ETV Bharat / city

‘ଆଜିଠୁ ଦୁଇ ଦିନ ସେବା ଦିବସ ଭାବେ ପାଳିବ ବିଜେପି’ - କୋରୋନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୭ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବ୍ୟାପୀ ସେବା ଦିବସ ପାଳନ କରିବ ବିଜେପି । ଅଧିକ ପଢନ୍ତୁ...

କାଲିଠୁ ଦୁଇ ଦିନ ଧରି ସେବା ଦିବସ ଭାବେ ପାଳିବ ବିଜେପି: ସମୀର ମହାନ୍ତି

author img

By

Published : May 30, 2021, 7:10 AM IST

ଭୁବନେଶ୍ବର: ଆଜିଠୁ କେନ୍ଦ୍ରରେ ମୋଦି ସରକାର ୭ ବର୍ଷ ପୂର୍ତ୍ତି ହେବ । ବିଭିନ୍ନ ଜନ ଓ ଗରିବ କଲ୍ୟାଣ ଯୋଜନାର ସଫଳ ରୂପାୟନ କାରଣରୁ ଦେଶବାସୀଙ୍କ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ମୋଦି ସରକାର । ଦେଶବାସୀଙ୍କୁ ସୁଶାସନ ସହ ବିଶ୍ବସ୍ତରରେ ଭାରତକୁ ସମ୍ମାନିତ କରାଇଛନ୍ତି । ମୋଦି ସରକାର ନିଜର ଦ୍ଵିତୀୟ ପାଳିର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ମେ’ ୩୦ ଏବଂ ୩୧ ତାରିଖକୁ ରାଜ୍ୟବ୍ୟାପୀ ସେବା ଦିବସ ଭାବେ ପାଳନ କରାଯିବ । ଏ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ।

ରାଜ୍ୟର ସମସ୍ତ ଫଚାୟତ ଏବଂ ସହରାଂଚଳରେ ଏହି ସେବା କାର୍ଯ୍ୟ ଅନୁଷ୍ଠିତ ହେବ । କୋରୋନା ସଂକ୍ରମଣ କାରଣରୁ ରାଜ୍ୟବ୍ୟାପୀ ଲକଡାଉନ, ସଟଡାଉନ ଜାରୀ ରହିଛି । କୋରୋନା ଗାଇଡଲାଇନକୁ ସଂପୂର୍ଣ୍ଣ ଭାବେ ପାଳନ କରି ବିଜେପି କାର୍ଯ୍ୟକର୍ତ୍ତାମାନେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ ଏବଂ ସହରାଞ୍ଚଳର ବିଭିନ୍ନ ୱାର୍ଡ ମାନଙ୍କରେ ସେବା କାର୍ଯ୍ୟ କରିବେ । ବିଶେଷ ଭାବେ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳରେ ମାସ୍କ ଓ ସାନିଟାଇଜର ବଣ୍ଟନ ସମେତ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯିବ । ସେହିପରି ରାଜ୍ୟର ପ୍ରତ୍ୟେକ ସାଂଗଠନିକ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜିତ କରାଯାଇ ରକ୍ତ ସଂଗ୍ରହ କରାଯିବ ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍' କାର୍ଯ୍ୟକ୍ରମ ସମସ୍ତେ ଶୁଣିବା ପାଇଁ ସମୀର ମହାନ୍ତି ଅନୁରୋଧ କରିଛନ୍ତି । ରାଜ୍ୟବ୍ୟାପୀ ହେବାକୁ ଥିବା ଏହି ୨ ଦିନିଆ ସେବା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟସ୍ତରୀୟ ପ୍ରମୁଖ ନେତୃବୃନ୍ଦଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ସେହିପରି ଆସନ୍ତା ଜୁନ୍ ୨ ତାରିଖ ( ବୁଧବାର ) ଦିନ ଭର୍ଚୁଆଲ ମିଟିଂ ଜରିଆରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସମୀର ମହାନ୍ତି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.