ETV Bharat / city

ବିଜେପି ମହିଳା ମୋର୍ଚ୍ଚାର ନବୀନ ନିବାସ ଘେରାଉ: ଅଧାବାଟରୁ ଗିରଫ କଲା ପୋଲିସ - ଗିରଫ କଲା ପୋଲିସ

ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ୍ ନବୀନ ନିବାସ ଅଭିମୁଖେ ବାହାରି ଥିଲେ କିନ୍ତୁ ଏହାର ଅଳ୍ପ ଦୂରରୁ ପୋଲିସ ସେମାନଙ୍କୁ ଅଟକାଇବା ସହିତ ଗିରଫ କରିଛି ।

ବିଜେପି ମହିଳା ମୋର୍ଚ୍ଚାର ନବୀନ ନିବାସ ଘେରାଉ: ଅଧାବାଟରୁ ଗିରଫ କଲା ପୋଲିସ

author img

By

Published : Dec 4, 2019, 3:06 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ନିରାକରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏହାର ପ୍ରତିବାଦ ସ୍ବରୂପ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ଗୃହମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ପ୍ରଶ୍ନ ପଚାରିବା ଉଦ୍ଦେଶ୍ୟରେ ଏକ ଟିମ୍ ନବୀନ ନିବାସ ଅଭିମୁଖେ ବାହାରି ଥିଲେ କିନ୍ତୁ ଏହାର ଅଳ୍ପ ଦୂରରୁ ପୋଲିସ ସେମାନଙ୍କୁ ଅଟକାଇବା ସହିତ ଗିରଫ କରିଛି ।

ବିଜେପି ମହିଳା ମୋର୍ଚ୍ଚାର ନବୀନ ନିବାସ ଘେରାଉ: ଅଧାବାଟରୁ ଗିରଫ କଲା ପୋଲିସ

ବିଜେପିର ରାଜ୍ୟ ମହିଳା ମୋର୍ଚ୍ଚା ନେତ୍ରୀ ପ୍ରଭାତୀ ପରିଡାଙ୍କ କହିବା ଅନୁସାରେ, ସରକାର '5ଟି', 'ମୋ ସରକାର' ଭଳି ଅନେକ ଯୋଜନା କରୁଥିବାବେଳେ ନାରୀଙ୍କ ପ୍ରତି ଅତ୍ୟାଚାର ବଢି ବଢି ଚାଲିଛି । ପିପିଲି, କୁନ୍ଦୁଲି, ଯାଜପୁର ଘଟଣାରେ ଶାସକ ଦଳର ସଦସ୍ୟ ସମ୍ପୃକ୍ତି ଥିବାବେଳେ ପୁରୀରେ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ପୋଲିସ କର୍ମଚାରୀ ସମ୍ପୃକ୍ତ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସବୁ କ୍ଷେତ୍ରରେ ସରକାର ତତ୍ପରତା ପ୍ରକାଶ କରୁଥିବାବେଳେ ସରକାର କଣ ପାଇଁ ନିଷ୍କ୍ରିୟ ଅଛି ବୋଲି ପରିଡା ପ୍ରକାଶ କରିଛନ୍ତି ।

ସେହିପରି ଅନ୍ୟ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସହିତ ମିଶି ସେଲଫି ଉଠାଉ ଥିବାବେଳେ ମହିଳା ମୋର୍ଚ୍ଚାର କର୍ମୀଙ୍କୁ ଭେଟି ଆଲୋଚନା କରିବାକୁ କଣ ପାଇଁ ଡରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେମାନଙ୍କୁ ଏପରି ପୋଲିସ ଦ୍ବାରା ଅଧବାଟରେ ରୋକିବାକୁ ନିନ୍ଦା କରିବା ସହିତ ସରକାର ଯଦି ଏବିଷୟରେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତୀବ୍ର କରାଯିବା ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ନିରାକରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।ଏହାର ପ୍ରତିବାଦ ସ୍ବରୂପ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ଗୃହ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ପ୍ରଶ୍ନ ପଚାରିବା ଉଦେଶ୍ୟରେ ଏକ ଟିମ ନବୀନ ନିବାସ ଅଭିମୁଖେ ବାହାରି ଥିଲେ।କିନ୍ତୁ ସେମାନେ ବିଭିନ୍ନ ଭାଗରେ ନବୀନ ନିବାସ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ଏହାର ଅଳ୍ପ ଦୂରରୁ ପୋଲିସ ସେମାନଙ୍କୁ ରୋକିବା ସହିତ ଗିରଫ କରିଛି।

Body:ବିଜେପି ର ରାଜ୍ୟ ମହିଳା ମୋର୍ଚ୍ଚା ନେତ୍ରୀ ପ୍ରଭାତୀ ପରିଡାଙ୍କ କହିବା ଅନୁସାରେ ସରକାର 5ଟି ,ମୋ ସରକାର ଭଳି ଅନେକ ଯୋଜନା କରୁଥିବା ବେଳେ ନାରୀମାନଙ୍କ ପ୍ରତି ଅତ୍ୟାଚର ବଢି ବଢି ଚାଲିଛି।ପିପିଲି,କୁନ୍ଦୁଲି ,ଯାଜପୁର ଘଟଣା ଭଳି ଘଟଣାରେ ଶାସକ ଦଳର ସଦସ୍ୟ ସମ୍ପୃକ୍ତି ଥିବାବେଳେ ପୁରୀରେ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ପୋଲିସ କର୍ମଚାରୀ ସମ୍ପୃକ୍ତ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।ସବୁ କ୍ଷେତ୍ରରେ ସରକାର ତତ୍ପରତା ପ୍ରକାଶ କରୁଥିବା ବେଳେ ସରକାର କଣ ପାଇଁ ନିଷ୍କ୍ରିୟ ଅଛି ବୋଲି ଶ୍ରୀମତୀ ପରିଡା ପ୍ରକାଶ କରିଛନ୍ତି।ସେହିପରି ଅନ୍ୟ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନକୁ ଯାଇ ଲୋକମାନଙ୍କ ସହିତ ମିଶି ସେଲ୍ଫି ଉଠାଉ ଥିବା ବେଳେ ମହିଳା ମୋର୍ଚାର କର୍ମୀ ମାନଙ୍କୁ ଭେଟି ଆଲୋଚନା କରିବାକୁ କଣ ପାଇଁ ଡରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।ସେମାନଙ୍କୁ ଏପରି ପୋଲିସ ଦ୍ୱାରା ଅଧବାଟରେ ରୋକିବାକୁ ନିନ୍ଦା କରିବା ସହିତ ସରକାର ଯଦି ଏ ବିଷୟରେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତୀବ୍ର କରାଯିବା ବୋଲି କହିଛନ୍ତି।
ବାଇଟ-ପ୍ରଭାତୀ ପରିଡା
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.