ଭୁବନେଶ୍ୱର: ଭୁବନେଶ୍ୱରରେ କୋଭିଡ ପରିଚାଳନାରେ ଦେଖା ଦେଇଛି ଅନେକ ଅବ୍ୟବସ୍ଥା । ଏନେଇ ବିଏମସି କମିଶନରଙ୍କ ନିକଟରେ ଫେରାଦ ହେଲା ଭୁବେନେଶ୍ୱର ଜିଲ୍ଲା ବଜେପି । କୋଭିଡ ମହାମାରୀ ଲଢେ଼ଇରେ ଟାଳଟୁଳ ନୀତି ବିରୁଦ୍ଧରେ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସମାଧାନ ପାଇଁ ଦାବି କଲା ବିଜେପି । ଏ ନେଇ ତୁରନ୍ତ ପଦକ୍ଷେପ ନେବା ସହ ମହାନଗର ନିଗମ ବାସୀଙ୍କ ସମସ୍ୟା ସମାଧାନ କରିବାକୁ ଜିଲ୍ଲା ବିଜେପି ତରଫରୁ ବିଏମସି କମିଶନରଙ୍କ ନିକଟରେ ଦାବି କରାଯାଇଛି ।
କୋଭିଡ ମହାମାରୀ ସଙ୍କଟ ସମୟରେ ବିଏମସି ଅଞ୍ଚଳରେ ଭ୍ୟାକ୍ସିନ ଟୋକେନ ଆବଣ୍ଟନ, ସାନିଟାଇଜେସନ, କୋଭିଡ୍ ସହାୟକ ଚୟନରେ ଅନେକ ଅନିୟମିତତା ଦେଖିବାକୁ ମିଳୁଛି । ବ୍ୟବସ୍ଥାରେ ସ୍ୱଚ୍ଛତା ରଖିବା ନେଇ ବିଏମସି କମିଶନରଙ୍କ ପାଖରେ ଫେରାଦ ହେଲା ଭୁବନେଶ୍ୱର ବିଜେପି । ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ବିଏମସି କମିଶନର ସଞ୍ଜୟ ସିଂହଙ୍କୁ ଭେଟିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ, ଦିଲ୍ଲୀପ ମହାନ୍ତି ଓ ହରେକୃଷ୍ଣ ଖୁଣ୍ଟିଆ ପ୍ରମୁଖ ।
ଶାସକ ବିଜେଡି ଦଳର ନେତୃବୃନ୍ଦମାନେ ପ୍ରଶାସନକୁ ଅପବ୍ୟବହାର କରି ପାତର ଅନ୍ତର ବ୍ୟବହାର ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛି ବଜେପି । ଶାସକ ବିଜୁ ଜନତା ଦଳର ନେତୃବୃନ୍ଦଙ୍କ କାରଣରୁ ବହୁ ବିଶୃଙ୍ଖଳା ସୃଷ୍ଟି ହୋଇଥିବା ଅଭିଯୋଗ ଆଣିଛି ବଜେପି । ବିଶେଷ ଭବରେ ଭ୍ୟାକ୍ସିନ ଟୋକନ ଆବଣ୍ଟନରେ ଅନିୟମିତତା ହେଉଛି । ଏହା ସହ ସଂକ୍ରମିତ ଚିହ୍ନଟ ହେବା ପରେ ପୂର୍ବ ବର୍ଷ ପରି ଚଳିତ ବର୍ଷ ସାନିଟାଇଜେସନ ହେଉନାହିଁ । ସେହିପରି କୋଡିଡ଼ ସହାୟକ ଚୟନରେ ସ୍ୱଚ୍ଛତା ରହିବା ଜରୁରୀ ବୋଲି ବିଜେପି ଦାବି କରିଛି ।
ଏହି ସମସ୍ତ କାର୍ଯ୍ୟ ବିଜେଡି ବିଧାୟକ, ପୂର୍ବତନ କର୍ପୋରେଟର ଓ କର୍ମୀମାନଙ୍କ ନେତୃତ୍ୱରେ ଟୋକନ ବଣ୍ଟନ ହେଉଥିବା ବଜେପି ଅଭିଯୋଗ କରିଛି । ଏହି ସବୁ ସମସ୍ୟାର ଯଥାଶୀଘ୍ର ସମଧାନ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛି ବିଜେପି ।
ଭୁବନେଶ୍ୱର ଭବାନୀ ଶଙ୍କର ଦାସ, ଇଟିଭି ଭାରତ