ETV Bharat / city

ଜୁଆ ଆଡ୍ଡା ଚିହ୍ନଟ ପରେ ସିଲ ହେଲା ବାର, ପେଣ୍ଟାଗନରେ ନୋଟିସ ଲଗାଇଲା BMC - Pentagon hotel

ହାଇପ୍ରୋଫାଇଲର ଜୁଆ ଆଡ୍ଡା ରେଡ ହେବା ପରେ ବାର ଓ ପେଣ୍ଟାଗନ ବାରରେ ତାଲା ପକାଇଛି ବିଏମସି । ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ ହୋଇଛି ପେଣ୍ଟାଗନ ବାର । ଅଧିକ ପଢନ୍ତୁ...

ପେଣ୍ଟାଗନରେ ନୋଟିସ ଲଗାଇଲା BMC
ପେଣ୍ଟାଗନରେ ନୋଟିସ ଲଗାଇଲା BMC
author img

By

Published : Aug 22, 2021, 1:38 PM IST

Updated : Aug 22, 2021, 9:59 PM IST

ଭୁବନେଶ୍ବର: ବଲିଉଡ ଷ୍ଟାଇଲରେ ରାଜଧାନୀ ଭୁବନେଶ୍ଵର ଜୁଆ ଖେଳ । ପେଣ୍ଟାଗନ ବାର ପାଲଟିଥିଲା କ୍ୟାସିନୋ କ୍ଲବ । ଜୁଆ ଖେଳୁଥିଲେ ନେତା,ସୁନା ଦୋକାନ ମାଲିକ, ବିଲଡର । ସିଗାର ଧୁଆଁକୁ ନାମି ଦାମି ବ୍ରାଣ୍ଡର ମଦର ଆସର। ଏସବୁ ପରଷିବାକୁ ମୁମ୍ବାଇରୁ ଆସିଥିଲେ ଗ୍ଲାମର ଗାର୍ଲ।ଏମିତି ଢଙ୍ଗରେ ରାଜଧାନୀରେ ଚାଲିଥିଲା ହାଇଫାଇ ଜୁଆ ଖେଳ। କ୍ୟାସିନୋ ଷ୍ଟାଇଲରେ ଟଙ୍କା ନୁହେଁ ଗାମ୍ବଲିଙ୍ଗ ଟୋକନରେ ହେଉଥିଲା ଖେଳ। ଅର୍ଥାତ ୫ହଜାର ଟଙ୍କାରେ ଛୋଟ ଟୋକନ ଓ ୧୦ହଜାର ଟଙ୍କାରେ ବଡ ଟୋକନ।କିଏ ସର୍ବସ୍ବ ହରାଉଥିଲା । ହେଲେ ସଟଡାଉନରେ ଜୁଆ ଖେଳର ନିଶା ଧରାଇଦେଲା ସଭିଙ୍କୁ ।

ଜୁଆ ଆଡ୍ଡା ଚିହ୍ନଟ ପରେ ସିଲ୍ ହେଲା ବାର, ପେଣ୍ଟାଗନରେ ନୋଟିସ ଲଗାଇଲା BMC

ଶନିବାର ରାତିରେ ରେଡ୍ ବେଳେ ୩ ଗ୍ଲାମର ଗାର୍ଲଙ୍କ ସହ ଗିରଫ ହେଲେ ୧୦ଜଣ ଯୁବକ। ଜବତ ହୋଇଥିଲା ନଗଦ ୨ଲକ୍ଷ ୫୩ ହଜାର ସହ ଗାମ୍ବଲିଙ୍ଗ ଟୋକେନ ଓ ତାସ ପତା ସହ ଅନ୍ୟାନ୍ୟ ମାଦକ ଦ୍ରବ୍ୟ। ପୋଲିସର ରେଡ ବେଳେ ଅଫିସରଙ୍କୁ ଦୁର୍ବ୍ୟବହାର ସହ ଧମକାଇଥିଲେ। ଯାହାକୁ ନେଇ ଏପଡେମିକ ଆକ୍ଟରେ ଓ ଗାମ୍ବଲିଙ୍ଗ ଆକ୍ଟ ସହ ଆପିସିର ଧାରା ୩୫୩,୨୬୯,ଓ୩୫୪(A)ରେ ୧୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିସନରେଟ ପୋଲିସ।

ପେଣ୍ଟାଗନରେ ନୋଟିସ ଲଗାଇଲା BMC

ଘଟଣା କେବଳ ଏତିକିରେ ସିମିତ ନଥିଲା । ରେଡ ପରେ ଅଫିସରଙ୍କୁ ପ୍ରଭାବିତ କରିବା ପାଇ ଆସିଥିଲେ କିଛି ହାଇଫାଇ ମିଡିଲମ୍ୟାନ । ଏସିପିଙ୍କ ତତ୍ବାବଧାନ ଯୋଗୁ ନା କାହାକୁ ଛଡାଯାଇଥିଲା । ସଭିଙ୍କୁ ଜୁଆଡି ଭାବେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ପରେ ଖବର ପାଇ ବିଏମସି ପକ୍ଷରୁ ନସା ଓ ପେଣ୍ଟାଗନ ବାରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରିଛି ବିଏମସି ।

ସେପଟେ ଏସିପି କହିଛନ୍ତି, ଭୁବନେଶ୍ଵରରେ ଏପରି ଟୋକେନ ଜରିଆରେ ଜୁଆଖେଳ ପ୍ରଥମ ଘଟଣା । ହେଲେ ଟୋକେନ ଏକ୍ସଚେଞ୍ଜ ବା କଲେକ୍ଟ କରାଯାଉଛି ,ଏହା ପଛରେ ଆଉ ରହିଛନ୍ତି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । କେବଳ ଗୋଟିଏ ହୋଟେଲ ଓ ବାରରେ ଏପରି ଖେଳ ତାଲିଛି ନାଁ ଅନ୍ୟ କିଛି ବାରରେ ଏପରି ଅବସ୍ଥା ତାକୁ ନେଇ ପୋଲିସ ଓ ବିଏସି ପାଖରେ ସୂଚନା ନାହିଁ । ଏକ ନମ୍ବର ମାର୍କେଟ ଠାରୁ ଆରମ୍ଭ କରି ନୟାପଲ୍ଲୀ, ବରମୁଣ୍ଡା, ଗଣ୍ଡମୁଣ୍ଡା ଓ ସହୀଦନଗର ଅନେକ ଅଞ୍ଚଳ ଏବେ ଜୁଆ ଆଡାର ନିତିଦିନ ଆସର ଜମୁଛି । ଗିରଫ ପରେ ବେଲର ସହଜରେ ଖସି ଆସି ଏଭଳି କାରବାର ଲିପ୍ତ ହେଉଛନ୍ତି ଜୁଆଡି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

Last Updated : Aug 22, 2021, 9:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.