ETV Bharat / city

ଅମାନିଆଙ୍କ ନିଦ ହଜାଇଲା BMC, 5 ମଦ ଦୋକାନ ସିଲ - ବିଏମସି

ଆକ୍ସନ ମୋଡରେ BMC । ସଂକ୍ରମଣକୁ ରୋକିବା ପାଇଁ ଚଢାଉ ସମୟରେ 5ଟି ମଦ ଦୋକାନକୁ ସିଲ କରିଛନ୍ତି ବିଏମସି ନର୍ଥ ଯୋନ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ...

ଅମାନିଆଙ୍କ ନିଦ ହଜାଇଲା BMC, 5 ମଦ ଦୋକାନ ସିଲ

author img

By

Published : Jun 29, 2021, 9:01 PM IST

ଭୁବନେଶ୍ବର: ସଂକ୍ରମଣକୁ ରୋକିବା ପାଇଁ ରାଜଧାନୀରେ ଚଢ଼ାଉ ଜୋରଦାର ହୋଇଛି । ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ମଦ ଦୋକାନ ଉପରେ ବଡ ଧରଣର ଚଢ଼ାଉ ହୋଇଛି । ଆଜି(ମଙ୍ଗଳବାର) ଏକାଥରକେ 5ଟି ମଦ ଦୋକାନକୁ ସିଲ୍ କରିଛନ୍ତି ବିଏମସି ନର୍ଥ ଯୋନ କର୍ତ୍ତୃପକ୍ଷ । ଏହାଛଡା ଅନେକ ଦୋକାନକୁ ମଧ୍ୟ ସିଲ କରାଯାଇଛି । ପ୍ରାୟ 30 ହଜାର ଟଙ୍କା ଫାଇନ ଆଦାୟ ହୋଇଛି ।

ଅମାନିଆଙ୍କ ନିଦ ହଜାଇଲା BMC, 5 ମଦ ଦୋକାନ ସିଲ

ରାଜଧାନୀରେ ମାରାଥନ ମୋଡରେ ମଦ ଦୋକାନକୁ ସିଲ କରାଯାଇଛି । ଗୋଟିଏ ଦିନରେ ନର୍ଥ ଜୋନରେ ୫ ଟି ମଦ ଦୋକନ ସିଲ କରିଛି ବିଏମସି । JDC ପୁରନ୍ଦର ନନ୍ଦଙ୍କ ନେତୃତ୍ବରେ ସବୁ ସିଲ କରାଯାଇଛି । ଅନଲାଇନରେ ମଦ ନ ବିକି ଅଫଲାଇନରେ ମଦ ବିକ୍ରି କରାଯାଉଥବା ବେଳେ ବିଏମସି ରେଡ କରିଥିଲା । ବିଏମସି ଟିମ ପହଞ୍ଚିବା ବେଳକୁ ଅନେକ ଗ୍ରାହକ ଟଙ୍କା ଦେଇ ମଦ କିଣୁଥିବା ଦେଖିବାକୁ ପାଇଥିଲା ଏନଫୋର୍ସମେଣ୍ଟ ଟିମ । କିଛି ଗ୍ରାହକ ଟିମକୁ ଦେଖି ବାଇକ, ଜୋତା ଛାଡି ଭୟରେ ଦୌଡ଼ି ପଳାଇଥିଲେ ।

ଏହିଭଳି ଭାବେ ଡମଣା, ରସୁଲଗଡ଼, ଜୟଦେବବିହାର, ନୀଳାଦ୍ରି ବିହାର ଓ ଆଚାର୍ଯ୍ୟ ବିହାରରେ ଥିବା 5ଟି ମଦ ଦୋକାନକୁ ସିଲ କରିଛି ବିଏମସି । ସିଲ ହୋଇଥିବା ସବୁ ଦୋକାନୀଙ୍କଠାରୁ ହେଭି ଫାଇନ ଆଦାୟ ହେବ ବୋଲି JDC କହିଛନ୍ତି । ଏହି ଦୋକାନୀମାନେ କେବଳ ଅନଲାଇନରେ ଜମାଟୋ ଓ ସ୍ଵିଗି ବୟକୁ ମଦ ବିକିବା କଥା । କିନ୍ତୁ ଅନଲାଇନ ବଦଳରେ ଅଫଲାଇନ ବା ନଗଦ ଟଙ୍କା ଦେଉଥିବା ଗ୍ରାହକଙ୍କୁ ଏହି ମଦ ଦୋକାନୀମାନେ ମଦ ବିକୁଥିଲେ । ଖାଲି ଏତିକି ନୁହେଁ ପ୍ରକୃତ ମଦ ଦାମଠୁ ବହୁ ଅଧିକ ଟଙ୍କାରେ ଦୋକାନୀ ବିକ୍ରି କରୁଥିବା ଧରା ପଡିଥିଲା । କୋଭିଡ ନିୟମ ଉଲଙ୍ଘନ କରୁଥିବା ଯୋଗୁଁ ଦୋକାନକୁ ସିଲ କରାଯାଇଛି । ଗତକାଲି ପ୍ରାୟ 45 ଟି ଦୋକାନ ସିଲ କରିଥିଲା ବିଏମସି।କୋଭିଡ ନିୟମ ଉଲ୍ଲଙ୍ଘନରେ ସିଲ କରାଯାଇଥିଲା।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.