ETV Bharat / city

ଶପଥ ପରେ BMC ମେୟରଙ୍କ ପ୍ରଥମ ସମୀକ୍ଷା ବୈଠକ, ପାନୀୟ ଜଳ ଯୋଗାଣକୁ ଫୋକସ୍‌ - ମେୟରଙ୍କ ପ୍ରାଥମିକ ସମୀକ୍ଷା ବୈଠକ

ଶପଥ ନେବା ପରେ ବିଏମସି କାର୍ଯ୍ୟାଳୟରେ ନୂତନ ମେୟର ସୁଲୋଚନା ଦାସ ପ୍ରାଥମିକ ସମୀକ୍ଷା ବୈଠକ କରିଛନ୍ତି । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ମହାନଗର ନିଗମ ସଭାଗୃହରେ ବିଭିନ୍ନ ଉପବିଭାଗ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ

BMC ନୂତନ କର୍ପୋରେଟରଙ୍କ ସହ ମେୟରଙ୍କ ପ୍ରାଥମିକ ସମୀକ୍ଷା ବୈଠକ

author img

By

Published : Apr 13, 2022, 9:36 AM IST

ଭୁବନେଶ୍ବର: ଶପଥ ନେବା ପରେ ବିଏମସି କାର୍ଯ୍ୟାଳୟରେ ନୂତନ ମେୟର ସୁଲୋଚନା ଦାସ ପ୍ରାଥମିକ ସମୀକ୍ଷା ବୈଠକ କରିଛନ୍ତି । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ମହାନଗର ନିଗମ ସଭାଗୃହରେ ବିଭିନ୍ନ ଉପବିଭାଗ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ କଣ ସବୁ କାର୍ଯ୍ୟପନ୍ଥା ଅବଲମ୍ବନ କରାଯାଉଛି ଏବଂ କାର୍ଯ୍ୟ ଗୁଡ଼ିକର ସ୍ଥିତି ଓ ପ୍ରଗତି, ସମସ୍ୟା ସମାଧାନ ଏବଂ ଆବଶ୍ୟକତା ଇତ୍ୟାଦି ଜାଣିବା ପାଇଁ ବୈଠକରେ ଆଲୋଚନା କରିଛନ୍ତି ମେୟର।

BMC ନୂତନ କର୍ପୋରେଟରଙ୍କ ସହ ମେୟରଙ୍କ ପ୍ରାଥମିକ ସମୀକ୍ଷା ବୈଠକ

ମନ୍ଦିରମାଳିନୀ ସହର ଭୁବନେଶ୍ବରକୁ ଏକ ଦୃଷ୍ଟାନ୍ତ ଯୋଗ୍ୟ ବାସପଯୋଗୀ ସହରରେ ପରିଣତ କରିବା ଏହାର ଗୌରବମୟ ଐତିହ୍ୟକୁ ନେଇ ଗର୍ବ କରିବା ତଥା ପ୍ରଗତି କରିବାରେ ମହାନଗର ନିଗମର କର୍ତ୍ତୃପକ୍ଷଙ୍କ ସମେତ ସମସ୍ତ କର୍ମଚାରୀଙ୍କ ଦାୟିତ୍ବବୋଧ ଉପରେ ଗୁରୁତ୍ବାରୋପ କରିଥିଲେ । ପାନୀୟ ଜଳ ଯୋଗାଣ ସମସ୍ୟାକୁ ଅଧିକ ଫୋକସ ଦିଆଯାଇଛି ।

ଉପସ୍ଥିତ ଅଧିକାରୀ ମାନଙ୍କୁ ନିଜ ନିଜ କାର୍ଯ୍ୟର ପ୍ରଗତି ସମସ୍ୟା ଓ ସମାଧାନ ବାବଦରେ ଉପସ୍ଥାପନ ପତ୍ର ପ୍ରସ୍ତୁତ କରିବାକୁ କହିଥିଲେ ମେୟର । ଆଜିଠାରୁ ମେୟର ପ୍ରତ୍ୟେକ ଦିନ ପ୍ରାୟ ଦୁଇ ଗୋଟି ୱାର୍ଡ଼ କାର୍ଯ୍ୟାଳୟ ପରିଦର୍ଶନ କରି ଏକ ମାସ ମଧ୍ୟରେ ସମସ୍ତ କାର୍ଯ୍ୟାଳୟକୁ ପରିଦର୍ଶନ କରିବେ ବୋଲି କହିଛନ୍ତି । ସବୁ ସମସ୍ୟାକୁ ମିଳିତ ଭାବେ ସମାଧାନ କରିବାକୁ କହିଛନ୍ତି ମେୟର ସୁଲୋଚନା ଦାସ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.