ETV Bharat / city

ଆବାସ ଯୋଜନା କେଳେଙ୍କାରୀ, ଆସନ୍ତା ୭ରେ ବ୍ଲକ ଘେରିବ ବିଜେପି

author img

By

Published : Jun 29, 2021, 2:01 PM IST

ରାଜ୍ୟକୁ କେନ୍ଦ୍ରର ଅନୁଦାନ ମିଳୁଛି, ମାତ୍ର ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଆଜି ବି ଲୋକେ କଚ୍ଚା ଘରେ ରହୁଛନ୍ତି ବୋଲି ରାଜ୍ୟ ବିଜେପି ସଭାପତି ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ଆବାସ ଯୋଜନା କେଳେଙ୍କାରୀ, ୭ ରୁ ୯ ବ୍ଲକ ଘେରିବ ବିଜେପି

ଭୁବନେଶ୍ୱର: ଭାରତ ସରକାରଙ୍କ ଆବାସ ଯୋଜନା ଅନୁସାରେ ଦେଶରେ କୌଣସି କଚ୍ଚା ଘର ରହିବ ନାହିଁ ବୋଲି କେନ୍ଦ୍ର ନିଷ୍ପତ୍ତି ନେଇଛି । ସେଥିପାଇଁ ରାଜ୍ୟକୁ ଅନେକ ଅନୁଦାନ ମିଳିଛି । ମାତ୍ର ରାଜ୍ୟବାସୀ ଏବେବି କଚ୍ଚା ଘରେ ରହୁଛନ୍ତି । ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ହିତାଧିକାରୀଙ୍କ ନିକଟରେ ଯୋଜନା ପହଞ୍ଚି ପାରୁନଥିବା ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ଆବାସ ଯୋଜନା କେଳେଙ୍କାରୀ, ଆସନ୍ତା ୭ରେ ବ୍ଲକ ଘେରିବ ବିଜେପି

ତେବେ ଫନି କ୍ଷତିଗ୍ରସ୍ତଙ୍କ ପାଇଁ ମଧ୍ୟ ୮ଲକ୍ଷ ୧୭ହଜାର ୪ ଶହ ଆବାସ ଗୃହ ରାଜ୍ୟକୁ ମିଳିଛି । ଏଥିରେ ସ୍ୱଚ୍ଛତା ରହିବା କଥା । କିନ୍ତୁ କେନ୍ଦ୍ରୀୟ ଦଳ ଆସି ଅନିୟମିତତା ଦର୍ଶାଇ ଥିବାବେଳେ ରାଜ୍ୟ ସରକାର ତାଙ୍କ ଉତ୍ତର ଦାୟିତ୍ୱକୁ ଗ୍ରହଣ କରିନାହାନ୍ତି । ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେବ ନାହିଁ । ସମସ୍ତଙ୍କ ଘରକୁ ବିଜୁଳି ବତୀ, ପାଇଖାନା, ଗ୍ୟାସ ସିଲିଣ୍ଡର ଦେବାକୁ କେନ୍ଦ୍ର ସରକାର ମଧ୍ୟ ପ୍ରଚୁର ଅନୁଦାନ ପ୍ରଦାନ କରିଛନ୍ତି ।

୨୦୨୨ ପରେ ଯଦି ରାଜ୍ୟରେ ଗୋଟେ ବି କଚ୍ଚାଘର ରହିବ ସେଥିପାଇଁ ସମ୍ପୂର୍ଣ୍ଣ ରୂପେ ରାଜ୍ୟ ସରକାରଙ୍କ ଅପାରଗତା ଦାୟୀ ରହିବ । ୯ଟି ଜିଲ୍ଲାରେ ଗୋଟିଏ ହେଲେ ମଧ୍ୟ ଆବାସ ଘର ଆଲଟମେଣ୍ଟ ହୋଇନି । ଯୋଗ୍ୟ ହିତାଧିକାରୀ ତୁରନ୍ତ ଘର ପାଇବା ଦାବିରେ ଜୁଲାଇ ୭, ୮ ଓ ୯ ତାରିଖରେ ସମଗ୍ର ରାଜ୍ୟରେ ବ୍ଲକ ଅଫିସ ସାମ୍ନାରେ ବିଜେପି ପ୍ରତିବାଦ କରିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଚେତାବନୀ ଦେଇଛନ୍ତି ।

ଭୁବନେଶ୍ୱରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.