ETV Bharat / city

BMCର ଦ୍ୱିତୀୟ ପୂର୍ଣ୍ଣାଙ୍ଗ ପରିଷଦ ବୈଠକ, ବିଭିନ୍ନ ପ୍ରସଙ୍ଗରେ ଆଲୋଚନା - ଦ୍ୱିତୀୟ ପୂର୍ଣ୍ଣାଙ୍ଗ ପରିଷଦ ବୈଠକ

ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବିଏମସିର ଦ୍ୱିତୀୟ ପୂର୍ଣ୍ଣାଙ୍ଗ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ବିଏମସିର ଦ୍ୱିତୀୟ ପୂର୍ଣ୍ଣାଙ୍ଗ ପରିଷଦ ବୈଠକ ଅନୁଷ୍ଠିତ

author img

By

Published : Aug 20, 2022, 1:19 PM IST

ଭୁବନେଶ୍ବର: ବିଏମସିର(Bhubaneswar Municipal Corporation)ର ଦ୍ୱିତୀୟ ପୂର୍ଣ୍ଣାଙ୍ଗ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନର ବର୍ଷା ଜନିତ ସମସ୍ୟା ଓ ଆଗକୁ ସ୍ୱାୟତ୍ତ ଶାସନ ଦିବସ ପାଳନ ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିବା ନେଇ ସୂଚନା ରହିଛି ।

ବିଏମସିର ଦ୍ୱିତୀୟ ପୂର୍ଣ୍ଣାଙ୍ଗ ପରିଷଦ ବୈଠକ ଅନୁଷ୍ଠିତ

ସହୀଦନଗର ଓ ୟୁନିଟ ୨ ସ୍ଥିତ ବହୁତଳ ବିଶିଷ୍ଟ ପାର୍କିଂ କାର୍ଯ୍ୟ ସଂପାଦନ ସ୍ୱଚ୍ଛତା, ପରିମଳ, ଜବରଦଖଲ ଉଚ୍ଛେଦ ଓ ରାଜସ୍ୱ ଆଦାୟ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଏନେଇ ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ଖୁବଶୀଘ୍ର ତ୍ବରାନ୍ବିତ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ତେବେ ବର୍ଷା ଜନିତ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନକୁ ନେଇ ବୈଠକରେ ତୁମ୍ବି ତୋଫାନ ହୋଇଥିଲା । ତେଣୁ ବର୍ଷା ଦିନ ସରିଲେ ଏହି ସମସ୍ୟାର ଖୁବଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ ।

ବୈଠକରେ ସମସ୍ତ ୬୭ ୱାର୍ଡର କର୍ପୋରେଟର ଓ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସ୍ୱାୟତ୍ତ ଶାସନ ଦିବସ ପାଳନ ପୂର୍ବରୁ ଭୁଆଶୁଣି ବାୟୋ ମାଇନିଂ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଆଲୋଚନା ହୋଇଛି । ଅନ୍ୟପଟେ ସ୍ୱାୟତ୍ତ ଶାସନ ଦିବସରେ ବହୁ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ନେଇ ଆଲୋଚନା କରାଯାଇଛି । ଅଗଷ୍ଟ ୩୧ରେ ସମଗ୍ର ରାଜ୍ୟରେ ପାଳିତ ହେବ ସ୍ୱାୟତ୍ତ ଶାସନ ଦିବସ ।

ସତ୍ୟନଗର ସ୍ଥିତ ବିଏମସିର ନୂଆ କାର୍ଯ୍ୟାଳୟ କୋଠା ଉଦଘାଟନ ନେଇ ଆଲୋଚନା ହୋଇଥିବା ବେଳେ ଏନେଇ ନିଷ୍ପତ୍ତି ଖୁବଶୀଘ୍ର ହେବ ବୋଲି କହିଛନ୍ତି ମେୟର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.