ETV Bharat / city

ମାଡୁଛି ଓମିକ୍ରନ, ଭୁବନେଶ୍ବରର ଆଉ 7ଟି ସ୍ଥାନ କଣ୍ଟେନମେଣ୍ଟ ଘୋଷଣା

author img

By

Published : Jan 12, 2022, 3:06 PM IST

ରାଜଧାନୀରେ ବଢୁଛି ସଂକ୍ରମଣ । ଭୁବନେଶ୍ବରର ଆଉ 7ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କଲା BMC । ଅଧିକ ପଢନ୍ତୁ

ମାଡୁଛି ଓମିକ୍ରନ, ଭୁବନେଶ୍ବରର ଆଉ 7ଟି ସ୍ଥାନ କଣ୍ଟେନମେଣ୍ଟ ଘୋଷଣା
ମାଡୁଛି ଓମିକ୍ରନ, ଭୁବନେଶ୍ବରର ଆଉ 7ଟି ସ୍ଥାନ କଣ୍ଟେନମେଣ୍ଟ ଘୋଷଣା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବଢୁଛି ସଂକ୍ରମଣ ଓ ବଢୁଛି ରାଜଧାନୀବାସୀଙ୍କ ଭୟ । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ଆଉ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି(BMC) । ବିଏମସିର ଦକ୍ଷିଣ ପୂର୍ବ ଜୋନ ପକ୍ଷରୁ 5ଟି ସ୍ଥାନ କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ବେଳେ ଉତ୍ତର ଜୋନରେ 2ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

ଦକ୍ଷିଣ ପୂର୍ବ ଯୋନ ପକ୍ଷରୁ କଣ୍ଟେନମେଣ୍ଟ ଘୋଷଣା ନେଇ ଜୋନାଲ ଡେ଼ପୁଟି କମିଶନର ମହେନ୍ଦ୍ର କୁମାର ବଢ଼େଇ ସୂଚନା ଦେଇଥିବା ବେଳେ ନର୍ଥ ଜୋନ ପକ୍ଷରୁ ଜୋନାଲ ଡେ଼ପୁଟି କମିଶନର ପୁରନ୍ଦର ନନ୍ଦ ସୂଚନା ଦେଇଛନ୍ତି । ସଂକ୍ରମଣକୁ କିଛି ମାତ୍ରାରେ ପ୍ରତିହତ କରିବା ପାଇଁ ଭୁବନେଶ୍ବର ମହାନଗର ନିଗର ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ସଂକ୍ରମଣକୁ ରୋକିବା ପାଇଁ କଟକଣା କଡାକଡି କରାଯାଇଛି । ନାଇଟ କର୍ଫ୍ୟୁକୁ ରାତି ୧୦ଟା ପରିବର୍ତ୍ତେ ୯ଟାରୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.