ଭୁବନେଶ୍ବର: ବସ୍ତି ବାସିନ୍ଦାଙ୍କୁ କମ୍ବଳ ବାଣ୍ଟିଲା ଭାରତୀୟ ଷ୍ଟେଟ ବ୍ୟାଙ୍କ। ରାଜଧାନୀରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବାବେଳେ ଏହାକୁ ଆଖିରେ ରଖି ଭୁବନେଶ୍ବର ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖା ପକ୍ଷରୁ 150 ଜଣ ବସ୍ତି ବାସିନ୍ଦାଙ୍କୁ କମ୍ବଳ ବଣ୍ଟାଯାଇଛି ।
ଏହି କାର୍ଯ୍ୟକ୍ରମ ରାଜଧାନୀର ଏକ ନମ୍ବରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାରେ ଅନୁଷ୍ଠିତ ହୋଇଛି । ଯେଉଁଥିରେ ବ୍ୟାଙ୍କ ସଙ୍ଘର ସାଧାରଣ ସମ୍ପାଦକ ସମ୍ବିତ ମିଶ୍ର, ସଭାପତି ଅରୁଣ ବିଶୋଇ ପ୍ରମୁଖ ଯୋଗଦେଇ ଥିଲେ।
ଏଭଳି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ମଧ୍ୟ ସୂଚନା ମିଳିଛି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ