ଭୁବନେଶ୍ବର: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ନେଇ ଚଳଚଞ୍ଚଳ ରାଜନୈତିକ ଶିବିର । ଏହାକୁ ନେଇ ଆଜି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, "ଉଚିତ ସମୟରେ ବିଜେପି ପକ୍ଷରୁ ପ୍ରାର୍ଥି ଘୋଷଣା କରାଯିବ ।"
ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ରିଟର୍ଣ୍ଣ ଅଫିସର ଓ ଅନ୍ୟ ଅଧିକାରୀ ନିଯୁକ୍ତି ହୋଇସାରିଛନ୍ତି । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ, 11 ନାମାଙ୍କନ ଦାଖଲର ଶେଷ ଦିନ, 12 ରେ ପ୍ରାର୍ଥୀ ପତ୍ର ଯାଞ୍ଚ, 17 ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର ହେବ । ସେପଟେ ମେ ’ 31 ରେ ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ, ଜୁନ 3 ରେ ଭୋଟ ଗଣତି ହେବ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ