ETV Bharat / city

ଟୀକା ଟେନସନ: ସ୍ମାର୍ଟସିଟିରେ ଯୁବବର୍ଗଙ୍କୁ ଦ୍ବିତୀୟ ଡୋଜ ନେବା ଆଶା ଆଶଙ୍କା

author img

By

Published : May 31, 2021, 9:40 PM IST

ଟୀକା ଟେନସନ, ଯୁବବର୍ଗଙ୍କୁ ଦ୍ବିତୀୟ ଡୋଜ ନେବା ଆଶା ଆଶଙ୍କା । କେବେ ଖୋଲିବ ଅନଲାଇନ ସ୍ଲଟ୍, ସେପଟେ ଟୋକନ ଟିକାକରଣ ବି ସ୍ଥଗିତ । ଅଧିକ ପଢନ୍ତୁ...

BMC Comissioner reaction on Vaccination
ଟୀକା ଟେନସନ: ସ୍ମାର୍ଟସିଟିରେ ଯୁବବର୍ଗଙ୍କୁ ଦ୍ବିତୀୟ ଡୋଜ ନେବା ଆଶା ଆଶଙ୍କା

ଭୁବନେଶ୍ବର: ସ୍ମାର୍ଟସିଟିରେ ଚାଲିଛି ଟୀକାକରଣ । ଏଭଳି ସ୍ଥିତିରେ ସ୍ମାର୍ଟସିଟିରେ ଟୀକା ଅଭାବ ଦେଖାଦେଇଛି, ଯାହାକୁ ନେଇ ଯୁବବର୍ଗଙ୍କୁ ଦ୍ବିତୀୟ ଡୋଜ୍ ନେବାକୁ ଆଶା ଆଶଙ୍କା ଦେଖାଦେଇଛି । କେବେ ଖୋଲିବ ଅନଲାଇନ ସ୍ଲଟ୍, ସେପଟେ ଟୋକନ ଟିକାକରଣ ବି ସ୍ଥଗିତ ।

କୋରୋନାର ଦ୍ବିତୀୟ ପର୍ଯ୍ୟାୟ ଜାରି ରହିଥିବାବେଳେ ଚାଲିଛି ଟୀକାକରଣ ପ୍ରକ୍ରିୟା । ବିଶେଷ କରି ଯୁବ ବର୍ଗ ତଥା ୧୮ ରୁ ୪୪ ବୟସ ବର୍ଗ ହିତାଧିକାରୀମାନେ ସେମାନଙ୍କ ଡ୍ୟୁ ଡେଟ୍ ପାଖେଇ ଆସୁଥିବାବେଳେ ନିର୍ଦ୍ଧାରିତ ସମୟରେ ନେଇପାରିବେ କି ନାହିଁ ସନ୍ଦେହ ଘେରରେ । ତେବେ ବିଏମସି ସିଧାସଳଖ ରାଜଧାନୀରେ ଟିକା ଅଭାବକୁ ସ୍ବୀକାର କରିନଥିଲେ ମଧ୍ୟ ପର୍ଯ୍ୟାପ୍ତ ଟୀକା ଆସିଲେ ସଂପୂର୍ଣ୍ଣ ସ୍ବାଭାବିକ ହେବ ବୋଲି କହିଛି । ଫଳରେ ସାମୟିକ ଭାବେ ଅନଲାଇନ ସ୍ଲଟ ବୁକିଂ ସହିତ ଟୋକନ୍ ମାଧ୍ୟମରେ ଟିକାଦାନକୁ ମଧ୍ୟ ସ୍ଥଗିତ ରଖିଛି ବିଏମସି । ଗୋଟିଏ ପଟେ ଟୀକା ଅଭାବରୁ ୩୮ଟି ଟିକାଦାନ କେନ୍ଦ୍ର ମଧ୍ୟରୁ ୯ଟି ସ୍ବତନ୍ତ୍ର ବା ଟୋକନ ଟିକାକରଣ କେନ୍ଦ୍ରରେ ଯୁବ ବର୍ଗଙ୍କ ଟିକାଦାନକୁ ସ୍ଥଗିତ ରଖାଯାଇଛି।

ସେପଟେ ବିଏମସି କମିଶନରଙ୍କ ଅଜବ ଯୁକ୍ତି ଭୁବନେଶ୍ବରରେ ଟୀକା ପର୍ଯ୍ୟାପ୍ତ ମହଜୁଦ ଅଛି। ଖୁବ୍ ଶୀଘ୍ର କୋଭାକ୍ସିନ୍ ଆସିବା ପରେ ନିର୍ଦ୍ଧାରିତ ସମୟରେ ପୁଣିଥରେ ଆରମ୍ଭ ହେବ ବୋଲି ବିଏମସି କମିଶନର କହିଛନ୍ତି।

ଭୁବନେଶ୍ବରର ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.