ETV Bharat / city

ଓଡିଶା ଦଖଲ ପାଇଁ ବିଜେପିର ନୂଆ ଟାର୍ଗେଟ, ହେବେ କି ସଫଳ?

author img

By

Published : Jan 22, 2020, 11:16 AM IST

ନିକଟରେ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ସ୍ତରରେ ବିଜେପିର ନୂଆ ମଙ୍ଗୁଆଳ ଦାୟୀତ୍ବ ଗ୍ରହଣ ପରେ ପୁଣି ଥରେ ଦମ୍ଭ ଦେଖାଇଛି ବିଜେପି। ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଜେପି ନଡ୍ଡାଙ୍କ ଫୋକସରେ ଅଣ ବିଜେପି ଶାଶିତ ରାଜ୍ୟ ଥିବା ଦର୍ଶାଇବାରୁ ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ଅଧିକ ପଢନ୍ତୁ...

bjp traget to odisha
ଓଡିଶା ଦଖଲ ବିଜେପିର ନୂଆ ଟାର୍ଗେଟ, ହେବେ କି ସଫଳ ?

ଭୁବନେଶ୍ବର: ନିକଟରେ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ସ୍ତରରେ ବିଜେପିର ନୂଆ ମଙ୍ଗୁଆଳ ଦାୟୀତ୍ବ ଗ୍ରହଣ କରିବା ପରେ ପୁଣି ଥରେ ଦମ୍ଭ ଦେଖାଇଛି ବିଜେପି। ନୂତନ ଭାବେ ଦାୟୀତ୍ବ ଗ୍ରହଣ କରିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଫୋକସରେ ଅଣ ବିଜେପି ଶାଶିତ ରାଜ୍ୟ ଥିବା ଦର୍ଶାଇବାରୁ ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଏପଟେ ରାଜ୍ୟରେ ମଧ୍ୟ ବିଜେପିର ନୂଆ ମଙ୍ଗୁଆଳ ଭାବେ ସମୀର ମହାନ୍ତି ଦାୟୀତ୍ବ ନେଇ ଦଳର ସଙ୍ଗଠନକୁ ଅଧିକ ସୃଦୃଢ କରିବା ସହ ଜନତାଙ୍କ ଆସ୍ଥା ଭାଜନ ଉପରେ ଗୁରୁତ୍ବ ଦେଇଛନ୍ତି। ଯାହାକି ଓଡିଶା ଉପରେ ପୁଣି ଥରେ ବିଜେପି ଫୋକସ କରିଥିବା କୁହାଯାଉଛି।

ହେଲେ ବିଜେପିର ଏଭଳି ଫୋକସ ମନ୍ତ୍ବବ୍ୟକୁ କଂଗ୍ରେସ ଓ ବିଜେଡି ହାଲକା ଭାବେ ନେଇଛନ୍ତି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ନଡ୍ଡାଙ୍କ ମନ୍ତବ୍ୟକୁ କଟାକ୍ଷ କରିଛନ୍ତି। 2024ରେ ନା ନବୀନ ନା ମୋଦି, କଂଗ୍ରେସ କରିବ ସରକାର। ପଦ୍ମରୁ ପାଖୁଡା ଖସିଛି, କେବଳ କେଶର ଅଛି ବୋଲି କହିଛନ୍ତି ସେ।

ସେପଟେ ଥରେ ପ୍ରମାଣିତ ହୋଇସାରିବା ପରେ ଓଡିଶା ଉପରେ ଫୋକସ କରିବାର ଅର୍ଥ କ’ଣ? ଯଦି ବିକାଶ ଦୃଷ୍ଟିରୁ ଫୋକସ କରିବାକୁ ଚାହୁଁଛନ୍ତି, ଓଡିଶା ଲଗାତାର ଭାବେ ଯେଉଁ ଦାବି କରୁଛି ତାହା ଉପରେ ଫଳପ୍ରଦ ନିଷ୍ପତ୍ତି ନିଅନ୍ତୁ । ଯଦି ରାଜନୈତିକ ଅସ୍ଥିରତା ପାଇଁ ଫୋକସ କରୁଥାନ୍ତି ତାହା କେବେ ଫଳପ୍ରଦ ହେବ ନାହିଁ ବୋଲି ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି।

ଓଡିଶା ଦଖଲ ବିଜେପିର ନୂଆ ଟାର୍ଗେଟ, ହେବେ କି ସଫଳ ?

ଦେଶରେ 70 ପ୍ରତିଶତ ରାଜ୍ୟରେ ଶାସନ କରୁଥିବା ବିଜେପି ଏବେ 35 ପ୍ରତିଶତରେ ପହଞ୍ଚିଛି । ସେହିପରି 2019 ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଫୋକସରେ ଓଡଶା ଥିବାବେଳେ ଦଳ ମିଶନ 120 ପ୍ଲସ ନାରା ଦେଇଥିଲା। ହେଲେ ନିର୍ବାଚନର ଫଳାଫଳ ପରେ ସବୁ ଆଶା ଧୁଳିସାତ୍ ହୋଇଥିଲା। ଏବେ କିନ୍ତୁ ସ୍ଥିତି ଭିନ୍ନ ରହିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ନିବିଡତା ବଢିଛି, ଅନ୍ୟ ଅଣ ବିଜେପି ଶାସିତ ରାଜ୍ୟରେ ବିଜେପି ଯେମିତି ଲଢେଇ ଜାରିରଖିଛି, ଓଡିଶାରେ ସେଭଳି କିଛି ଦେଖିବାକୁ ମିଳୁନାହିଁ ।

ଏଭଳି ସ୍ଥିତିରେ କେନ୍ଦ୍ର ଓ ରାଜ୍ୟର ନୂଆ ବିଜେପି ମଙ୍ଗୁଆଳଙ୍କ ମନ୍ତବ୍ୟ କର୍ମୀଙ୍କ ମନରେ କି ପ୍ରକାର ଉତ୍ସାହ ଭରିଦେଉଛି ତାହା ଆଗାମୀ ଦିନରେ ହେବାକୁ ଥିବା ପୌର ନିର୍ବାଚନରେ ପ୍ରମାଣିତ ହେବ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ନିକଟରେ ଉଭୟ ରାଜ୍ୟ ଓ କେନ୍ଦ୍ରୟ ସ୍ତରରେ ରେ ବିଜେପି ର ନୂଆ ମଙ୍ଗୁଆଳ ଦାଇତ୍ୱ ଗ୍ରହଣ ପରେ ପୁଣି ଥରେ ଦମ୍ବ ଦେଖାଇଛି ବିଜେପି ।ନୂତନ ଭାବେ ଦାଇତ୍ୱ ଗ୍ରହଣ କରିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଗତକାଲି କହିଛନ୍ତି ଯେ, ଅଣ ବିଜେପି ଶାଶିତ ରାଜ୍ୟ ଗୁଡିକ ତାଙ୍କ ଫୋକସ ରେ ରହିବ ।ବିଶେଷ କରି ଓଡିଶା ,ପଶ୍ଚିମ ବଙ୍ଗ ଓ କେରଳ ଏହା ସହ ନିକଟରେ ନିର୍ବାଚନ ହେବାକୁ ଥିବା ଦିଲ୍ଲି ବି ବିଜେପି ଫୋକସ ରେ ରହିଛି ।ଯାହାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି ।
Body:ସେପଟେ ରାଜ୍ୟ ରେ ମଧ୍ୟ ନୃତନ ଭାବେ ଦାଇତ୍ୱ ଗ୍ରହଣ କରିଥିବା ସମୀର ମହାନ୍ତି ମଧ୍ୟ ଦାଇତ୍ଵ ଗ୍ରହଣ ପରେ ଦଳର ସଙ୍ଗଠନ କୁ ଅଧିକ ସୃଦୃଢ କରିବା ସହ ଜନତାଙ୍କ ଆସ୍ଥା ଭାଜନ ଉପରେ ଗୁରୁତ୍ୱ ଦେଇଛନ୍ତି ।

ହେଲେ ବିଜେପି ର ଏଭଳି ଫୋକସ ମନ୍ତ୍ବବ୍ୟକୁ କଂଗ୍ରେସ ଓ ବିଜେଡି ହାଲକା ଭାବେ ନେଇଛନ୍ତି ।
କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,
2024ରେ ନା ନବୀନ ନା ମୋଦି, କଂଗ୍ରେସ କରିବ ସରକାର। ପଦ୍ମରୁ ପାଖୁଡା ଖସିଛି, କେବଳ କେଶର ଅଛି। ନଡ୍ଡାଙ୍କ ମନ୍ତବ୍ୟକୁ କଟାକ୍ଷ କରିଛନ୍ତି ସୁର ।

ବିଜେପି ର ଫୋକସ ରେ ଓଡିଶା ପ୍ରସଙ୍ଗ ରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ଯେ, ଥରେ ପ୍ରମାଣିତ ହୋଇସାରିବା ପରେ ଓଡିଶା ଉପରେ ଫୋକସ କରିବାର ଅର୍ଥ କଣ ବୋଲି ସେ ପ୍ରଶ୍ନ କରିଛନ୍ତି ।ଯଦି ଡେଭଲପମେଣ୍ଟ ଦୃଷ୍ଟିରୁ ଫୋକସ କରିବାକୁ ଚାହୁଁଛନ୍ତି ,ତେବେ ଓଡ଼ିଶାର ଲଗାତାର ଭାବରେ ଯେଉଁ ଦାବି ରହିଛି ତାହା ଉପରେ ଫଳପ୍ରଦ ନିଷ୍ପତ୍ତି ନିଅନ୍ତୁ ।ଯଦି ରାଜନୈତିକ ଅସ୍ତିରତା ପାଇଁ ଫୋକସ କରୁଥାନ୍ତି ତାହା କେବେ ଫଳପ୍ରଦ ହେବ ନାହିଁ ବୋଲି ସେ କହିଛନ୍ତି ।

Conclusion:ସୂଚନା ଅନୁସାରେ ,ଦେଶରେ ୭୦ ପ୍ରତିଶତ ରାଜ୍ୟରେ ଶାଶନ କରୁଥିବା ବିଜେପି ଏବେ ୩୫ ପ୍ରତିଶତ ରେ ପହଞ୍ଚିଛି ,
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଫୋକସ ରେ ଓଡଶା ଥିଲା ,ଏପରିକି ମିଶନ ୧୨୦ ନାରା ମଧ୍ୟ ଖୁବ ଯୋରଶୋର ପ୍ରଚାର କରାଗଲା ।ହେଲେ ନିର୍ବାଚନ ର ଫଳାଫଳ ପରେ ସବୁ ଆଶା ଧୁଳିସାତ୍ ହୋଇଥିଲା ।
ଏବେ କିନ୍ତୁ ସ୍ତିତି ଭିନ୍ନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ନିବିଡ଼ତା ବଢିଛି ,ଅନ୍ୟ ଅଣ ବିଜେପି ଶାଶିତ ରାଜ୍ୟ ରେ ବିଜେପି ଯେମିତି ଲଢେଇ ଯାରିରଖିଛି ।ଓଡ଼ିଶାରେ ସେଭଳି କିଛି ଦେଖିବାକୁ ମିଳୁନାହିଁ ।
ଏଭଳି ସ୍ତିତିରେ କେନ୍ଦ୍ର ଓ ରାଜ୍ୟର ନୂଆ ବିଜେପି ମଙ୍ଗୁଆଳଙ୍କ ମନ୍ତବ୍ୟ କର୍ମୀ ଙ୍କ ମନରେ କି ପ୍ରକାର ଉତ୍ସାହ ଭରିଦେଉଛି ତହା ଆଗାମୀ ଦିନରେ ହେବାକୁ ଥିବା ପୈର ନିର୍ବାଚନ ରେ ପ୍ରମାଣିତ ହେବ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.