ଭୁବନେଶ୍ବର: ରାଜ୍ୟ ସରକାର ଏସଇବିସି ଓ ଓବିସିଙ୍କ ଗଣନା ନେଇ ରାଜ୍ୟ କ୍ୟାବିନେଟରେ ଆସିଥିବା ସଂକଳ୍ପକୁ ନେଇ ଥମୁନି ରାଜନୀତି। 20 ବର୍ଷ ପରେ କାହିଁକି ହଠାତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏସଇବିସି ଗଣନା କଥା ମନେ ପଡିଲା ବୋଲି ପ୍ରଶ୍ନ କରିଛି ବିଜେପି । ସମ୍ବିଧାନ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁଲି ଯାଇଥିଲେ କି ? ଏବେ ଏବେ ତତ୍ପରତା କଣ ପାଇଁ ସେ ନେଇ ବିଜେପି ରାଜ୍ୟସରକାରଙ୍କୁ ଘେରିଛି । ଏହା ଉପରେ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ମତ ରଖିବା ସହ ନବୀନ ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ପୃଥ୍ବୀରାଜ ହରିଚନ୍ଦନ Article 46 ,14 ଓ 16 କହୁଛି ସଂରକ୍ଷଣ କରିବା ଅଧିକାର ରାଜ୍ୟ ସରକାରଙ୍କର ଅଛି। ତାହା ସତ୍ତ୍ବେ ମଧ୍ୟ ଏଯାଏଁ କାହିଁକି ଏହା ନେଇ ସରକାରଙ୍କ ମନେ ପଡୁନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । କଣ ପାଇଁ ରାଜ୍ୟରେ ଏ ପର୍ଯ୍ୟନ୍ତ ଓବିସି କମିଶନ ହୋଇ ନାହିଁ । 1993 ମସିହାରେ ଏ ନେଇ ନୋଟିଫିକେସନ ହୋଇସାରିଛି। ହେଲେ 20 ବର୍ଷ ଧରି ଶାସନ କରିବା ପରେ ମଧ୍ୟ ରାଜ୍ୟ ସରକାର ଓବିସି କମିଶନ ଗଠନ କରିନାହାନ୍ତି।ଏହା ପ୍ରମାଣିତ କରୁଛି ଯେ ପଛୁଆ ବର୍ଗ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ । ଦେଶରେ ଅନ୍ୟ ରାଜ୍ୟମାନେ ଓବିସି ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଥିବା ବେଳେ କାହିଁକି ଓଡିଶା ସରକାର କରିନାହାନ୍ତି । ସଂରକ୍ଷଣ ନକରିବା କ୍ଷେତ୍ରରେ ଓଡ଼ିଶା ଏକ ମାତ୍ର ରାଜ୍ୟ। କଣ ପାଇଁ 26 ବର୍ଷ ହେଲା ଓଡିଶା ବାସୀ ଏହି ସଂରକ୍ଷଣ ଆଇନରୁ ବଞ୍ଚିତ ହୋଇ ରହିଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ଏ ନେଇ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବାକୁ ଦାବି କରିଛି ବିଜେପି।
ବିଜେପି କହିଛି ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ବିଷୟ ଯେ, SEBC ତାଲିକାକୁ ଚଞ୍ଚକତା ଭାବେ ରାଜ୍ୟ ସରକାର ବ୍ୟବହାର କରୁଛନ୍ତି। ଏହି ଅବସରରେ ଖାଦ୍ୟ ସୁରକ୍ଷା ଯୋଜନାର ତାଲିକା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଚଞ୍ଚକତା କରି ତାଙ୍କର ଦଳୀୟ ଲୋକଙ୍କୁ ତାଲିକାଭୁକ୍ତ କରିଥିଲେ। ଏହି ତାଲିକା ପ୍ରସ୍ତୁତିରେ ଅନେକ ତ୍ରୁଟି ସାମ୍ନାକୁ ଆସିଥିଲା ବୋଲି ଅଭିଯୋଗ କରିଛି ବିଜେପି। ତେଣୁ OBC ତାଲିକା ପ୍ରସ୍ତୁତ ତାଲିକା ନେଇ ପ୍ରଶ୍ନ ଛିଡା କରିଛି ବିଜେପି। ସଂରକ୍ଷଣ ନେଇ କୋର୍ଟଙ୍କ ଦ୍ବାହି ଦେଇ ରାଜ୍ୟ ସରକାର ଖସି ପାରିବେନି । ତେଣୁ ଜନଗଣନାରେ SEBC ତାଲିକା ପ୍ରସ୍ତୁତିରେ ରାଜ୍ୟ ସରକାରଙ୍କୁ କ୍ଷମତା ଦିଆଯିବା ପ୍ରସ୍ତାବର ବାସ୍ତବତା ନାହିଁ ବୋଲି କହିଛି ବିଜେପି ।
ସାମ୍ବାଦିକ ସମ୍ମିଳନୀରେ ବିଜେପି ଏକ ଏସଇବିସି କମିସନ ନିଯୁକ୍ତି ଦିଆଯାଉ ଓ ତୁରନ୍ତ ପଛୁଆ ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ତା ଲାଗୁ କରନ୍ତୁ ସରକାର ବୋଲି ଦାବି କରିଛି । ବିଜେପିର ଦାବି ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ଓବିସି କମିଶନ ନିଯୁକ୍ତି ଓ ଚାକିରୀ କ୍ଷେତ୍ରରେ 27 ପ୍ରତିଶତ ଓବିସି ମାନଙ୍କ ପାଇଁ ସରଂକ୍ଷଣ ଘୋଷଣା ନ କଲେ ରାଜ୍ୟ ସରକାରଙ୍କ ବିରୋଧରେ ଉଭୟ ବିଧାନସଭା ଓ ରାଜରାସ୍ତାରେ ବିଜେପି ଜୋରଦାର ଆନ୍ଦୋଳନ କରିବ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ