ଭୁବନେଶ୍ବର: ବରଗଡ଼ ପରେ ଝାରସୁଗୁଡାରେ ନୂଆ ସିଏଚସି ନେଇ ଦାବି ଉଠାଇଲା ବିଜେପି । ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ନିଜ ଜିଲ୍ଲାଙ୍କୁ ଭୁଲି ଯାଇଛନ୍ତି ବୋଲି ବିଜେପି ସାମୋଲଚନା କରିଛି । ଏହାସହ ଆଗାମୀ ସପ୍ତାହକ ଭିତରେ ଝାରସୁଗୁଡା ସହର ମଙ୍ଗଳବଜାରସ୍ଥିତ ପୁରୁଣା ହସ୍ପିଟାଲକୁ ଯଦି URBAN CHC ଘୋଷଣା କରାଯିବା ଦାବି କରିଛି ବିଜେପି । ଏହାସହ 50 ବେଡ଼ର ସୁବିଧା ଓ ଗର୍ଭବତୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ବିଜେପି ଦାବି କରିଛି । ନହେଲେ ଆଗାମୀ ଦିନରେ ବିଜେପି ନେତୃତ୍ବରେ ବିଶାଳ ରାଲି କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ ଗତ ବର୍ଷ ମେ ମାସରେ ସହର ମଝିରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସହରଠାରୁ 15 କିଲୋମିଟର ସ୍ଥାନାନ୍ତର କରାଯାଇଥିଲା । ଏହାପରେ ପରେ ବିଧାୟକ ପ୍ରତିଶୃତି ଦେଇଥିଲେ ଯେ ସହର ଭିତରେ କିପରି ଏ ହସ୍ପିଟାଲ କାର୍ଯ୍ୟକରିବ ସେ ଦାୟିତ୍ବ ନିଜେ ନେବେ । ମାତ୍ର ଏବେ ବିଧାୟକ ପ୍ରତିଶ୍ରୁତି ପାସୋରିଯାଇଥିବା କହିଛି ବିଜେପି ।
ଏବେ ମୁଖ୍ୟ ହସ୍ପିଟାଲ ଯିବାକୁ ସୁବିଧା ଓ ପୁରୁଣା ହସ୍ପିଟାଲକୁ ଅର୍ବାନ ସିଏଚସି ଘୋଷଣା କରାଯାଉ ବୋଲି ବିଜେପି ଦାବି କରିଛି । ଏହା ନହେଲେ ଆଗାମୀ ଦିନରେ ବିଜେପି ନେତୃତ୍ବରେ ବିଶାଳ ରାଲି କରାଯିବ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଝାରସୁଗୁଡାରେ ପୁରାଇ ଦିଆଯିବ ନାହିଁ ବୋଲି ବିଜେପି ଚେତାବନୀ ଦେଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ