ETV Bharat / city

ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କୁ ପରଷା ଯାାଉଥିବା ଖାଦ୍ୟର ମାନ ପରଖିବ BJP ମହିଳା ମୋର୍ଚ୍ଚା - ବିଜେପି ମହିଳା ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ

ନିମ୍ନମାନର ଚାଉଳ, ଛତୁଆ ଓ ଅଣ୍ଡା ଖାଇ ଅପପୁଷ୍ଟି ଓ ରକ୍ତହୀନତାର ଶିକାର ହେଉଛନ୍ତି ରାଜ୍ୟର ଶିଶୁ ଓ ମହିଳା । ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ଅଧିକ ପଢ଼ନ୍ତୁ

ପୋଷଣ ଚିନ୍ତା,  ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଅନୁଧ୍ୟାନ କରିବ ବିଜେପି ମହିଳା ମୋର୍ଚ୍ଚା

author img

By

Published : Apr 19, 2022, 5:18 PM IST

ଭୁବନେଶ୍ବର: ନିମ୍ନମାନର ଚାଉଳ, ଛତୁଆ ଓ ଅଣ୍ଡା ଖାଇ ଅପପୁଷ୍ଟି ଓ ରକ୍ତହୀନତାର ଶିକାର ହେଉଛନ୍ତି ରାଜ୍ୟର ଶିଶୁ ଓ ମହିଳା । ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛି ରାଜ୍ୟ BJP ମହିଳା ମୋର୍ଚ୍ଚା । ଏଥିପାଇଁ ବିଜେପି ମହିଳା ମୋର୍ଚ୍ଚା ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରକୁ ଅନୁଧ୍ୟାନ କରିବା ସହ ଜନ ସଚେତନତା କରିବ । ଏହାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦିକା ଐଶ୍ବର୍ଯ୍ୟା ବିଶ୍ବାଳ ସୂଚନା ଦେଇଛନ୍ତି ।

ପୋଷଣ ଚିନ୍ତା, ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଅନୁଧ୍ୟାନ କରିବ ବିଜେପି ମହିଳା ମୋର୍ଚ୍ଚା
ଓଡିଶା ପୋଷଣ କ୍ଷେତ୍ରରେ ନିମ୍ନ ସ୍ତରରେ ଥିବା ନେଇ ବିଜେପି ଅଭିଯୋଗ କରିଛି । ନଗଡ଼ା ଭଳି ଅନେକ ଉଦାହରଣ ରାଜ୍ୟରେ ଅଛି । ଜନ୍ମ ସମୟରେ ଶିଶୁଙ୍କ ଓଜନ କ୍ଷେତ୍ରରେ ପଛରେ ପଡ଼ିଛି ଓଡିଶା । ରାଜ୍ୟରେ ୬୪ ପ୍ରତିଶତ ମହିଳା ରକ୍ତ ହୀନତାରେ ଶିକାର ହେଉଛନ୍ତି । ୪ ଜଣରୁ ୩ ଜଣ ମହିଳା ରକ୍ତହୀନତାରେ ପୀଡିତ ଅଛନ୍ତି । ବୟସ ତୁଳନାରେ ୩୧ ପ୍ରତିଶତ ଶିଶୁଙ୍କ ଉଚ୍ଚତା କମ । ବୟସ ତୁଳନାରେ ୩୦ ପ୍ରତିଶତଙ୍କ ଓଜନ କମ ରହୁଛି । ଉଚ୍ଚତା ତୁଳନାରେ ରାଜ୍ୟରେ ୧୮ ପ୍ରତିଶତଙ୍କ ଓଜନ କମ୍‌ ରହିଛି । ରାଜ୍ୟରେ ପ୍ରତି ଶିଶୁ ମୃତ୍ୟୁ ହାର ୧ ହଜାରରେ ୪୧ । କାରଣ ଗର୍ଭବତୀଙ୍କୁ ପୌଷ୍ଟିକ ଆହାର ମିଳୁନାହିଁ । ରାଜ୍ୟ ସରକାର ୨୨ ବର୍ଷ ଶାସନ ପରେ ବି କାହିଁକି ପୁଷ୍ଟିକର ଖାଦ୍ୟ ଯୋଗାଇ ପାରୁନାହାନ୍ତି ବୋଲି ପ୍ରଶ୍ନ କରିଛି BJP ।

ସଠିକ ପୋଷଣ ଦ୍ବାରା ହିଁ ସମୃଦ୍ଧ ଦେଶର କଳ୍ପନା କରାଯାଇ ପାରେ । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ୨.୪ କୋଟି ମହିଳା ଉପକୃତ ହୋଇଛନ୍ତି । ୪୦ କୋଟି ପୋଷଣ କେନ୍ଦ୍ର ଖୋଲାଯାଇଛି । ୧୦ ଲକ୍ଷରୁ ଊର୍ଦ୍ଧ୍ବ ଆଗ ଧାଡି କର୍ମୀଙ୍କୁ ଏଥିପାଇଁ ତାଲିମ ଦିଆଯାଇଛି । ମାତୃତ୍ୱ ଅବକାଶକୁ ୬ ମାସ ବୃଦ୍ଧି କରାଯାଇଛି । ୭.୩୪ ଲକ୍ଷ ମେଟ୍ରିକ ଟନ ଚାଉଳରେ ଭିଟାମିନ ଯୁକ୍ତ ଚାଉଳ ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର । ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୮୦ କୋଟି ଲୋକଙ୍କୁ ଖାଦ୍ୟ ଶସ୍ୟ ଯୋଗାଇ ଦେଇଥିଲେ । ୧୩ ଲକ୍ଷ ୯୯ ହଜାର ୭୯୭ ଅଙ୍ଗନବାଡି କେନ୍ଦ୍ରକୁ ପୋଷଣ-୨ ଅଭିଯାନରେ ସାମିଲ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦିକା ଐଶ୍ବର୍ଯ୍ୟା ବିଶ୍ବାଳ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.