ETV Bharat / city

‘ଅପରାଧ ଉପରେ ପରଦା ପକାଇବା ପାଇଁ ହିଂସାର ଆଶ୍ରୟ ନେଉଛି ବିଜେଡି’

author img

By

Published : Oct 23, 2021, 7:15 AM IST

ରାଜ୍ୟରେ ସ୍ବାସ୍ଥ୍ୟସେବାର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ । ବାସ୍ତବ କ୍ଷେତ୍ରରେ ବିଜୁ ସ୍ଵାସ୍ଥ୍ୟ କାର୍ଡର କୌଣସି ପ୍ରାସଙ୍ଗିକତା ନଥିବାରୁ ସରଳ ରାଜ୍ୟବାସୀ ସ୍ଵାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି । ଅଧିକ ପଢନ୍ତୁ...

ଅପରାଧ ଉପରେ ପରଦା ପକାଇବା ପାଇଁ ହିଂସାର ଆଶ୍ରୟ ନେଉଛି ବିଜେଡି: ଗୋଲକ ମହାପାତ୍ର

ଭୁବନେଶ୍ବର: ରାଜ୍ୟରେ ସ୍ବାସ୍ଥ୍ୟସେବାର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ । ବାସ୍ତବ କ୍ଷେତ୍ରରେ ବିଜୁ ସ୍ଵାସ୍ଥ୍ୟ କାର୍ଡର କୌଣସି ପ୍ରାସଙ୍ଗିକତା ନଥିବାରୁ ସରଳ ରାଜ୍ୟବାସୀ ସ୍ଵାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଣୟନ କରାଯାଇଥିବା ରାଜ୍ୟ ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କାର୍ଡ ପୁସିଙ୍ଗ କାର୍ଡ ସଦୃଶ । ଏହି ମୂଲ୍ୟହୀନ ପୁସିଙ୍ଗ କାର୍ଡର ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଗସ୍ତ କରିଛନ୍ତି । ଅନ୍ୟପଟେ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ଅପମାନିତ କରିବାକୁ ଯାଇ ଶାସକ ବିଜେଡି ସମସ୍ତ ପ୍ରକାରର ଅଗଣତାନ୍ତ୍ରିକ ପନ୍ଥାକୁ ଆପଣାଇବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କ୍ଷୋଭ ପ୍ରକାଶ କରି କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ଅବସରରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାରୁ ନିର୍ବାଚିତ ଜନ ପ୍ରତିନିଧିମାନେ ଉପସ୍ଥିତ ରହିବା କଥା । ମାତ୍ର ମୟୂରଭଞ୍ଜ ଜିଲ୍ଲାର ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଜନପ୍ରତିନିଧିମାନେ ଭାରତୀୟ ଜନତା ପାର୍ଟିର ହୋଇଥିବା କାରଣରୁ ଜାଣିଶୁଣି ସରକାରୀ କାର୍ଯ୍ୟକ୍ରମରୁ ଦୁରେଇ ରଖାଗଲା । ବାରିପଦାରେ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କୁ ପ୍ରବେଶ କରିବାକୁ ବିରୋଧ କରାଯାଇଥିବା ବେଳେ ଅନ୍ୟପଟେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରାଯାଇଛି । ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାଧାରଣ ଜନତାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବା ଅତ୍ୟନ୍ତ ଦୁଃଖଦାୟକ । ଅପରାଧ ସାମ୍ରାଜ୍ୟ ଉପରେ ପରଦା ପକାଇବା ପାଇଁ ଶାସକ ବିଜେଡି ହିଂସାର ଆଶ୍ରୟ ନେଉଛି । ଏହି ଘଟଣାକୁ ବିରୋଧ କରାଯିବାରୁ ଶାସକ ବିଜେଡି ହିଂସାର ଆଶ୍ରୟ ନେଇଛି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମୟୂରଭଞ୍ଜ ଜିଲ୍ଲାରେ ଶାସକ ବିଜେଡିର କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ତାଙ୍କ ଦୋମୁହାଁ ଚରିତ୍ରର ଖୁଲାସା କରିଛି । ସେହିପରି ଆଜି କଟକ ଜିଲ୍ଲା ବଡମଠାରେ ମଧ୍ୟ ଶାସକ ବିଜେଡିର କାର୍ଯ୍ୟକର୍ତ୍ତାମାନେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ବସି ଅହିଂସାର ନାଟକ କରୁଛନ୍ତି, ମାତ୍ର ରାଜ୍ୟ ସାରା ବୁଲି ବୁଲି ଶାସକ ବିଜେଡି ହିଂସାର ତାଣ୍ଡବ ରଚୁଛି । ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବା ପାଇଁ ବାରମ୍ବାର ଦାବି କରୁଥିବା ମୁଖ୍ୟମନ୍ତ୍ରୀଙ୍କ ବିଜୁ ଜନତା ଦଳର ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ମହାପାତ୍ର କହିଛନ୍ତି । ବାରିପଦାର ବଡମା ଠାରେ ଯେଉଁମାନେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ମରଣାନ୍ତକ ଆକ୍ରମଣ କରି ମାରି ଦେବାର ପ୍ରୟାସ କରିଛନ୍ତି, ସେମାନଙ୍କୁ ପୋଲିସ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତମୂଳକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି । ନଚେତ ଆଗାମୀ ଦିନରେ ହିଂସ୍ର ଶାସକ ବିଜେଡି ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ମହାପାତ୍ର ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.