ଭୁବନେଶ୍ବର: ସଟ୍ଡାଉନ୍ ପରେ ଖୋଲିବ ଦୋକାନ ବଜାର । ହେଲେ ନିୟମ ନମାନିଲେ ଗ୍ରହଣ କରାଯିବ କଡା କାର୍ଯ୍ୟାନୁଷ୍ଠାନ । ଗ୍ରାହକମାନେ ଜିନିଷ କିଣିଲାବେଳେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ । ଦୋକାନୀମାନେ ଗ୍ରାହକଙ୍କୁ ସାମାଜିକ ଦୂରତା ରଖିବାକୁ କହିବେ । ନିୟମ ନମାନିଲେ କିମ୍ବା ନିର୍ଦ୍ଦେଶରେ ଖିଲାପ କଲେ ଦୋକାନକୁ ବନ୍ଦ କରି ଦିଆଯିବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ।
ଆସନ୍ତାକାଲି ଠାରୁ ସବୁ ଦୋକାନୀ ନୂଆ ନିୟମ ମାନିବେ । ସାମାଜିକ ଦୂରତାକୁ ଗୁରୁତ୍ବ ଦେବା ସହ ଗ୍ରାହକଙ୍କୁ ବୁଝାଇବେ । ଦୋକାନ ଆଗରେ ଗୋଲ ଗୋଲ ବୁଲାଇ ଲୋକଙ୍କୁ ଛିଡା ହେବାକୁ କହିବେ । ଦୋକାନୀ ମାନେ ବାହାରେ ଜଣେ ଲୋକଙ୍କୁ ଛିଡା କରି ଗ୍ରାହକଙ୍କୁ ସାମଗ୍ରୀ ଯୋଗାଇବେ । କିଣାବିକା ବେଳେ ସାମାଜିକ ଦୂରତା ବଜାୟ ରଖିବା ଦୋକାନୀଙ୍କ ଦାୟିତ୍ବ ବୋଲି କୁହାଯାଇଛି ।
ସେହିପରି ଯଦି ନିୟମରେ କୌଣସି ବ୍ୟତିକ୍ରମ ହୁଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ସଙ୍ଗେ ସଙ୍ଗେ ଦୋକାନକୁ ମଧ୍ୟ ବନ୍ଦ କରାଯିବ । ଦରକାର ପଡିଲେ ଅପରାଧିକ ଦଫା ଲାଗିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ