ଭୁବନେଶ୍ବର: କୋରୋନା ଲକଡାଉନ ସମୟରେ ଲୁଚି ଛପି ବ୍ୟବସାୟ କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନକୁ ସିଲ କଲା ବିଏମସି। ରଜ ପୂର୍ବରୁ ସଂକ୍ରମଣକୁ ଏଡାଇବାକୁ ଯାଇ କଠୋର ନୀତି ଅବଲମ୍ବନ କଲା ଭୁବନେଶ୍ୱର ମହାନଗର ନିଗମ।
ଶୁକ୍ରବାର ପଟିଆ ନନଭେଜ ଓ୍ବାର୍ଲଡ଼ ଓ ଲକ୍ଷ୍ମୀସାଗର ସାଇ ସଗୁନ ଶାଡୀ ଷ୍ଟୋରକୁ ସିଲ କଲା ବିଏମସି। କୋଭିଡ ନିୟମ ଉଲ୍ଲଂଘନ ହେତୁ ୫୦୦୦ ଟଙ୍କା ଜୋରିମାନା କଟାଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ