ଭୁବନେଶ୍ବର: ଇଣ୍ଡିଆନ ଚାମ୍ବର ଅଫ କମର୍ସ(ଆଇସିସି) ମହିଳା ଉଦ୍ୟୋଗୀ ପରିଷଦ ପକ୍ଷରୁ ଦେଶର ମହିଳା ବିଜନେସ ମେଳା ଆରମ୍ଭ ହୋଇଛି । ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆରରେ ଉଦଘାଟନ କରିଛନ୍ତି । ଏଥିରେ ବଲିଉଡ ଅଭିନେତ୍ରୀ ତଥା ମିସ ୟୁନିଭର୍ସ ଲାରା ଦତ୍ତ ଯୋଗ ଦେଇଥିଲେ । ଭୁବନେଶ୍ବରର ସୌନ୍ଦର୍ଯ୍ୟ ଓ ସୁନ୍ଦର ରାସ୍ତାଘାଟ ଦେଖି ମନ୍ତ୍ରମୁଗ୍ଧ ହୋଇଥିବା କହିଛନ୍ତି ଲାରା ଦତ୍ତ ।
ସେ ଆହୁରି କହିଛନ୍ତି, ''ଭୁବନେଶ୍ବରକୁ ଆସି ସେ ବେଶ ଆନନ୍ଦିତ । ଭୁବନେଶ୍ବର ମତେ ବେଶ ଭଲ ଲାଗିଲା । କାରଣ ମୁଁ ଯେତେବେଳେ ବିମାନ ବନ୍ଦରରୁ ଓହ୍ଲାଇଲି ଏଠାକାର ସୌନ୍ଦର୍ଯ୍ୟ ରାସ୍ତା ଘାଟ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ସବୁଠାରୁ ବଡ଼କଥା ଥିଲା କି ମତେ ବିମାନବନ୍ଦରରୁ ହୋଟେଲ ପର୍ଯ୍ୟନ୍ତ ପହଁଞ୍ଚିବାକୁ ମାତ୍ର ୧୫ ମିନିଟ ଲାଗିଥିଲା । ତେଣୁ ଏଭଳି ସୁନ୍ଦର ସହର ଓ ସୁନ୍ଦର ରାସ୍ତାଘାଟ ଦେଖି ମୁଁ ବେଶ ମନ୍ତ୍ରମୁଗ୍ଧ ହୋଇଗଲି ଏହା ମତେ ମୁମ୍ବାଇ ଠାରୁ ବି ଭଲ ଲାଗିଲା ବୋଲି କହିଛନ୍ତି ଲାରା ''।
ଅନ୍ୟପଟେ ଏହି ମେଳାରେ ଓଡ଼ିଶାରେ ମହିଳା ଉଦ୍ୟୋଗୀଙ୍କୁ ପ୍ରଶଂସା କରିଛନ୍ତି । ସେମାନଙ୍କ ପ୍ରୟାସକୁ ଅର୍ଥାତ ଭାରତର ପ୍ରଥମ ମହିଳା ବ୍ୟବସାୟ ମେଳାର ଅୟୋଜନକୁ ସାଧୁବାଦ ଜଣାଇଥିଲେ । ଆଉ ସେମାନଙ୍କ ଦକ୍ଷତା ଓ ପୁଞ୍ଜି ପାଇଁ ପରିବାରର ସହଯୋଗ ଲୋଡ଼ିବା ସହ ନୂଆ ଉଦ୍ୟୋଗୀ ମାନଙ୍କର ବିକାଶ କାମନା କରିଥିଲେ । ଏହାସହ ଏହି ମେଳାକୁ ବେଷ୍ଟ ମେଳା ବୋଲି କହିଛନ୍ତି ଲାରା ଦତ୍ତ । କାରଣ ସେ ଏଭଳି ସଂଗଠିତ ମେଳା ବେଶ ନିଆରା ବୋଲି କହିଥିଲେ ।
ଖାଲି ସେତିକି ନୁହେଁ ସେ ନିଜ ଜୀବନ ଯାତ୍ରାର ଅନେକ ଅନୁଭୂତି ସାଉଣ୍ଟିଥିଲେ ଏଠାରେ । କିଭଳି ସେ ବଲିଉଡ଼ରେ ପାଦ ଦେଲେ ଆଉ ସେ ଜଣେ ସେଲିବ୍ରେଟି ହୋଇ ବି ପରିବାରକୁ କିଭଳି ସାଧାରଣ ଭାବରେ ସମ୍ଭାଳିଥିଲେ ସେ ବିଷୟରେ କହିଥିଲେ । ଜନତା ମଇଦାନରେ ଆୟୋଜିତ ହୋଇଛି ଏହି ମେଳା । ଏଥିରେ 150ରୁ ଅଧିକ ଷ୍ଟଲ ପରିଚାଳନା କରୁଛନ୍ତି ମହିଳା । ଆସନ୍ତା 8 ତାରିଖ ଯାଏଁ ଏହି ମେଳା ଚାଲିବ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ