ETV Bharat / city

ବ୍ୟବସାୟୀଙ୍କୁ ୩୮ କିଓସ୍କ ବାଣ୍ଟିଲା ବିଏମସି, ବିକି ପାରିବେନି ଭଡା ଦେବେନି

author img

By

Published : Nov 8, 2021, 11:53 AM IST

ଯେଉଁଠି କିଓସ୍କ ମିଳିଛି, ସେମାନେ ସେଠାରେ ହିଁ ବ୍ୟବସାୟ କରିବେ ବ୍ୟବସାୟୀ : ବିଏମସି କମିସନର ।ଅଧିକ ପଢନ୍ତୁ...

ରାଜଧାନୀ ବ୍ୟବସାୟୀଙ୍କୁ  ୩୮ କିଓସ୍କ ହସ୍ତାନ୍ତର କଲା ବିଏମ୍‌ସି

ଭୁବନେଶ୍ବର: ଆଜି ରାଜଧାନୀ ବ୍ୟବସାୟୀଙ୍କୁ ୩୮ କିଓସ୍କ ହସ୍ତାନ୍ତର କଲା ବିଏମ୍‌ସି । ଫଳରେ ଯେଉଁମାନଙ୍କୁ ଯେଉଁଠି କିଓସ୍କ ମିଳିଛି, ସେମାନେ ସେଠାରେ ହିଁ ବ୍ୟବସାୟ କରିବେ ବୋଲି କହିଛନ୍ତି ବିଏମସି କମିସନର । ଏହାକୁ ବ୍ୟବସାୟୀ କାହାକୁ ଭଡ଼ା ଦେଇପାରିବେ ନାହିଁ କି ବିକ୍ରି ମଧ୍ୟ କରିପାରିବେ ନାହିଁ । ଯେଉଁମାନେ ଏହି ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ୟବସାୟୀଙ୍କୁ ବିଏମ୍‌ସି ଚେତାଇ ଦେଇଛି ।

କାରଣ ବହୁ ବାଦ ବିବାଦରେ ଫସିଥିବା ୩୮ଟି ସ୍ମାର୍ଟ କିଓସ୍କକୁ ବିଏମ୍‌ସି ଆଜି ବ୍ୟବସାୟୀମାନଙ୍କୁ ହସ୍ତାନ୍ତର କରିଛି। ସ୍ମାର୍ଟସିଟି ପ୍ରକଳ୍ପ ଅଧୀନରେ ଜନପଥରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ୨୩୧ଟି କିଓସ୍କ ପ୍ରସ୍ତୁତ କରି ବିଏମ୍‌ସିକୁ ହସ୍ତାନ୍ତର କରିଥିଲା । ବିଭିନ୍ନ ପର୍ଯ୍ୟାୟରେ ୧୭୭ଟି କିଓସ୍କ ବଣ୍ଟା ଯାଇଥିଲା । ଏବେ ଏହି ୩୮କୁ ମିଶାଇ ସମୁଦାୟ ୨୧୫ଟି ବ୍ୟବସାୟୀଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଆଉ ୧୬ଟି କିଓସ୍କ ବଣ୍ଟାଯିବାକୁ ରହିଛି। ମାଲିକାନା ଓ ଅନ୍ୟାନ୍ୟ ବିବାଦକୁ ନେଇ ଏହି ୧୬ଟି କିଓସ୍କକୁ ଏଣେତେଣେ ବସୁଥିବା ବ୍ୟବସାୟୀଙ୍କୁ ଚିହ୍ନଟ କରାଯାଇ ବ୍ୟବସାୟ କରିବା ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା । ହେଲେ ବ୍ୟବସାୟୀମାନେ ଏଠାରୁ ସ୍ଥାନାନ୍ତର ହୋଇଯିବା ପରେ ସେମାନେ ବସୁଥିବା ମୂଳ ସ୍ଥାନକୁ ଉଚ୍ଛେଦ କରାଯିବ ବୋଲି କହିଛନ୍ତି କମିସନର ସଂଜୟ କୁମାର ସିଂହ।

ଉଲ୍ଲେଖଯୋଗ୍ୟ, ୨୦୨୦ ଏପ୍ରିଲ ୨୯ ତାରିଖଠାରୁ ଅଦ୍ୟାବଧି ୬ଟି ପର୍ଯ୍ୟାୟରେ ଏହି କିଓସ୍କ ଗୁଡ଼ିକର ଆବଣ୍ଟନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୯୦ଟି, ଦ୍ୱିତୀୟ ପର୍ଯ୍ୟାୟରେ ୩ଟି ଓ ପରେ ୨୫, ୨୨, ୩୬ ଏବଂ ୩୮ ଟି ପ୍ରଦାନ କରାୟାଇଥିଲା । ଏଭଳି ମୋଟ ୨୧୪ ଗୋଟି କିଓସ୍କ ଦିଆଯାଇଛି। ଗୋଟିଏ ସ୍ୱତନ୍ତ୍ର କିଓସ୍କକୁ ମୋ ଖତ ବିକ୍ରୟ କେନ୍ଦ୍ର ଭାବେ ବିଏମ୍‌ସି ବ୍ୟବହାର କରୁଛି। ତେବେ ଏହା ଦ୍ବାରା ସହର ସୁନ୍ଦର ଦିଶିବା ସହ ଜବରଦଖଲ ଯୋଗୁଁ ଟ୍ରାଫିକ୍‌ ସମସ୍ୟାର ସମାଧାନ ପାଇଁ ବିଏମସି ଏହି ବ୍ୟବସ୍ଥା କରିଛି ।

ଭୁବନେଶ୍ବରରୁ ଦେବସ୍ମିତା ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.