ETV Bharat / city

ଫନି ଉଜାଡିଲା, ସଜାଡୁଛି ବିଏମସି - ରାଜଧାନୀ

ବିଏମସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟକୁ ଆଗେଇ ନିଆଯାଉଛି । ମୁଖ୍ୟ ରାସ୍ତାରୁ ଅବରୋଧ ହଟେଇବା ନେଇ ୫୫୦ରୁ ଊର୍ଦ୍ଧ୍ବ ଗାଡିକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ସେହିଭଳି ୩୦୦୦ରୁ ଅଧିକ ସଫେଇ କର୍ମଚାରୀ ସଫେଇ କାର୍ଯ୍ୟରେ ମୁତୟନ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 10, 2019, 9:14 PM IST

ଭୁବନେଶ୍ବର: ଭୁବନେଶ୍ବର ସ୍ବଚ୍ଛତା ଫେରାଇ ଆଣିବା ପାଇଁ ବିଏମସି ତତ୍ପର । କେଉଁଠି ଭାଙ୍ଗିଯାଇଥିବା ଗଛକୁ କାଟି ଠୁଳ କରାଯାଉଛି ତ କେଉଁଠି ରିଲିଫ ବଣ୍ଟା ଯାଉଛି । ଏହାସହ ଜଳ ଯୋଗାଣ ଓ ବିଦ୍ୟୁତ ସଂଯୋଗ ଭଳି ନ୍ୟୁନତମ ଆବଶ୍ୟକତାକୁ ଜନସାଧାରଣଙ୍କୁ ଯୋଗାଇ ଦେବା ପାଇଁ ବିଏମସି ବିବିଧ ପ୍ରଚେଷ୍ଟା ଜାରି ରଖିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଏମସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟକୁ ଆଗେଇ ନିଆଯାଉଛି । ମୁଖ୍ୟ ରାସ୍ତାରୁ ଅବରୋଧ ହଟେଇବା ନେଇ ୫୫୦ରୁ ଊର୍ଦ୍ଧ୍ବ ଗାଡିକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ସେହିଭଳି ୩୦୦୦ରୁ ଅଧିକ ସଫେଇ କର୍ମଚାରୀ ସଫେଇ କାର୍ଯ୍ୟରେ ମୁତୟନ ହୋଇଛନ୍ତି ।

ଏହା ସହ ବିଭିନ୍ନ ସ୍ଥାନରେ ୧୪ଟି ଓଡ୍ରାଫ ଟିମକୁ ଲଗାଯାଇଛି । ଏପରିକି ବିଗତ ୩ ଦିନ ହେବ ଜାରି ରହିଛି ରିଲିଫ ବଣ୍ଟନ କାର୍ଯ୍ୟ । ବିଏମସି ଅଞ୍ଚଳରେ ଥିବା ୧ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୮୦ ହଜାର ହିତାଧିକାରୀ ପରିବାରଙ୍କୁ ରିଲିଫ ବଣ୍ଟନ ସରିଛି ।

ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସମସ୍ତ ରିଲିଫ ବଣ୍ଟନ କେନ୍ଦ୍ରରେ ମୋଟା ମୋଟି ଭାବେ ରିଲିଫ ବଣ୍ଟନ ସରିଯିବ ବୋଲି ଆଶା କରାଯାଉଛି । ସେହିପରି ସମଗ୍ର ଭୁବନେଶ୍ବରରେ ସେସୁ ବିଦ୍ୟୁତ ପୁନଃ ସ୍ଥାପନ ନେଇ ଅହରହ କାର୍ଯ୍ୟ କରୁଥିବା କହିଛନ୍ତି ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ ଆୟୁକ୍ତ ସୁରଥ ଚନ୍ଦ୍ର ମଲ୍ଲିକ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:Body:

BREAKING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.