ETV Bharat / city

ଚୋରର ବୋଲେରୋ ସଉକ, ଦେଖିଲା କ୍ଷଣି ଚୋରି କରୁଥିଲା ବାନ୍ଧିଲା ପୋଲିସ - ଭୁବନେଶ୍ବରରୁ ବୋଲେରୋ ଲୁଟେରା ଗିରଫ

ଅଜବ ଚୋରର ଗଜବ କାରନାମା । ବୋଲେରୋ ଦେଖିଲେ ଚୋରି କରିନେଉଥିଲା । ଚୋରକୁ ବାନ୍ଧିଲା କମିଶନରେଟ ପୋଲିସ । ଅଧିକ ପଢନ୍ତୁ

ବୋଲେରୋ ଚୋରକୁ ବାନ୍ଧିଲା କମିଶନରେଟ ପୋଲିସ
ବୋଲେରୋ ଚୋରକୁ ବାନ୍ଧିଲା କମିଶନରେଟ ପୋଲିସ
author img

By

Published : Aug 17, 2022, 9:20 AM IST

ଭୁବନେଶ୍ବର: ବୋଲେରୋ(Bolero) ପ୍ରେମରେ ଚୋର । ଯେଉଁଠି ଦେଖୁଥିଲା ସେଠୁ ଚୋରି କରୁଥିଲା । କେଉଁଠି ବି ବୋଲେରୋ ଦେଖିଲେ ଚୋରି କରିବା ପାଇଁ ନିଶା ଘାରୁଥିଲା । ଏପରିକି ନିଜର ବିଚକ୍ଷଣ ବୁଦ୍ଧିରେ ଗାଡିର ଲକ ଫିଟାଇ ଷ୍ଟାର୍ଟ କରି ଚୋରି କରି ଚମ୍ପଟ ମାରୁଥିଲା । ଲିଙ୍ଗରାଜ ଥାନା ଗ୍ୟାରେଜ ଛକ ବ୍ୟାଙ୍କ ସାମ୍ନାରେ ଥିବା ଏକ ବୋଲେରୋ ଚୋରି କରି ଧରାପଡିଛି ଚୋର।

ନାଁ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଘର ପୁରୀ ଜିଲ୍ଲା ପିପିଲିର ଭାରତିପୁର । ଆଶ୍ଚର୍ଯ୍ୟର କଥା ଚୋରଙ୍କ ବାପାଙ୍କର ରହିଛି ୩ଟା ବୋଲେରୋ। ତଥାପି ପୁଅର ବୋଲେରୋ ସଉକ କମିନି । ନିଜ ବୋଲେରୋରୁ ବୋଲେରୋ ଚୋରି କରିବାର କୌଶଳ ଶିଖିଥିଲା ଚୋର । ଯେଉଁଠି କାହାର ବୋଲେରୋ ଦେଖୁଥିଲା ସେଇଠି ନିଜର ଜ୍ଞାନ କୌଶଳରେ ଚୋରି କରୁଥିଲା ।

କେବଳ ଲିଙ୍ଗରାଜ ଥାନା ଅଞ୍ଚଳର ଘଟଣା ନୁହେଁ । ପୂର୍ବରୁ ଧଉଳି ଅଞ୍ଚଳରୁ ମଧ୍ୟ ଏକ ବୋଲେରୋ ନେଇ ଛୁ ମାରିଥିଲା । ସେହିପରି ବଳଙ୍ଗା ଅଞ୍ଚଳରୁ ଡେଲାଙ୍ଗ ଅଞ୍ଚଳରୁ ମଧ୍ୟ ପାଖାପାଖି ୬ ଟି ବୋଲେରୋ ଚୋରି କରି ଧରାପଡିଛି । ଅଭିଯୁକ୍ତକୁ ଗିରଫ କରାଯିବା ପରେ ସାମ୍ନାକୁ ଆସିଛି ପୁରା ଘଟଣା । ଅଭିଯୁକ୍ତ ନାଁରେ ୧୨ରୁ ଉର୍ଦ୍ଧ୍ବ ମାମଲା ଥିବା କମିସନରେଟ ପୋଲିସ ପ୍ରେସ ରିଲିଜରେ ଉଲ୍ଲେଖ କରିଛି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.