ETV Bharat / city

Women's Business Mela: ଚତୁର୍ଥ ଦିନର ମୁଖ୍ୟ ଆକର୍ଷଣ ସାଜିଲେ ବଲିଉଡ ଷ୍ଟାର୍‌

ରାଜଧାନୀରେ ଜମୁଛି ଦେଶର ପ୍ରଥମ ୱିମେନ୍ସ ବିଜନେସ ମେଳା । ଚତୁର୍ଥ ଦିନରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ଷ୍ଟାର ଅର୍ଜୁନ ରାମପାଲ ଓ ଇମତିଆଜ ଅଲ୍ଲୀ । ଅଧିକ ପଢନ୍ତୁ

author img

By

Published : May 8, 2022, 10:21 AM IST

Updated : May 8, 2022, 1:52 PM IST

Women's Business Mela : ଚତୁର୍ଥ ଦିନର ମୁଖ୍ୟ ଆକର୍ଷଣ ଅର୍ଜୁନ ରାମପାଲ,ଇମତିଆଜ ଅଲ୍ଲୀ

ଭୁବନେଶ୍ବର: ରାଜଧାନୀରେ ଜମୁଛି ଦେଶର ପ୍ରଥମ ୱିମେନ୍ସ ବିଜନେସ ମେଳା । ଚତୁର୍ଥ ଦିନରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ଷ୍ଟାର ଅର୍ଜୁନ ରାମପାଲ ଓ ଇମତିଆଜ ଅଲ୍ଲୀ । ମେ ୪ରୁ ଆରମ୍ଭ ହୋଇଥିବା ଏ ମେଳା ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ସହିତ ଓଲିଉଡ ନାଇଟ ଏବଂ ମେଳାରେ ଥିବା ଫୁଡ କୋର୍ଟର ମଧ୍ୟ ମଜା ଉଠାଇଥିଲେ ରାଜଧାନୀବାସୀ । ଏହି କାର୍ଯ୍ୟକ୍ରମରେ ଅର୍ଜୁନ ରାମପାଲ ସାମିଲ ହେବା ସହ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିଛନ୍ତି । ଏହି ପ୍ରଥମ ୱିମେନ୍ସ ବିଜନେସ ମେଳାରେ ବ୍ୟବସାୟର ଅନେକ ନୂଆ ନୂଆ କୈଶଳ ଶିଖିବାକୁ ମିଳୁଛି ।

Women's Business Mela: ଚତୁର୍ଥ ଦିନର ମୁଖ୍ୟ ଆକର୍ଷଣ ସାଜିଲେ ବଲିଉଡ ଷ୍ଟାର୍‌

IWEC ପକ୍ଷରୁ ଆୟୋଜିତ ହୋଇଥିବା ଏହି ମେଳାରେ ଆଜି ଅନ୍ତିମ ଦିନ । ପ୍ରାୟ ୧୦୦ରୁ ଅଧିକ ମହିଳା ଉଦ୍ୟୋଗୀ ଏହି ମେଳାରେ ସାମିଲ ହୋଇଛନ୍ତି । ବିଭିନ୍ନ ଷ୍ଟଲରେ ସେମାନେ ନିଜର ସାମଗ୍ରୀ ପ୍ରଦର୍ଶନ କରୁଛନ୍ତି । ରସଗୋଲା ଆମର ବୋଲି ଦାବି କରୁଥିବା ଓଡିଶାକୁ ମେଳାରେ ଆଜି ବଡ ସମର୍ଥନ ମିଳିଛି । କାହିଁକିନା ଓଡିଶାରେ ରସଗୋଲା କଥାକୁ ସମର୍ଥନ କରିଛନ୍ତି ବଲିଉଡର ବିଶିଷ୍ଟ ନିର୍ଦ୍ଦେଶକ ଇମିତିଆଜ୍ ଅଲ୍ଲୀ । ଇମିତଆଜ କହିଛନ୍ତି, ''ରସଗୋଲା ଓଡିଶାର ଆଉ ଏହି ପ୍ରସଙ୍ଗରେ ସେ ଓଡିଶା ସାଙ୍ଗରେ ଅଛନ୍ତି ।''

ସେ ଆହୁରି କହିଛନ୍ତି ଯେ, ''ଓଡିଶାର ଛେନାପୋଡ ବି ଭଲ ଲାଗେ । ମୁମ୍ବାଇରେ ମଧ୍ୟ ଏହାର ଅନେକ ଚାହିଦା । ଭୁବନେଶ୍ବର ମୋର ଘର ମୁଁ ଏଠିକାର ବାସିନ୍ଦା ।'' ଆଇଡବ୍ଲୁଇସିର ସହ ସଂଯୋଜିକା ତନୟା ପଟ୍ଟନାୟକ ସାକ୍ଷାତକାର ନେବା ସମୟରେ ରସଗୋଲା ଓ ଛେନାପୋଡ ବିଷୟରେ ଏହା କହିଥିଲେ ଇମିତିଆଜ ଅଲ୍ଲୀ । ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିଥିବା ସେ କହିଛନ୍ତି । ଏହାସହ ସେ ତାଙ୍କ ସିନେମାରେ ପୁରୁଷଙ୍କ ଅପେକ୍ଷା ନାରୀଙ୍କୁ ଚରିତ୍ରକୁ ଅଧିକ ଚିତ୍ରଣ କରିଥାନ୍ତି । କାରଣ ତାଙ୍କ ମତରେ ନାରୀ ଅଧିକା ବୁଦ୍ଧିମତି ଓ ବାସ୍ତବାବାଦୀ ହୋଇଥାନ୍ତି ।

ତେଣୁ ସେ ଓଡ଼ିଶାରେ ସୁଯୋଗ ମିଳିଲେ ମହିଳା ହକି ଖେଳାଳୀଙ୍କୁ ନେଇ ଫିଲ୍ମ ନିର୍ମାଣ କରିବେ । ଓଡ଼ିଶାରେ ହକି ଖେଳର ବେଶ ଚାହିଦା ରହିଛି । ଏହାସହ ଓଡିଶାର ପଣ୍ଡା ଓ ଗାଁର ପାନ ଦୋକାନୀ ମଧ୍ୟ ତାଙ୍କର ବହୁତ ପସନ୍ଦ । ତେଣୁ ସେ ଏମାନଙ୍କ ଉପରେ ଚଳଚ୍ଚିତ୍ର ତିଆରି କରିବାକୁ ବେଶୀ ପସନ୍ଦ କରିବେ ବୋଲି କହିଛନ୍ତି ବଲିଉଡର ନିର୍ଦେଶକ, ପ୍ରଯୋଜକ ତଥା ଅଭିନେତା ଇମତିଆଜ ଅଲ୍ଲୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାର କୋରାପୁଟ, ଚିଲିକା, ଗୋପାଳପୁର ଓ ଭୁବନେଶ୍ବର ବେଶ ପସନ୍ଦର ସ୍ଥାନ ।

ସେହିପରି ବଲିଉଡ ଅଭିନେତା ଅର୍ଜୁନ ରାମପାଲ ମଧ୍ୟ ଯୋଗ ଦେଇ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଅର୍ଜୁନ କହିଛନ୍ତି, "ଓଡ଼ିଶା ଆସି ବହୁତ ଭଲ ଲାଗିଲା । ଓଡ଼ିଶା ଆସିଥିବାରୁ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବି ।" ଓଡ଼ିଶାରେ ଏହି ମହିଳା ବିଜନେସ ମେଳା ଆୟୋଜିତ ହୋଇଥିବାରୁ ମହିଳା ଉଦ୍ୟୋଗୀ ମାନଙ୍କୁ ଉତ୍ସାହିତ କରିଛନ୍ତି ଅର୍ଜୁନ ରାମପାଲ । ଏହି ଅବସରରେ ଉଭୟ ବଲିଉଡ ଷ୍ଟାର ମହିଳା ଉଦ୍ୟୋଗୀ ମାନଙ୍କୁ ଉତ୍ସାହିତ କରିବା ସହ କିଛି ମହିଳା ଉଦ୍ୟୋଗୀ, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କିଛି ମହିଳା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

Last Updated : May 8, 2022, 1:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.