ETV Bharat / city

ବିଏମସିର ସ୍ବତନ୍ତ୍ର ପରିମଳ ଅଭିଯାନ, ପ୍ରତି ଓ୍ବାର୍ଡରେ ନିୟମିତ ହେବ ସଚେତନତା କାର୍ଯ୍ୟକ୍ରମ - BMC latest news

ସ୍ମାର୍ଟସିଟିର ବିଭିନ୍ନ ୱାର୍ଡରେ ସ୍ବତନ୍ତ୍ର ପରିମଳ ଯୋଜନା । ନିୟମିତ ଆୟୋଜିତ ହେବ ସଚେତନତା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ବିଏମସିର ସ୍ବତନ୍ତ୍ର ପରିମଳ ଅଭିଯାନ, ପ୍ରତି ଓ୍ବାର୍ଡରେ ନିୟମିତ ହେବ ସଚେତନତା କାର୍ଯ୍ୟକ୍ରମ

author img

By

Published : Oct 22, 2020, 10:50 AM IST

ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ବରରେ କୋଭିଡ ମହାମାରୀ ସମୟରେ ପରିମଳକୁ ସମାନ ଗୁରୁତ୍ବ ଦିଆଯାଇ ବିଏମସିର ସ୍ବତନ୍ତ୍ର ପରିମଳ ଅଭିଯାନ । ଏମସିସି ଏବଂ ଏମଆରଏଫ କାର୍ଯ୍ୟକୁ ଗୁରୁତ୍ବ ଦିଆଯାଇଛି । ପ୍ରତି ୱାର୍ଡରେ ନିୟମିତ ସଚେତନତା କାର୍ଯ୍ୟକ୍ରମ କରାଯିବ।

କୋରୋନା ସମୟରେ ରୋଗ ନିୟନ୍ତ୍ରଣକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ପରିମଳ ମଧ୍ୟ ସମାନ ଗୁରୁତ୍ବ ବହନ କରୁଛି । ଖାଲି ବିଏମସି ନୁହେଁ,ବିଡିଏ ଓ ସ୍ମାର୍ଟସିଟିର ଅଧିକାରୀମାନେ ୬୭ ଟି ୱାର୍ଡରେ ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ୨୯ ଜଣ ଅଧିକାରୀଙ୍କୁ ଦୁଇଟି ଲେଖାଏଁ ୱାର୍ଡର ଦେଖାଶୁଣା ଦାୟିତ୍ବ ଦିଆଯାଇଥିବା ବେଳେ ୯ ଜଣ ଅଧିକାରୀଙ୍କୁ ଗୋଟିଏ ଲେଖାଏଁ ୱାର୍ଡର ଦାୟିତ୍ବ ଦିଆଯାଇଛି । ସ୍ମାର୍ଟସିଟିର ବିଭିନ୍ନ ୱାର୍ଡ ରେ ସଫେଇ,ଗାର୍ବେଜ, ଲିଫଟିଂ,ଡ୍ରେନ ଡିସିଲଟିଂ, ବୁଶ କଟିଂର ଦେଖାଶୁଣା କରିବା ସହିତ ବିଭିନ୍ନ ଗୋଷ୍ଠୀରେ ନାଗରିକ ସଂଯୋଗ ଢଙ୍ଗରେ ପରିମଳ ଗୁରୁତ୍ବ ବାବଦରେ ବୁଝାଇ ଅଧିକ ଗୋଷ୍ଠୀ ସହଯୋଗ ଲୋଡିବାକୁ କୁହାଯାଉଛି ।

ଦାୟିତ୍ବରେ ଥିବା ଅଧିକାରୀମାନେ ୱାର୍ଡର କମ୍ୟୁନିଟି ଟଏଲେଟ,ପବ୍ଲିକ ଟଏଲେଟ ଇତ୍ୟାଦିକୁ ତଦାରଖ କରିବାକୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.