ETV Bharat / city

ପ୍ରତାପ ଜେନାଙ୍କୁ ବିଜେପିର ଟାର୍ଗେଟ, ବିଧାନସଭା ଘେରିବେ ବିରୋଧି - bjp targeted pratap jena

ରାଜ୍ୟ ସରକାର ଓ ମନ୍ତ୍ରୀ ମଣ୍ଡଳର ସଦସ୍ୟ ପ୍ରତାପ ଜେନାଙ୍କୁ ଟାର୍ଗେଟ କରିଛି ବିଜେପି। ଶନିବାର ବିଧାନସଭା ଘେରାଉ କରିବ ବିଜେପି। ଅଧିକ ପଢ଼ନ୍ତୁ...

ପ୍ରତାପ ଜେନାଙ୍କୁ ବିଜେପିର ଟାର୍ଗେଟ, ବିଧାନସଭା ଘେରିବେ ବିରୋଧି

author img

By

Published : Mar 19, 2021, 10:09 PM IST

ଭୁବନେଶ୍ବର: ରାଜ୍ୟ ସରକାର ଓ ମନ୍ତ୍ରୀ ମଣ୍ଡଳର ସଦସ୍ୟ ପ୍ରତାପ ଜେନାଙ୍କୁ ଟାର୍ଗେଟ କରିଛି ବିଜେପି। ମାହାଙ୍ଗାରେ ଚାରି ଚାରିଟି ହତ୍ୟାକାଣ୍ଡ ହୋଇଛି। ଏହି ଅଞ୍ଚଳରେ ଆଇନ ବ୍ୟବସ୍ଥା ଫେଲ ମାରିଛି ବୋଲି ଅଭିଯୋଗ କରିଛି ବିଜେପି। ଏହାକୁ ନେଇ ଶନିବାର ବିଧାନସଭା ଘେରାଉ କରିବ ବିଜେପି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏହାକୁ ନେଇ ସୂଚନା ଦେଇଛନ୍ତି।

ପ୍ରତାପ ଜେନାଙ୍କୁ ବିଜେପିର ଟାର୍ଗେଟ, ବିଧାନସଭା ଘେରିବେ ବିରୋଧି

ମହଙ୍ଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଘୋଟାଲା ହୋଇଛି। ଏହାକୁ ନେଇ ଯେ କେହି ବି ପର୍ଦ୍ଦାଫାସ କରୁଛି ତାକୁ ହତ୍ୟା କରାଯାଉଛି। ରାଜ୍ୟର ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଏ ହେଉଛି ନିର୍ବାଚନ ମଣ୍ଡଳୀ। ମାହାଙ୍ଗାରେ ବିଭିନ୍ନ ଘଟଣାକୁ କେନ୍ଦ୍ର କରି ଗରିବ ଲୋକଙ୍କର ହକକୁ ମାରି ଦିଆଯାଉଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେରେ 2022 ସୁଦ୍ଧା ସଭିଙ୍କୁ ପକ୍କା ଘର ଯୋଗାଇ ଦେବାକୁ କାର୍ଯ୍ୟକ୍ରମ ରହିଛି। ହେଲେ ତାହାକୁ ଅଟକାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ମାହାଙ୍ଗାର 4ଟି ହତ୍ୟାକାଣ୍ଡ ଘଟଣାରେ ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହାପରେ ବି ମନ୍ତ୍ରୀ କେଉଁଭଳି ଭାବରନେ ବିଧାନସଭାକୁ ଆସୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି। ଏହି ସମସ୍ତ ଘଟଣାକୁ ନେଇ ମାହାଙ୍ଗାବାସୀ ଏକତ୍ରିତ ହୋଇଛନ୍ତି। 17 ତାରିଖରୁ ମାହାଙ୍ଗାରୁ ପଦଯାତ୍ରା ଆରମ୍ଭ କରିଛନ୍ତି। ଆସନ୍ତାକାଲି( ଶନିବାର) ବିଧାନସଭା ସମ୍ମୁଖରେ ପ୍ରତିବାଦ କରାଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.