ETV Bharat / city

BMCର ନୂଆ ପରିଷଦକୁ ୧୦୦ ଦିନ ପୂର୍ତ୍ତି, ଆରମ୍ଭ ହେଲା ଏହି ଅଭିଯାନ

BMCର ନବ ନିର୍ବାଚିତ ସଦସ୍ୟଙ୍କୁ ନେଇ ଗଠିତ ପରିଷଦର ୧୦୦ଦିନ ସମ୍ପୂର୍ଣ୍ଣ ହୋଇଛି । ଏହି ଅବସରରେ BMC ପକ୍ଷରୁ ଆରମ୍ଭ ହୋଇଛି ନୂତନ ଅଭିଯାନ । ଅଧିକ ପଢ଼ନ୍ତୁ

BMCର ନୂଆ ପରିଷଦକୁ ୧୦୦ ଦିନ ପୂର୍ତ୍ତି, ଆରମ୍ଭ ହେଲା ଏହି ଅଭିଯାନ
BMCର ନୂଆ ପରିଷଦକୁ ୧୦୦ ଦିନ ପୂର୍ତ୍ତି, ଆରମ୍ଭ ହେଲା ଏହି ଅଭିଯାନ
author img

By

Published : Jul 20, 2022, 10:03 PM IST

ଭୁବନେଶ୍ବର: BMCର ନବ ନିର୍ବାଚିତ ସଦସ୍ୟଙ୍କୁ ନେଇ ଗଠିତ ପରିଷଦର ୧୦୦ଦିନ ପୂର୍ତ୍ତି ହୋଇଛି । ଏହି ଅବସରରେ BMC ପକ୍ଷରୁ ଆରମ୍ଭ ହୋଇଛି ନୂତନ ଅଭିଯାନ । ଲୋକଙ୍କ ନିକଟତର ହେବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଏହି ଅଭଯାନ । ଆଲୋଚନା ଜରିଆରେ ସିଧାସଳଖ ଲୋକଙ୍କଠାରୁ ସେମାନଙ୍କ ଦ୍ବାରା ନିର୍ବାଚିତ ପ୍ରତିନିଧିଙ୍କ ଦକ୍ଷତା ସମ୍ପର୍କରେ ବୁଝୁଛନ୍ତି ମେୟର ଓ କମିଶନର ।

BMCର ନୂଆ ପରିଷଦକୁ ୧୦୦ ଦିନ ପୂର୍ତ୍ତି, ଆରମ୍ଭ ହେଲା ଏହି ଅଭିଯାନ

ଆଜି ପ୍ରଥମ ଦିନରେ ୫୫ନମ୍ବର ଓ୍ବାର୍ଡର ଲୋକଙ୍କୁ ନେଇ ହୋଇଥିଲା ସ୍ବତନ୍ତ୍ର ଆଲୋଚନା ଚକ୍ର । ଯେଉଁଥିରେ ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ସକ୍ରିୟ ଭାବେ ସାମିଲ ହୋଇଥିଲେ । ସ୍ଥାନୀୟ ସମସ୍ୟାର କେତେ ସମାଧାନ ହୋଇଛି ଓ ଲୋକଙ୍କ ଦାବି ଶୁଣିଛନ୍ତି BMC କର୍ତ୍ତୃପକ୍ଷ । ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଓ୍ବାର୍ଡଓ୍ବାରୀ ଆଳୋଚନା ପର୍ଯ୍ୟାୟ କ୍ରମେ ସବୁ ଓ୍ବାର୍ଡର ଲୋକଙ୍କ ସହ କରାଯିବ ।

କେବଳ ଆଲୋଚନା ନୁହେଁ ବରଂ ସ୍ଥାନୀୟ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ । ବୁଧବାର ଆଲୋଚନାଚକ୍ର ବେଶ୍‌ ଫଳପ୍ରଦ ହୋଇଥିବା BMC ମେୟର ସୂଚନା ଦେଇଛନ୍ତି । ସେପଟେ ଆଲୋଚନା ନିୟମିତ ବ୍ୟବଧାନରେ ଆୟୋଜନ କରାଯିବ ଉଚିତ ବୋଲି କର୍ପୋରେଟର କହିଛନ୍ତି । ବୈଠକରେ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଓ BMCର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.