ଭୁବନେଶ୍ବର: ରାଗିଂ ଯୋଗୁଁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନିତୀ ସରଗରମ ହୋଇଛି । ବିଧାନସଭାରେ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ରଣହୁଙ୍କାର ଦେଇଛି । ଶିକ୍ଷାନୁଷ୍ଠାନରେ ରାଗିଂକୁ ରୋକିବା ନମନ୍ତେ ନାମକୁ ମାତ୍ର ଆଣ୍ଟି ରାଗିଂ ସ୍କ୍ବାର୍ଡ ରହିଛି । ଏହାକୁ ରୋକିବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ ନେଇ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ।
ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସରକାରଙ୍କର ଆଇନଶୃଙ୍ଖଳା ପରିସ୍ଥିତିରେ ନିୟନ୍ତ୍ରଣ ନଥିବା ମଧ୍ୟ ଅଭିଯୋଗ କରିଛି ବିଜେପି । ଭବିଷ୍ୟତରେ ଏଭଳି ଘଟଣା ଘଟିଲେ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଦଳ କହିଛି । ତେବେ ଏହି ଘଟଣାରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରିବାକୁ ସରକାରଙ୍କୁ ବିଜେପି ଘେରିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି । ରାଜ୍ୟରେ ବିଭିନ୍ନ କଲେଜରେ ରାଗିଂ ହେଉଥିବା ବେଳେ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉ ନଥିବା ସେ ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର