ETV Bharat / city

ଜଳାର୍ଣ୍ଣବ ସ୍ମାର୍ଟସିଟି, ବସ୍ତି ଅଞ୍ଚଳ ବୁଲି ଦେଖିଲା ବିଜେପି - bhubaneswar waterlogging

ଉବୁଟୁବୁ ସ୍ମାର୍ଟସିଟି । ପାଣି ଘେରରେ ସମସ୍ୟା ଭୋଗୁଛନ୍ତି ରାଜଧାନୀବାସୀ । ଲୋକଙ୍କ ଜଳବନ୍ଦୀ ସମସ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ବସ୍ତି ଅଞ୍ଚଳ ପରିଦର୍ଶନ କରିଛି ବିଜେପି । ଅଧିକ ପଢନ୍ତୁ...

ଜଳାର୍ଣ୍ଣବ ସ୍ମାର୍ଟସିଟି, ବସ୍ତି ଅଞ୍ଚଳ ବୁଲି ଦେଖିଲା ବିଜେପି

author img

By

Published : Sep 14, 2021, 8:59 PM IST

ଭୁବନେଶ୍ବର: ବର୍ଷାରେ ବେହାଲ ସ୍ମାର୍ଟସିଟି । ରାଜଧାନୀର ଭିଆଇପି କଲୋନୀଠୁ ଆରମ୍ଭ କରି ବସ୍ତି, ସବୁଠି କେବଳ ପାଣି ହିଁ ପାଣି । କାହା ଘରେ ଡ୍ରେନ ପାଣି ପଶୁଛି ତ ଆଉ କେଉଁଠି ଲଗାଣ ବର୍ଷାରେ ଘର ଦାବି ଯାଉଛି । ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ସ୍ମାର୍ଟସିଟିବାସୀ । ନା ଭଲ ଭାବେ ଦି' ମୁଠା ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି । ଏପରିସ୍ଥଳେ ରାଜଧାନୀର ବିଭିନ୍ନ ବସ୍ତିରେ ପହଞ୍ଚିଛି ବିଜେପି ।

ଜଳାର୍ଣ୍ଣବ ସ୍ମାର୍ଟସିଟି, ବସ୍ତି ଅଞ୍ଚଳ ବୁଲି ଦେଖିଲା ବିଜେପି

ଜଳବନ୍ଦୀ ସମସ୍ୟାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଭୁବନେଶ୍ବର ବିଜେପି ଜିଲ୍ଲା ସାଙ୍ଗଠନିକ ସଭାପତି ବାବୁ ସିଂ ରାଜଧାନୀର ବିଭିନ୍ନ ଅଞ୍ଚଳର ସହ ବସ୍ତିଗୁଡିକ ପରିଦର୍ଶନ କରିଛନ୍ତି । ଲୋକଙ୍କୁ ଦୁର୍ଦ୍ଦଶା ଦେଖି ରାଜ୍ୟ ସରକାର ଓ ବିଏମସିର ଅପାରଗତାକୁ ସେ ଘୋର ନିନ୍ଦା କରିଛନ୍ତି ।

ରାଜ୍ୟ ସରକାର ଘୋଷଣା ସର୍ବସ୍ବ ସରକାର । ଦୀର୍ଘ 21 ବର୍ଷ ଧରି ଏହି ଜଳବନ୍ଦୀ ସମସ୍ୟା ଲାଗି ରହିଛି । ହେଲେ ଏବେ ଯାଏଁ ଡ୍ରେନେଜ ସମସ୍ୟା ଦୂର ହୋଇପାରିନି । ଯାହାର ପରିମାଣ ଭୋଗୁଛନ୍ତି ରାଜଧାନୀବାସୀ । ଏହା ଅତ୍ୟନ୍ତ ପରିତାପର ବିଷୟ ବୋଲି କହିଛନ୍ତି ବାବୁ ସିଂ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.