ETV Bharat / city

ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ: ବିଜେପି

author img

By

Published : Dec 2, 2021, 6:52 AM IST

ଯେପର୍ଯ୍ୟନ୍ତ ରାଜ୍ୟ ସରକାର ଦାବି ମାନିନାହାଁନ୍ତି ସେ ପର୍ଯ୍ୟନ୍ତ ବିଧାନସଭା ଭିତରେ ଏବଂ ବାହାରେ ଆନ୍ଦୋଳନ ଜାରି ରଖିବ ବିଜେପି । ଅଧିକ ପଢନ୍ତୁ

Bjp PressMeet
Bjp PressMeet

ଭୁବନେଶ୍ବର: ଯେପର୍ଯ୍ୟନ୍ତ ରାଜ୍ୟ ସରକାର ଦାବି ମାନିନାହାନ୍ତି ସେ ପର୍ଯ୍ୟନ୍ତ ବିଧାନସଭା ଭିତରେ ଏବଂ ବାହାରେ ଆନ୍ଦୋଳନ ଜାରି ରଖିବ ବିଜେପି ।

ଆଜି ଦଳୀୟ କାର୍ଯ୍ୟାଳୟ(Odisha BJP Party Office) ରେ ପ୍ରେସମିଟ କରି ସରକାରଙ୍କୁ ଏହି ଚେତାବନୀ ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ (Chief Whip Mohan Majhi)। ଅଭିଯୋଗ କରିଛନ୍ତି ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଅଭିଯୁକ୍ତ ହିସାବରେ ଅଛନ୍ତି । ଦୋଷ ଘୋଡାଇବା ପାଇଁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର ।

ହାଇକୋର୍ଟ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତ ନୀରିକ୍ଷଣ ଦାୟିତ୍ବ ଦେଇଛନ୍ତି । ବିଜେପି ହାଇକୋର୍ଟଙ୍କ ରାୟକୁ ସମ୍ମାନ ଦେଉଛି । କିନ୍ତୁ ମମିତା ମେହେର ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ ପାଇଁ ବିଜେପି ଦାବି ରଖିଛି । ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ପାଇଁ ଦାବି କରିଛି । କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ଏସଆଇଟି ତଦନ୍ତ ହେଲା କିନ୍ତୁ ନ୍ୟାୟ ମିଳିପାରିଲା ନାହିଁ । ପରୀ ହତ୍ୟା ମାମଲାରେ ମଧ୍ୟ କୋର୍ଟ ମନିଟର ଏସଆଇଟି କହି ରାଜ୍ୟ ସରକାର ଭୁଆଁ ବୁଲାଇଥିଲେ । କୋର୍ଟ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଚିଠି ଲେଖିନଥିବା ଜଣା ପଡିଥିଲା । ପରେ ଅରୁଣ ବ୍ରୋର୍ଥାଙ୍କ ନେତୃତ୍ବରେ ଏସଆଇଟି ଗଠନ ହୋଇ ତଦନ୍ତ ହୋଇଥିଲା ।

ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଘଣ୍ଟ ଘୋଡାଇବା ପାଇଁ ଓ ସୁରକ୍ଷା ଦେବାପାଇଁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର । ମମିତା ହତ୍ୟା ଘଟଣା କେବଳ ଗୋବିନ୍ଦ ଓ ରାଧେ ପାଖରେ ସୀମିତ ନାହିଁ ।

ଏହି ଘଟଣାରେ ଯଦି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସମ୍ପର୍କ ନାହିଁ ତାହେଲେ ସରକାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ । ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ଦାବି ମାନି ନାହାନ୍ତି ସେ ପର୍ଯ୍ୟନ୍ତ ବିଧାନସଭା ଭିତରେ ଏବଂ ବାହାରେ ଆନ୍ଦୋଳନ ଜାରି ରଖିବ ବିଜେପି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.