ETV Bharat / city

ଏନଆରସି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଲା ବିଜେପି

author img

By

Published : Dec 18, 2019, 11:41 PM IST

ସାରା ଦେଶରେ ସିଏଏକୁ ନେଇ ଜାରି ରହିଛି ବାଦ ବିବାଦ। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି ବିତର୍କ। ଜବାବ ମାଗିଛି ବିଜେପି। ଅଧିକ ପଢନ୍ତୁ...

PHOTO
ସ୍ପଷ୍ଟୀକରଣ ମାଗିଲା ବିଜେପି

ଭୁବନେଶ୍ବର: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ଏନଆରସି ଲାଗୁ ହେବ ନାହିଁ ବୋଲି ଘୋଷଣା କରିବା ପରେ ଏହାକୁ ନେଇ ଏବେ ରାଜନୀତି ତର୍କବିତର୍କ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ରାଜ୍ୟ ବିଜେପି ପକ୍ଷରୁ ନିନ୍ଦା କରାଯାଇଛି। କ’ଣ ପାଇଁ ନବୀନ ପଟ୍ଟନାୟକ ରାଜ୍ୟରେ ଏନଆରସି ଲାଗୁ କରିବେ ନାହିଁ ସେ ବିଷୟରେ ରାଜ୍ୟବାସୀଙ୍କୁ ସ୍ପଷ୍ଟୀକରଣ ଦେବାକୁ ରାଜ୍ୟ ବିଜେପି ପକ୍ଷରୁ ଦାବି କରାଯାଇଛି।

ବୁଧବାର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ କହିଛନ୍ତି ଯେ, 1951 ପରେ ଦେଶରେ ପୁଣି ଥରେ ନାଗରିକଙ୍କ ସ୍ବାର୍ଥ ଦୃଷ୍ଟିରୁ ନାଗରିକ ପଞ୍ଜିକରଣ ହେବାକୁ ଯାଉଥିବା କହିଛନ୍ତି। ଯଦ୍ବାରା ଦେଶରେ ବସବାସ କରୁଥିବା ନାଗରିକଙ୍କ ବିଷୟରେ ସରକାର ତଥ୍ୟ ହାସଲ କରିବା ସହିତ ସେମାନଙ୍କ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ସଠିକ ଦିଗରେ କାର୍ଯ୍ୟକାରୀ ହୋଇ ପାରିବ ବୋଲି କହିଛନ୍ତି। ଏହାସହ ଦେଶର ସୁରକ୍ଷା ଦୃଷ୍ଟିରୁ ଦେଶକୁ ଆସୁଥିବା ସମସ୍ତ ବିଦେଶୀଙ୍କ ତଥ୍ୟ ସରକାରଙ୍କ ପାଖରେ ରହିପାରିବ ବୋଲି କହିଛନ୍ତି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦେଶରେ ଭ୍ରମ ପ୍ରଚାର କରିବା ପାଇଁ ଯେଉଁ ମିଥ୍ୟା ତଥ୍ୟ ପ୍ରଚାର କରାଯାଇଛି ସେପରି କିଛି ହେବ ନାହିଁ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଲା ବିଜେପି

ଦେଶରେ ରହୁଥିବା ମୁସଲମାନଙ୍କର ଏହା ଦ୍ବାରା କିଛି ଅସୁବିଧା ହେବ ନାହିଁ। କିଛି ରାଜନୈତିକ ଦଳ ତାଙ୍କର ଫାଇଦା ପାଇଁ ସିଏଏର ବିରୋଧ କରୁଥିବା ବେଳେ ନବୀନ ପଟ୍ଟନାୟକ ସେମାନଙ୍କ ଦ୍ବାରା ପ୍ରଭାବିତ ନହୋଇ ରାଷ୍ଟ୍ରହିତ ଦୃଷ୍ଟିରୁ ରାଜ୍ୟରେ ଏନଆରସି ଲାଗୁ କରିବା ପାଇଁ ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ନାଗରିକ ଏନ ଆର ସି ଲାଗୁ ନ କରବା ନେଇ ଦେଇଥିବା ମନ୍ତବ୍ୟକୁ ରାଜ୍ୟ ବିଜେପି ପକ୍ଷରୁ ନିନ୍ଦା କରାଯାଇଛି।କଣ ପାଇଁ ନବୀନ ପଟ୍ଟନାୟକ ରାଜ୍ୟରେ ଏନ ଆର ସି ଲାଗୁ କରିବେ ନାହିଁ ସେ ବିଷୟରେ ରାଜ୍ୟବାସୀଙ୍କୁ ସ୍ପଷ୍ଟୀକରଣ ଦେବାକୁ ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି।

Body:ଆଜି ଏ ନେଇ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଖାରବେଳ ସ୍ବାଇଁ 1951 ପରେ ଦେଶରେ ପୁଣି ଥରେ ନାଗରିକଙ୍କ ସ୍ୱାର୍ଥ ଦୃଷ୍ଟିରୁ ନାଗରିକ ପଞ୍ଜିକରଣ ହେବାକୁ ଯାଉଥିବା କହିଛନ୍ତି।ଯାହାଦ୍ୱାରା ଦେଶର ବସବାସ କରୁଥିବା ନାଗରିକଙ୍କ ବିଷୟରେ ସରକାର ତାଥ୍ୟ ହାସଲ କରିବା ସହିତ ସେମାନଙ୍କ ପାଇଁ ଖର୍ଚ୍ଚ କରାଯାଉଥିବ ଅର୍ଥ ସଠିକ ଦିଗରେ କାର୍ଯ୍ୟକାରୀ ହୋଇ ପାରିବ ବୋଲି କହିଛନ୍ତି।ଆହୁରି ମଧ୍ୟ ଦେଶ ର ସୁରକ୍ଷା ଦୃଷ୍ଟିରୁ ଦେଶକୁ ଆସୁଥିବା ସମସ୍ତ ବିଦେଶୀଙ୍କ ତଥ୍ୟ ସରକାରଙ୍କ ପାଖରେ ରହିପାରିବ ବୋଲି କହିଛନ୍ତି।।ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦେଶରେ ଭ୍ରମ ପ୍ରଚାର କରିବା ପାଇଁ ଯେଉଁ ମିଥ୍ୟା ତଥ୍ୟ ପ୍ରଚାର କରାଯାଇଛି ସେପରି କିଛି ହେବ ନାହିଁ ବୋଲି ସେ କହିଛନ୍ତି।ଦେଶରେ ରାହୁଥିବା ମୁସଲମାନ ମାନଙ୍କର ଏହା ଦ୍ବାରା କିଛି ଅସୁବିଧା ହେବ ନାହିଁ।ତେଣୁ କିଛି ରାଜନୈତିକ ଦଳ ତାଙ୍କର ଫାଇଦା ପାଇଁ ଏହା ର ବିରୋଧ କରୁଥିବାବେଳେ ନବୀନ ପଟ୍ଟନାୟକ ସେମାନଙ୍କ ଦ୍ବାରା ପ୍ରଭାବିତ ନ ହୋଇ ରାଷ୍ଟ୍ର ହିତ ଦୃଷ୍ଟିରୁ ରାଜ୍ୟରେ ଏନ ଆର ସି ଲାଗୁ କରିବା ପାଇଁ ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି।
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.