ETV Bharat / city

ସ୍କୁଲରେ ମାର୍ଗଦର୍ଶିକା ପାଳନ ବାଧ୍ୟତାମୂଳକ

8ରେ ଖୋଲିବ ସ୍କୁଲ ଓ କଲେଜ । ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ ତତ୍ପରତା ଦେଖାଇଛି ବିଏମସି । ବିଏମସି ଓ ଶିକ୍ଷାନୁଷ୍ଠାନ ପ୍ରତିନିଧିଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ....

author img

By

Published : Jan 6, 2021, 9:24 PM IST

bmc authority and educational representative meeting in bhubaneswar
ସ୍କୁଲରେ ମାର୍ଗଦର୍ଶିକା ପାଳନ ବାଧ୍ୟତାମୂଳକ

ଭୁବନେଶ୍ବର : ରାଜ୍ୟରେ ଆସନ୍ତା 8 ତାରିଖରେ ଖୋଲିବ ସ୍କୁଲ ଓ କଲେଜ । ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ ତତ୍ପରତା ଦେଖାଇଛି ବିଏମସି । ଏନେଇ ବିଏମସି ଓ ଶିକ୍ଷାନୁଷ୍ଠାନ ପ୍ରତିନିଧିଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ଗୁରୁତ୍ବ ଦେଇ କୋଭିଡ କଟକଣା ଭିତରେ କିପରି ପାଠ ପଢା ହୋଇପାରିବ । ଗାଇଡ଼ ଲାଇନ କିଭଳି ପାଳନ କରିହେବ ସେଥିପାଇଁ ବୁଧବାର ସନ୍ଧ୍ୟାରେ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ।

ସ୍କୁଲରେ ମାର୍ଗଦର୍ଶିକା ପାଳନ ବାଧ୍ୟତାମୂଳକ

ବିଏମସି ଓ ଭୁବନେଶ୍ବରର ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରତିନିଧି ଆଲୋଚନାରେ ଭାଗ ନେଇଥିଲେ। କୋଭିଡ ମାର୍ଗଦର୍ଶିକା ପାଳନ କରିବା ବାଧ୍ୟତାମୂଳକ ହୋଇଛି । ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ସାନିଟାଇଜ ହେବ । କୋରୋନା ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ କୋଭିଡ ଟେଷ୍ଟ କରାଯିବ । ପ୍ରତ୍ୟକ ସ୍କୁଲରେ ଆଇସଲେସନ ରୁମ ରହିବ। ବିଏମସି ଜୋନାଲ ଡେପୁଟି କମିଶନର ଆକସ୍ମିକ ପରିଦର୍ଶନ କରିବେ। ହଷ୍ଟେଲ ଗୁଡିକରେ ଏସଓପିକୁ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.