ETV Bharat / city

ଆଗକୁ ଜନଗଣନା, ପ୍ରସ୍ତୁତି ଆରମ୍ଭ କଲା ବିଏମସି

ଆଗକୁ ଜନଗଣନା ପାଇଁ ବିଏମସି ପକ୍ଷରୁ ଜନଗଣନା ପ୍ରଶିକ୍ଷଣ ଶିବିର କରାଯାଇଛି । ଗତ 6 ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ । ଏଥିରେ 40 ଜଣ ସରକାରୀ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 8, 2019, 5:16 PM IST

ଭୁବନେଶ୍ବର: ଆଗକୁ ଆରମ୍ଭ ହେବ ଜନଗଣନା । ଏହା ପୂର୍ବରୁ ଭୁବନେଶ୍ବର ମହାନଗର ନିଗମ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏନେଇ ବିଏମସି ପକ୍ଷରୁ ଜନଗଣନା ପ୍ରଶିକ୍ଷଣ ଶିବିର କରାଯାଇଛି । ଗତ 6 ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ଶୁକ୍ରବାର ଶେଷ ହେବ । ପରେ ପୁଣି ଥରେ ଅଗଷ୍ଟ 12 ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଏହି ପ୍ରଶିକ୍ଷଣ ଶିବିର ଭୁବନେଶ୍ବରର 15 ନମ୍ବର ୱାର୍ଡ, ସାଲିଆ ସାହି, ନୟାପଲ୍ଲୀ ଏବଂ ଆଇଆରସି ଭିଲେଜ ଅଞ୍ଚଳରେ କରାଯିବ । ଏହି ପ୍ରଶିକ୍ଷଣ ଶିବିର ପାଇଁ 40 ଜଣ ସରକାରୀ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏହା ବ୍ୟତିତ ଏମାନେ ନିଜର ଦୈନିକ ବିଦ୍ୟାଳୟ କାର୍ଯ୍ୟ ବ୍ୟତୀତ କ୍ଷେତ୍ର ପରିଦର୍ଶନ କରି ଗୃହ ତାଲିକା ଏବଂ ଜନଗଣନା କରିବେ ବୋଲି ବିଏମସି ଉପାୟୁକ୍ତ ଶ୍ୟାମ ସୁନ୍ଦର ସେଠୀ କହିଛନ୍ତି । ଅନ୍ୟପଟେ ଆସନ୍ତା ୨୦୨୦ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଗୃହଗଣନା ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର ହେବା ନେଇ ସୂଚନା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଜନଗଣନା ନେଇ ଚାଲିଛି ପ୍ରଶିକ୍ଷଣ ଶିବିର।

Body:ବିଏମସିରେ ଜନଗଣନା ପ୍ରଶିକ୍ଷଣ ଶିବିର।ଏହି ୪ଦିନିଆ ଶିବିର ଅଗଷ୍ଟ ୬ରୁ ଆରମ୍ଭ ହୋଇଛି ଯାହା ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହା ପରେ ଅଗଷ୍ଟ ୧୨ ତାରିଖରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲୁ ରହିବ।ଭୁବନେଶ୍ୱର ପୁରୁଣା ୧୫ ନଂ ୱାର୍ଡ ସାଲିଆ ସାହି,ନାୟପାଲି ଏବଂ ଆଇଆରସି ଅଞ୍ଚଳରେ କରାଯିବ।ଏଥିରେ ୨୯ ଟି ଗଣନା ଅଂଚଳ ରହିବ।ଏନେଇ ବିଏମସି ପ୍ରଶିକ୍ଷଣ ଶିବିରରେ ୪୦ ଜଣ ସରକାରୀ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକଙ୍କୁ1 ପ୍ରଶିକ୍ଷଣ ଦିଆଯାଉଛି। ଭୁବନେଶ୍ୱରରେ ପରିବାର ଏବଂ ଲୋକସଂଖ୍ୟା ଗଣନାକରି ସମସ୍ତ ତଥ୍ୟ ଦେବେ।ପ୍ରଶିକ୍ଷଣ ପରେ ନିଜର ଦୈନିକ ବିଦ୍ୟାଳୟ କାର୍ଯ୍ୟ ବ୍ୟତୀତ ସ୍ୱତନ୍ତ୍ର ସମୟରେ ଉକ୍ତ ପ୍ରଶିକ୍ଷାଣର୍ଥିମାନେ କ୍ଷେତ୍ର ପରିଦର୍ଶନ କରି ଗୃହ ତାଲିକା ଏବଂ ଜନଗଣନା କରିବେ ବୋଲି ବିଏମସି ଉପାୟୁକ୍ତ ଜନଗଣନା ଶ୍ୟାମ ସୁନ୍ଦର ସେଠି କହିଛନ୍ତି।

ସୂଚନାଯୋଗ୍ୟ କି ଏହି ଗଣନା ୧୨ ଅଗଷ୍ଟରୁ ଆରମ୍ଭ ହୋଇ ଅକ୍ଟୋବର ମାସରେ ଶେଷହେବ।କ୍ଷେତ୍ର ପରିକ୍ଷଣର ସରଳତା ଓ ଜଟିଳତାକୁ ବିଚାରକରି ଜନଗଣନା ବିଭାଗ ଅପଣେଇଥିବା ପଦ୍ଧତିରେ ଆବଶ୍ୟକୀୟ ପରିବର୍ତନ ଆଣିପାରନ୍ତି।ଯଦ୍ୱାରା ସଠିକ ,ସହଜ,ଏବଂ ନିର୍ଭୁଲ ତଥ୍ୟ ମିଳିପାରିବ। ୨୦୨୦ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଗୃହଗଣନା ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର କାର୍ଯ୍ୟ ଚାଲିବ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.