି କୋଷଗୁଡ଼ିକ ନଷ୍ଟ ହୋଇଯାଉଛି । ଅସ୍ଥିକୁ ରକ୍ତ ଯୋଗାଣ ବନ୍ଦ ହୋଇଯିବା ଦ୍ବାରା ଏହି ରୋଗ ଦେଖାଦେଉଛି ।

ରୋଗର ପ୍ରାଥମିକ ଲକ୍ଷଣଗୁଡ଼ିକ ମୁଖ୍ୟତଃ ଖଞ୍ଜାଗୁଡ଼ିକ ଉପରେ ବେଶୀ ଚାପ ପଡିଥାଏ । ଏହା ସହ ହାଡରେ ପ୍ରବଳ ଯନ୍ତ୍ରଣା ହୋଇଥାଏ । ତେବେ କରୋନାରୁ ସୁସ୍ଥ ହେବାପରେ ବୋନ୍ ଡେଥର ଏକ ପ୍ରମୁଖ କାରଣ ହେଉଛି ଷ୍ଟେରଏଡ ଅତ୍ୟଧିକ ବ୍ୟବହାର ଏହି ବୋନ୍ ଡେଥର କାରଣ । କରୋନାରୁ ସୁସ୍ଥ ହେବାପରେ ଯେଉଁମାନଙ୍କର ଜଙ୍ଘ ଏବଂ ଅଣ୍ଟାରେ ସାଙ୍ଘାତିକ ଯନ୍ତ୍ରଣା ହେଉଛି ସେମାନେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ ବୋଲି କହିଛନ୍ତି ସ୍ୱସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.