ETV Bharat / city

'ମରଣଯନ୍ତାକୁ ଠେଲିବା ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର'

author img

By

Published : Sep 1, 2021, 5:39 PM IST

ରାଜ୍ୟ ସରକାର ପୁଣି ମରଣଯନ୍ତାକୁ ଠେଲିବା ଯୋଜନାରେ ଅଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ତୃତୀୟ ଲହର ପାଇଁ ପ୍ରସ୍ତୁତିର ସମୀକ୍ଷା ପରେ ଏଭଳି ପ୍ରତିକ୍ରିୟା ରଖିଲା ବିଜେପି ମହିଳା ମୋର୍ଚ୍ଚା । ଅଧିକ ପଢନ୍ତୁ...

'ମରଣଯନ୍ତାକୁ ଠେଲିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର'

ଭୁବନେଶ୍ବର: ଆଗକୁ ଆସୁଛି ତୃତୀୟ ଲହର । ଶିଶୁଙ୍କ ପ୍ରତି ଏହି ଲହର ଅଧିକ ଘାତକ ହେବା ନେଇ କୁହାଯାଉଥିବାରୁ ଅଭିଭାବକମାନେ ଚିନ୍ତିତ ରହିଛନ୍ତି । ସେପଟେ କେନ୍ଦ୍ର ଓ ରାଜ୍ୟସ୍ତରରେ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରାଯାଉଛି । ରାଜ୍ୟର ସବୁ ଜିଲ୍ଲାଗୁଡିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଡିକାଲଗୁଡିକରେ ମଧ୍ୟ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ତୃତୀୟ ଲହର ପାଇଁ କିଭଳି ପ୍ରସ୍ତୁତି କରାଯାଇଛି ତାହା ସମୀକ୍ଷା କରିବାକୁ ସେଠାରେ ପହଞ୍ଚିଛି ବିଜେପି ମହିଳା ମୋର୍ଚ୍ଚା ।

ମହିଳା ମୋର୍ଚ୍ଚା କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ଭେଟିଛନ୍ତି ଏବଂ ତୃତୀୟ ଲହର ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ପରେ ରାଜ୍ୟ ସରକାର ପୁଣିଥରେ ମରଣଯନ୍ତାକୁ ଠେଲିବାକୁ ଯୋଜନା କରୁଛନ୍ତି ବୋଲି କହିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ତାଙ୍କର ଏଭଳି ପ୍ରତିକ୍ରିୟା ପଛରେ କାରଣ ହେଉଛି, ରାଜ୍ୟ ସରକାର ପିଲାଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥିବା ନେଇ ଡେଙ୍ଗୁରା ପିଟୁଥିବାବେଳେ ତୃତୀୟ ଲହର ପାଇଁ କ୍ୟାପିଟାଲ ହସ୍ପିଟାଲରେ ମାତ୍ର ୧୦ଟି ବେଡର ବ୍ୟବସ୍ଥା କରାଯାଇଛି । ସେଠାରେ ପୁଣି କେବଳ ଆଇସୋଲେସନ, ଭେଣ୍ଟିଲେଟର ଓ ଅକ୍ସିଜେନର ବ୍ୟବସ୍ଥା କରାଯାଇଥିବାବେଳେ ଆବଶ୍ୟକ ICU ବ୍ୟବସ୍ଥା ନାହିଁ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛି ମହିଳା ମୋର୍ଚ୍ଚା ।

ସେହିପରି ମଙ୍ଗଳବାର ମହିଳା ମୋର୍ଚ୍ଚା ଟିମ୍ କଟକ ଶିଶୁଭବନ ଯାଇଥିଲେ । ସେଠାରେ ତୃତୀୟ ଲହର ପାଇଁ ମାତ୍ର ୪୦ଟି ଜେନେରାଲ ବେଡ୍ ଓ ୧୦ଟି ICU ବ୍ୟବସ୍ଥା କରାଯାଇଥିବା ନେଇ ମହିଳା ମୋର୍ଚ୍ଚା ଅସନ୍ତୋଷ ଜାହିର କରିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.