ETV Bharat / city

ଗୋଟିଏ ଦିନ ପରେ ସରିବ 72 ଘଣ୍ଟାର କଣ୍ଟ; ସରକାରଙ୍କ ନିଷ୍ପତ୍ତି ଉପରେ ବିଜେପିର ନଜର

ଥମୁନି ଚାଷୀ ରାଜନୀତି । ବିଜେପିର 72 ଘଣ୍ଟାର କଣ୍ଟ ଆଉ ଗୋଟିଏ ଦିନ ପରେ ସରିବ । ସରକାରଙ୍କ ଆଗାମୀ ପଦକ୍ଷେପ ନ କଣ ରହିବ ସେନେଇ ନଜର ରଖିଛି ବିଜେପି । ଅଧିକ ପଢନ୍ତୁ...

author img

By

Published : Jan 24, 2021, 3:24 PM IST

ଗୋଟିଏ ଦିନ ପରେ ସରିବ 72 ଘଣ୍ଟାର କଣ୍ଟ
ଗୋଟିଏ ଦିନ ପରେ ସରିବ 72 ଘଣ୍ଟାର କଣ୍ଟ

ଭୁବନେଶ୍ବର: ଥମୁନି ଚାଷୀ ରାଜନୀତି । ମୁହାଁମୁହିଁ ହେବା ପରେ ବିଜେପି ଏହି ପ୍ରସଙ୍ଗ ହାତଛଡା କରିବାକୁ ଚାହୁଁ ନାହିଁ । ବିଜେପି ସବୁବେଳେ ଚାଷୀଙ୍କ ସହିତ ରହିଛି। ତେଣୁ ବିରୋଧୀ ବିଧାୟକ ଓ ସାଂସଦ ଥାନାରେ ବସିଥିଲୁ। ସରକାର ମଣ୍ଡିରୁ ଧାନ କିପରି ଉଠିବ, କେତେ କିଣିବ ସେ ରିପୋର୍ଟ କେନ୍ଦ୍ରକୁ ଦେଇଛନ୍ତି । ଏଥିପାଇଁ ଟାର୍ଗେଟ ଧାର୍ଯ୍ୟ କରାଗଲା। ସରକାର ଟୋକେନ ମାଧ୍ୟମରେ ଟୋକେନ କିଣିରେ ସ୍ବଚ୍ଛତା ଆଣିବାକୁ କହିଲେ । କିନ୍ତୁ ଟୋକେନ ପାଇଥିବା ଚାଷୀ ଙ୍କ ମଧ୍ୟ ଉଠିପାରୁନି ଧାନ । ସେପଟେ ମିଲର୍ସଙ୍କ ଟାର୍ଗେଟ କିପରି ପୂରଣ ହେଲା ବୋଲି ବିଜେପି ନେତା ପ୍ରଦୀପ ପୁରୋହିତ ପ୍ରଶ୍ନ କରିଛନ୍ତି । କୋଉଠୁ ଧାନ ଆଣିଲେ ମିଲର ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି

ଗୋଟିଏ ଦିନ ପରେ ସରିବ 72 ଘଣ୍ଟାର କଣ୍ଟ

ସେପଟେ ବିଜେପି ସରକାରଙ୍କୁ 72 ଘଣ୍ଟାର କଣ୍ଟ ଦେଇଛି । ଆଉ ଗୋଟିଏ ଦିନ ପରେ କଣ୍ଟ ସରିବ। ତେଣୁ ରାଜ୍ୟ ସରକାର ତୁରନ୍ତ ନିର୍ଣ୍ଣୟ କରନ୍ତୁ । ମିଲରଙ୍କୁ ତୁରନ୍ତ ଧାନ ଉଠାଇବାକୁ ଟାସ୍କ ଦିଅନ୍ତୁ। ଯାହାର ଟୋକେନ ସରିଛି ତାର ନବୀକରଣ କରାଯାଉ। ଟୋକେନ ଅବଧି ଆସନ୍ତା 24 ଓ 25ରେ ଅନେକ ଚାଷୀଙ୍କ ଶେଷ ହେବ। ସେ ଚାଷୀ କରିବେ କଣ, ମିଲର ଚାଷୀଙ୍କୁ କ୍ୱିଣ୍ଟାଲ ପିଛା 1200 ଟଙ୍କାରେ କିଣିବାକୁ କହୁଛନ୍ତି । କଟନୀ ଛାଟାନି ହେଉଛି କରାଯାଇ 8ରୁ 10 କେଜି ଧାନ କ୍ୱିଣ୍ଟାଲ ପିଛା କାଟି ଦିଆଯାଉଛି ହୋଲି ପ୍ରଦୀପ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.