ETV Bharat / city

ଖୋଲା ଆକାଶ ନୁହେଁ, ଏଣିକି ଛାତ ତଳେ ଶୋଇବେ ବାସହୀନ - ଭୁବନେଶ୍ବର ବିଏମସି

ବିଏମସିର ସ୍ମାର୍ଟ ବ୍ୟବସ୍ଥା । ରାଜଧାନୀର ଫୁଟପାତରୁ ନିରାଶ୍ରୟଙ୍କୁ ଉଠାଇ ସେଲଟ ହୋମରେ ଦେଉଛି ଆଶ୍ରୟ । ଫଳରେ ଏବେ ଠିକଣାହରାଙ୍କ ନୂଆ ସାହାର ପାଲଟିିଛି ବିଏମସି । ଅଧିକ ପଢନ୍ତୁ...

ଖୋଲା ଆକାଶ ନୁହେଁ, ଏଣିକି ଛାତ ତଳେ ଶୋଇବେ ବାସହୀନ

author img

By

Published : Dec 25, 2020, 3:35 PM IST

ଭୁବନେଶ୍ବର: ରାଜଧାନୀର ଫୁଟପାଥ‌ରେ ରହିବେନି ନିରାଶ୍ରୟ । ରାସ୍ତାଘାଟରେ ଶୋଇବେନି ଅସହାୟ । ସୂର୍ଯ୍ୟଙ୍କ ଟାଣ ଖାର ଆଉ ହାଡଭଙ୍ଗା ଶୀତ ମାଡରୁ ଏମାନଙ୍କ ଜୀବନକୁ ସୁରକ୍ଷା ଦେବ ସ୍ମାର୍ଟ ସିଟି ବିଏମସିର ସ୍ମାର୍ଟ ବ୍ୟବସ୍ଥା । ବାସହୀନକୁ ଆଶ୍ରୟସ୍ଥଳୀ ଦେବାକୁ ଆହୁରି ବ୍ୟବସ୍ଥିତ ହେଇଛି ବିଏମସି । ଇକ୍ୟୁଟି ସେଣ୍ଟରର ଶଯ୍ୟା ସଂଖ୍ୟାକୁ 50ରୁ 100କୁ ବୃଦ୍ଧି କରାଯାଇଛି । ଆଶ୍ରୟସ୍ଥଳୀଗୁଡିକରେ ଖାଦ୍ୟପାନୀୟ ସୁବିଧା ସହ ବେଡ ଓ ଚାଦରର ମଧ୍ୟ ଯୋଗାଇ ଦିଆଯାଉଛି । ଗୌଡା ବେହେରା ନାମକ ଜଣେ ବ୍ୟକ୍ତି ଆଶ୍ରୟସ୍ଥଳକୁ ଆସିବାର ଦିନ କେଇଟା ହେଇଥିବାବେଳେ ରାତିରେ ମୁଣ୍ଡ ଗୁଞ୍ଜିବାକୁ ଛାତ, ଖାଲି ପେଟକୁ ଦି-ଗୁଣ୍ଡା ଖାଇବାକୁ ମିଳୁଥିବାରୁ ସେ ଏହାକୁ ଆଦରି ନେଇଛନ୍ତି । କେବଳ ଏ ଜଣେ ନୁହଁନ୍ତି, ଅନେକ ଠିକଣାହାରିଙ୍କ ସାହା ପାଲଟିଛି ବିଏମସି ।

ଖୋଲା ଆକାଶ ନୁହେଁ, ଏଣିକି ଛାତ ତଳେ ଶୋଇବେ ବାସହୀନ
ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକ, ରାମ ମନ୍ଦିର, କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଶହ ଶହ ଅସହାୟ ବୁଲୁ ଥିବାର ଦେଖିବାକୁ ମିଳେ । କିଏ ରାସ୍ତା ଉପରେ ଶୋଇ ରହିଥାଏ ତ କିଏ ଭୋକ ଉପାସରେ ଏତେତେଣେ ପଡିଥିବା ଖାଦ୍ୟକୁ ଖାଇ ପେଟ ପୁରାଏ । ଏଭଳି ଲୋକଙ୍କୁ ଏକ ସୁସ୍ଥ ଓ ସୁରକ୍ଷିତ ଜୀବନ ଦେବାକୁ ବିଏମସିର ରହିଛି 6ଟି ସେଲଟର ହୋମ। ପ୍ରାୟ 230 ଜଣ ନିରାଶ୍ରୟ ଲୋକେ ଏଠାରେ ଆଶ୍ରୟ ନେଉଛନ୍ତି । ରାତ୍ରି ସମୟରେ ବେସାହାରାକୁ ଭ୍ୟାନ ଯୋଗେ ଏଠାକୁ ଅଣାଯାଏ ।ଶୀତ ଦିନ ଥିବାରୁ ଅଶ୍ରାୟସ୍ଥଳୀମାନଙ୍କର ସିଟ ସଂଖ୍ୟାକୁ ବୃଦ୍ଧି କରାଯାଇଛି ବୋଲି ବିଏମସି କମିଶନର କହିଛନ୍ତି । ସେପଟେ ବିଏମସିର ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଉଦ୍ଧାର ସମିତିର କାର୍ଯ୍ୟକ୍ରମ ମୁଖ୍ୟ ମାତୃମୟୀ ପ୍ରିୟଦର୍ଶନୀ । ହାଡଭଙ୍ଗା ଶୀତରେ ଥରୁଛି ରାଜ୍ୟ । ଅସ୍ତବ୍ୟସ୍ତ ଜନଜୀବନ । ଏପରିସ୍ଥିତିରେ ବିଏମସିର ଏଭଳି କାର୍ଯ୍ୟ ଅସହାୟଙ୍କ ପାଇଁ ଆଶ୍ବସ୍ତି ଆଣି ଦେଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.