ETV Bharat / city

Labour Day 2022: ସଫେଇ କର୍ମଚାରୀଙ୍କୁ ନିଜ ହାତରେ ଖୁଆଇଦେଲେ ମେୟର ସୁଲୋଚନା

ଭୁବନେଶ୍ବର ମହାନଗର ନିଗମ(BMC) ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ । ରାଜଧାନୀର ସଫେଇ କର୍ମଚାରୀଙ୍କ ପାଇଁ ବଡ ଘୋଷଣା କଲେ ମେୟର । ସଫେଇ କର୍ମଚାରୀ ପିନ୍ଧିବେ ୟୁନିଫର୍ମ, ସାପ୍ତାହିକ ମାଗଣା ସ୍ବାସ୍ଥ୍ୟ ଚେକ୍ ଅପ୍ ସାଙ୍ଗକୁ ସ୍ବାସ୍ଥ୍ୟବୀମା ଘୋଷଣା କଲେ BMC ମେୟର ସୁଲୋଚନା ଦାସ । ଅଧିକ ପଢନ୍ତୁ

author img

By

Published : May 1, 2022, 5:16 PM IST

ଶ୍ରମିକ ଦିବସରେ ରାଜଧାନୀର ସଫେଇ କର୍ମଚାରୀଙ୍କ ପାଇଁ ବଡ ଘୋଷଣା

ଭୁବନେଶ୍ବର: ମହାନଗର ନିଗମ ପକ୍ଷରୁ ଶ୍ରମିକ ଦିବସରେ ୱାର୍ଡ ନମ୍ୱର ୧୨ରେ ଥିବା ସୈନିକ ସ୍କୁଲ ସ୍ଥିତ ଟିଟିଏସ୍ କେନ୍ଦ୍ରରେ ଶ୍ରମିକ ଦିବସ ପାଳନ(International Labour Day 2022) । ଏହାସହ ସଫେଇ କର୍ମଚାରୀଙ୍କ ପାଇଁ 'ବଡ଼ାଖାନା କାର୍ଯ୍ୟକ୍ରମ' ଆୟୋଜନ ହୋଇ ଥିବାବେଳେ ଶ୍ରମିକମାନଙ୍କୁ ଖାଦ୍ଯ ବଣ୍ଟନ କରାଯାଇଛି ।

ଏଥର ସଫେଇ କର୍ମଚାରୀ ପିନ୍ଧିବେ ୟୁନିଫର୍ମ, ସାପ୍ତାହିକ ମାଗଣା ସ୍ବାସ୍ଥ୍ୟ ଚେକ୍ ଅପ୍ ସାଙ୍ଗକୁ ସ୍ବାସ୍ଥ୍ୟବୀମା ଘୋଷଣା କରିଛନ୍ତି BMC ମେୟର ସୁଲୋଚନା ଦାସ । ଭୁବନେଶ୍ବରକୁ ସ୍ଵଚ୍ଛ, ସୁନ୍ଦର ରଖିବା ପାଇଁ ସଫେଇ କର୍ମଚାରୀଙ୍କ ଅନବରତ ପରିଶ୍ରମ ପ୍ରଶଂସନୀୟ । କୋଭିଡ ମହାମାରୀର ଭୟାବହତା ମଧ୍ୟରେ ସଫେଇ କର୍ମଚାରୀମାନେ ସାମ୍ନାରେ ରହି ସହରର ପରିମଳ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ କାର୍ଯ୍ୟ କରିଛନ୍ତି ବୋଲି କହିଛନ୍ତି ମେୟର । ଏହି ଅବସରରେ ଭୁବନେଶ୍ବର ମେୟର ସୁଲୋଚନା ଶ୍ରମିକମାନଙ୍କୁ ନିଜ ହାତରେ ଖୁଆଇ ଦେଇଥିବା ଦେଖିବାକୁ ମିଳିଛି ।

କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ଅତିରିକ୍ତ କମିଶନର ଓ ମହାନଗର ନିଗମର ଅଧିକାରୀମାନେ ଉପସ୍ଥିତ ରହି ସଫେଇ କର୍ମଚାରୀଙ୍କୁ ସମ୍ମାନ ଜଣାଇବା ସହ ଉତ୍ସାହିତ କରିଥିଲେ । ସଫେଇ କର୍ମଚାରୀଙ୍କ ବିନା ସହରର ସ୍ୱଚ୍ଛତା ସମ୍ଭବ ନୁହେଁ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.