ETV Bharat / city

ଦିନକ ପରେ ଡଙ୍ଗା ଭସା; କଟକଣା ପାଇଁ ଚିନ୍ତାରେ ବ୍ୟବସାୟୀ - Odisha boat festival

ଚଳିତ ବର୍ଷ ଡଙ୍ଗାଭସା ପାଇଁ କଟକଣା ଲାଗିଥିବାରୁ ଚିନ୍ତାରେ ରାଜଧାନୀରେ ପସରା ମେଲାଇଥିବା ଡଙ୍ଗା ବ୍ୟବସାୟୀ । ଅଧିକ ପଢନ୍ତୁ...

ଦିନକ ପରେ ଡଙ୍ଗା ଭସା
ଦିନକ ପରେ ଡଙ୍ଗା ଭସା
author img

By

Published : Nov 28, 2020, 9:46 PM IST

Updated : Nov 28, 2020, 10:56 PM IST

ଭୁବନେଶ୍ବର: ଦିନକ ପରେ ଡଙ୍ଗା ଭସା । ହେଲେ ଚଳିତବର୍ଷ ସରକାରଙ୍କ କଟକଣା ପାଇଁ ଡଙ୍ଗା ଭସାକୁ ବନ୍ଦ କରାଯାଇଛି । କୋରୋନା କଟକଣା ପାଇଁ ଅଧିକ ଲୋକ ଏକତ୍ରିତ ନହେବା ଉଦ୍ଦେଶ୍ୟରେ ଏପରି କରାଯାଇଥିବାବେଳେ ଚିନ୍ତାରେ ରହିଛନ୍ତି ବ୍ୟବସାୟୀ ।

ଦିନକ ପରେ ଡଙ୍ଗା ଭସା

ନଦୀକୂଳ, ପୋଖରୀ ତୁଠରେ ଡଙ୍ଗା ନଭସାଇବା ପାଇଁ ସରକାର ଗାଇଡଲାଇନ ଜାରି କରିଛନ୍ତି । ଯାହାକୁ ନେଇ ଲୋକମାନେ ମଧ୍ୟ ଡଙ୍ଗା କିଣୁ ନାହାଁନ୍ତି । ଫଳରେ ପୂର୍ବରୁ ଡଙ୍ଗା କିଣି ଆଣି ବିକ୍ରି କରିବାକୁ ଦୋକାନ ଖୋଲିଥିବା ବ୍ୟବସାୟୀ ଏବେ ଚିନ୍ତାରେ ରହିଛନ୍ତି ।

ରାଜଧାନୀର ରାସ୍ତା କଡରେ ଗ୍ରାହକଙ୍କୁ ଅନାଇ ବସିଛନ୍ତି ବ୍ୟବସାୟୀ । ହେଲେ ଲୋକଙ୍କ ଭିଡ ନାହିଁ । ରାଜ୍ୟ ସରକାର ହଠାତ୍‌ ଗାଇଡ୍‌ଲାଇନ ଜାରି କରିଥିବାବେଳେ ଡଙ୍ଗା ପ୍ରସ୍ତୁତ କରି ରଖିଥିବା ଅନେକ କଳାକାର ଓ ବ୍ୟବସାୟୀ କ୍ଷତି ସହିଛନ୍ତି ।

ରାସ୍ତାକଡରେ ପ୍ରସ୍ତୁତ ହୋଇଥିବା ଡଙ୍ଗା ସେଭଳି ପଡିରହିଛି । କାଗଜ ଡଙ୍ଗା, ସୋଲରେ ପ୍ରସ୍ତୁତ ଡଙ୍ଗା ଆଦି ରଙ୍ଗ ବେରଙ୍ଗର ଡଙ୍ଗାକୁ କେହି ନେଉନଥିବାରୁ ସେମିତି ଗ୍ରାହକଙ୍କୁ ଚାହିଁ ରହିଛି ଡଙ୍ଗା । ଏହା ସିଜିନ ବେପାର ହୋଇଥିବାରୁ ସରକାରଙ୍କ ଏପରି ପଦକ୍ଷେପକୁ ଅନେକ ସ୍ବାଗତ କରିଥିବାବେଳେ ଅନେକ ନାପସନ୍ଦ କରିଛନ୍ତି । ସେପଟେ ସରକାର ଚାହିଁଥିଲେ ଲୋକଙ୍କ ଧାର୍ମିକ ଭାବନାକୁ ସମ୍ମାନ ଦେଇ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ କରିପାରିଥାନ୍ତେ ବୋଲି କିଛି ଗ୍ରାହକ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Nov 28, 2020, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.