ETV Bharat / city

ବେରୋଜଗାର ବିରୁଦ୍ଧରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ - ବେରୋଜଗାର

ସମଗ୍ର ଦେଶରେ ଏକ ନମ୍ବରରେ ରାଜ୍ୟର ବେରୋଜଗାର ସ୍ଥିତି । ରାଜ୍ୟରେ ଭରପୂର ଖଣିଜ ସମ୍ପଦ ଓ ପର୍ଯ୍ୟାପ୍ତ ସୁଯୋଗ ରହିଥିବା ବେଳେ ସରକାର ନିଯୁକ୍ତି ସୃଷ୍ଟି କରିବାରେ ବିଫଳ । ଏହାର ପ୍ରତିବାଦ କରି ବିଜେପି ଯୁବ ମୋର୍ଚ୍ଚାର ଶତାଧିକ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

bjym-rally-against-odisha-govt
bjym-rally-against-odisha-govt
author img

By

Published : Feb 20, 2020, 3:46 PM IST

ଭୁବନେଶ୍ବର: ଓଡିଶା ସରକାର ରାଜ୍ୟର ଯୁବକ ଓ ଯୁବତୀମାନଙ୍କୁ ନିଯୁକ୍ତି ଦେବାରେ ସବୁଠୁ ପଛରେ ରହିଛନ୍ତି। ଯାହାକି ସାରା ଦେଶରେ ଏକ ନମ୍ବର ଅଟେ। ବିଧାନସଭାରେ ସଭ୍ୟଙ୍କ ଏକ ପ୍ରଶ୍ନ ର ଉତ୍ତରରୁ ଜଣାପଡ଼ିଛି ଏହି ତଥ୍ୟ । ଆଉ ଯାହାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ସରକାରଙ୍କ ନୀତିକୁ ସମାଲୋଚନା କରାଯିବା ସହ ଏହା ବିରୁଦ୍ଧରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି ଯୁବମୋର୍ଚ୍ଚା।

ବେରୋଜଗାର ବିରୁଦ୍ଧରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ

ରାଜ୍ୟରେ ବିପୁଳ ପରିମାଣର ଖଣିଜ ସମ୍ପଦ ରହିଥିବା ଓ ଗୋଟିଏ ସ୍ଥିର ସରକାର ୨ ବର୍ଷ ସାଶନ କରୁଥିବାବେଳେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟରୁ ବେକାରୀ ଯୁବକ ଯୁବତୀ ଅନ୍ୟରାଜ୍ୟକୁ କାମ ଅନ୍ବେଷଣରେ ଯାଉଥିବାବେଳେ ସରକାର ଲୋକମାନଙ୍କୁ ଟଙ୍କିକିଆ ଚାଉଳ ଦେଇ କେବଳ ବାହାବା ସାଉଁଟିବାରେ ବ୍ୟସ୍ତ ଥିବା ଅଭିଯୋଗ ଆଣିଛି ବିଜେପି ।

ଓଡ଼ିଶାର ଯୁବପିଢିଙ୍କ ନିଯୁକ୍ତି ପାଇଁ କଣ କଣ ପଦକ୍ଷେପ ଗ୍ରହଣ କରିଛି ତାହା ଜନସାଧାରଙ୍କୁ କୁହନ୍ତୁ ନଚେତ ନବୀନ ପଟ୍ଟନାୟକ ଇସ୍ତଫା ଦିଅନ୍ତୁ ବୋଲ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଆଜି ଏହି ରାଲି ଯୁବ ମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ବରେ ହୋଇ ଥିବାବେଳେ ଏଥିରେ ଶତାଧିକ ଯୁବ କର୍ମୀ ସାମିଲ ହୋଇ ସରକାରଙ୍କ ଅପାରଗତା ବିରୁଦ୍ଧରେ ସ୍ଲୋଗାନ ଦେଇ ବିଧାନସଭା ଅଭିମୁଖେ ଯାଇଥିଲେ।

ତେବେ ପୋଲିସ ସେମାନଙ୍କୁ ପିଏମଜି ଠାରେ ଅଟକାଇବା ସହ ଥାନାରେ ଅଟକ କରିଥିବା ଜଣାଯାଇଛି। ଏନେଇ ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଓ ବିଜେପି ନେତା ବାବୁ ସିଂ କହିଛନ୍ତି ଯେ ଏହା ହେଉଛି ରାଜ୍ୟର ଯୁବକମାନଙ୍କ ସ୍ବତଃ ପ୍ରବୃତ୍ତ ଭାବେ ସରକାର ପ୍ରତି ଥିବା ଅସନ୍ତୋଷ। ଏହାକୁ ସମାଧାନ କରିବା ପାଇଁ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଏହାକୁ ନେଇ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.